Punjab's groundwate: ପଞ୍ଜାବର ୬୨% ଭୂତଳ ଜଳ ନମୁନାରେ ଅଧିକ ୟୁରାନିୟମ୍‌

Advertisment

ପଞ୍ଜାବର ୬୨.୫୦  ପ୍ରତିଶତ ଭୂତଳ ଜଳ ନମୁନାରେ ୟୁରାନିୟମ ସ୍ତର ଅଧିକ ରହିଛି। ନିରାପତ୍ତାସ୍ତରଠାରୁ ଏହା ଅଧିକ ହୋଇଥିବାବେଳେ ଦେଶରେ ଏପର୍ଯ୍ୟନ୍ତ ସର୍ବାଧିକ ପ୍ରଦୂଷଣ ତୀବ୍ରତା...

ପଞ୍ଜାବର ୬୨.୫୦  ପ୍ରତିଶତ ଭୂତଳ ଜଳ ନମୁନାରେ ୟୁରାନିୟମ ସ୍ତର ଅଧିକ ରହିଛି। ନିରାପତ୍ତାସ୍ତରଠାରୁ ଏହା ଅଧିକ ହୋଇଥିବାବେଳେ ଦେଶରେ ଏପର୍ଯ୍ୟନ୍ତ ସର୍ବାଧିକ ପ୍ରଦୂଷଣ ତୀବ୍ରତା...

Untitled-10

ଚଣ୍ଡୀଗଡ଼: ପଞ୍ଜାବର ୬୨.୫୦  ପ୍ରତିଶତ ଭୂତଳ ଜଳ ନମୁନାରେ ୟୁରାନିୟମ ସ୍ତର ଅଧିକ ରହିଛି। ନିରାପତ୍ତାସ୍ତରଠାରୁ ଏହା ଅଧିକ ହୋଇଥିବାବେଳେ ଦେଶରେ ଏପର୍ଯ୍ୟନ୍ତ ସର୍ବାଧିକ ପ୍ରଦୂଷଣ ତୀବ୍ରତା ଭାବେ ରେକର୍ଡ କରାଯାଇଛି। ପଞ୍ଜାବ ପରେ ହରିୟାଣା, ଦିଲ୍ଲୀ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ଜଳରେ ୟୁରାନିୟମ ମାତ୍ରା ଅଧିକ ରହୁଛି। ଜଳଶକ୍ତି ମନ୍ତ୍ରାଳୟ ଅଧୀନ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ (ସିଜିଡବ୍ଲ୍ୟୁବି)ର ସଦ୍ୟ ପ୍ରକାଶିତ ବାର୍ଷିକ ଭୂତଳ ଗୁଣବତ୍ତା ରିପୋର୍ଟ ୨୦୨୫ରେ ଏହି ତଥ୍ୟ ପ୍ରଦାନ କରାଯାଇଛି। ଦେଶର ଅନ୍ୟ ଭାଗରେ ଭୂତଳ ଜଳରେ ନାଇଟ୍ରେଟ୍‌ ପ୍ରଦୂଷଣଅଧିକ ରହୁଛି। ଏହାସହିତ ଫ୍ଲୋରାଇଡ ଓ କ୍ଷାରୀୟ ସମ୍ବନ୍ଧୀୟ ପ୍ରଦୂଷଣ ଦେଖିବାକୁ ମିଳିଛି।  

122 industries: ନଦୀରୁ ପାଣି ଟାଣୁଛନ୍ତି ୧୨୨ ଶିଳ୍ପ: ବ୍ରାହ୍ମଣୀରୁ ୫୩୫, ମହାନଦୀରୁ ୪୯୭ କ୍ୟୁସେକ୍


ରି‌ପୋର୍ଟ ଅନୁଯାୟୀ, ମୌସୁମୀ ପୂର୍ବରୁ ପଞ୍ଜାବରେ ଭୂତଳ ଜଳରେ ୟୁରାନିୟମ୍‌ ସ୍ତର ୫୩.୦୪ ପ୍ରତିଶତ ଥିବାବେଳେ ବର୍ଷା ପରେ ଏହା ୬୨.୫୦ ପ୍ରତିଶତରେ ପହଞ୍ଚିଛି। ୟୁରାନିୟମ୍‌ ସାନ୍ଦ୍ରତା ୩୦ ପିପିବିର ସୁରକ୍ଷିତ ସୀମାରୁ ଅଧିକ ରହିଛି। ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ରାଜସ୍ଥାନ ଜଳରେ ବିକ୍ଷିପ୍ତ ଭାବେ ଚିହ୍ନଟ ହୋଇଛି। ହରିୟାଣାରେ ପ୍ରାକ୍‌ ମୌସୁମୀ ଜଳସ୍ତର ୧୫ ପ୍ରତିଶତ ଥିବାବେଳେ ମୌସୁମୀ ପରବର୍ତ୍ତୀ ସମୟରେ ଏହା ୨୩.୭୫ ପ୍ରତିଶତକୁ ବୃଦ୍ଧି ପାଇଛି। ଉତ୍ତର ପଶ୍ଚିମ ଭାରତରେ ବିଶେଷକରି ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନର କେତେକ ଭାଗ ଓ ଉତ୍ତରପ୍ରଦେଶ ୟୁରାନିୟମ୍‌ ପ୍ରଦୂଷଣର ହଟ୍‌ସ୍ପଟ୍‌ ପାଲଟିଛି। ଭୂ-ଉତ୍ପାଦନକାରୀ କାରକ, ଭୂତଳ ଜଳ ହ୍ରାସ ଏବଂ ଜଳଭଣ୍ଡାର ବୈଶିଷ୍ଟ୍ୟ ଯୋଗୁଁ ନାଇଟ୍ରେଟ୍‌ ଯୁକ୍ତ ପ୍ରଦୂଷଣ ସମସ୍ୟା ଦେଖାଯାଇଛି। ପଞ୍ଜାବର ୧୧.୨୪ ପ୍ରତିଶତ ଭୂତଳ ଜଳରେ ଫ୍ଲୋରାଇଡ୍‌ ସ୍ତର ୧.୫ ଏମ୍‌ଜି/ଏଲ୍‌ରୁ ଅଧିକ  ରହୁଥିବାବେଳେ ଜାତୀୟସ୍ତରରେ ଏହା ୮.୦୫ ପ୍ରତିଶତ ରହିଛି।

Ladhei: ‘ଲଢ଼େଇ’କୁ ମିଳିଲା ‘ଏ’ ସାର୍ଟିଫିକେଟ


ରାଜସ୍ଥାନର ଭୂତଳ ଜଳରେ ସବୁଠୁ ଅଧିକ ୪୧.୦୬ ପ୍ରତିଶତ ଫ୍ଲୋରାଇଡ଼ ରହିଛି। ହରିୟାଣା ୨୧.୮୨ ପ୍ରତିଶତ ସହିତ ଦ୍ବିତୀୟରେ ରହିଛି। ଓଡ଼ିଶାର କେତେକ ଅଞ୍ଚଳ, ଗୁଜରାଟ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ମଧ୍ୟ ଭୂତଳ ଜଳରେ ଅଧିକ ଫ୍ଲୋରାଇଡ୍‌ ରହୁଛି। ସେହିପରି ଭାରତରେ ପାଖାପାଖି ୨୦.୭୧ ପ୍ରତିଶତ ଭୂତଳ ଜଳରେ ନାଇଟ୍ରେଟ୍‌ ପରିମାଣ ଅଧିକ ରହୁଛି, ଯାହାକି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଅଧିକ ସାର ବ୍ୟବହାର, ପଶୁପକ୍ଷୀଙ୍କ ମଇଳା ତଥା ନର୍ଦ୍ଦମା ଜଳ ଯୋଗୁଁ ଏହା ସଂକ୍ରମିତ ହେଉଛି। ରାଜସ୍ଥାନରେ ସର୍ବାଧିକ ୫୦.୫୪ ପ୍ରତିଶତ, କର୍ଣ୍ଣାଟକରେ ୪୫.୪୭ ପ୍ରତିଶତ, ତାମିଲନାଡ଼ୁରେ ୩୬.୨୭ ପ୍ରତିଶତ ଜଳରେ ନାଇଟ୍ରେଟ୍‌ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe