ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ନବବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଜଲ୍ୟ ସୃଷ୍ଟି କରିଛି। ଦୁଇ ଦିନ ତଳେ ଦମ୍ପତି ଆଗପଛ ହୋଇ ଆତ୍ମହତ୍ୟା କରିଥିଲେ। ଏହି ଆତ୍ମହତ୍ୟା ଘଟଣାକୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିବାହ ପୂର୍ବର ବନ୍ଧୁତାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବେଙ୍ଗାଲୁରୁର ବିଦ୍ୟାରନ୍ୟାପୁର ଅଞ୍ଚଳର ସୁରଜ ଶିବନ (୩୫) ଓ ଗନଭୀ ଦେଢ଼ମାସ ତଳେ ବିବାହ କରିଥିଲେ। ବିବାହ ପରେ ଦମ୍ପତି ୧୦ ଦିନ ପାଇଁ ଶ୍ରୀଲଙ୍କାକୁ ହନିମୁନରେ ଯାଇଥିଲେ। ସେଠାରେ କିନ୍ତୁ ବିବାହ ପୂର୍ବ ସମ୍ପର୍କକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଦୁହେଁ ସୋମବାର ଅଧାରୁ ସେଠାରୁ ଚାଲି ଆସିଥିଲେ। ଗୁରୁବାର ଗନଭୀଙ୍କ ଆତ୍ମହତ୍ୟା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ସୁରଜ ନାଗପୁର ଯାଇ ସେଠାରେ ଏକ ହୋଟେଲ ରୁମ୍ରେ ଆତ୍ମହତ୍ୟା କରିଥିଲେ।
Environmental warrior: ପରିବେଶ ଯୋଦ୍ଧା: କେବେ କୋଦାଳ ତ କେବେ କଲମ
ସୁରଜଙ୍କ ମା’ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ବର୍ତ୍ତି ଯାଇଥିଲେ। ସୁରଜଙ୍କ ବଡ଼ଭାଇ ସଞ୍ଜୟ ଶିବନ ପୁଲିସକୁ କହିଛନ୍ତି ଯେ, ଗନଭୀଙ୍କର ବିବାହ ପୂର୍ବରୁ ଅନ୍ୟ କାହା ସହିତ ବନ୍ଧୁତା ରହିଥିଲା ଓ ସେ ସୁରଜଙ୍କୁ ବିବାହ କରିବାକୁ ଚାହୁନଥିଲେ। ହନିମୁନ ସମୟରେ ଏହି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେମାନେ ଅଧାରୁ ବେଙ୍ଗାଲୁରୁ ଫେରିଆସିଥିଲେ। ହନିମୁନରୁ ଫେରିବା ପରେ ସଞ୍ଜୟ ଦୁହିଁଙ୍କ ମଧ୍ୟରେ ବିବାଦ ତୁଟାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଗନଭୀ ରାଗିକରି ତାଙ୍କ ଘରକୁ ଚାଲି ଯାଇଥିଲେ। ସେଠାରେ ଗୁରୁବାର ସେ ଆତ୍ମହତ୍ୟା କରିଥିଲେ। ଗନଭୀଙ୍କ ଆତ୍ମହତ୍ୟା ପରେ ତାଙ୍କ ପରିବାର ମିଥ୍ୟା ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ।
Silver: ଦିନକରେ ରୁପା ୨୧ହଜାର କମିଲା
ଏପରିକି ଗନଭୀଙ୍କ ପରିବାରର ୩୦ ଜଣ ଲୋକ ତାଙ୍କ ଘରକୁ ଧସେଇ ପଶି ସୁରଜଙ୍କୁ ତାଙ୍କ ଝିଅର ମୃତ୍ୟୁ ପାଇଁ ଦାୟୀ କରିଥିଲେ। ସେମାନଙ୍କ ଭୟରେ ସେ, ତାଙ୍କ ଭାଇ ଓ ମା’ ପ୍ରଥମେ ହାଇଦ୍ରାବାଦ ଓ ପରେ ନାଗପୁର ଚାଲିଯାଇଥିଲେ ବୋଲି ସଞ୍ଜୟ କହିଛନ୍ତି। ସୁରଜଙ୍କୁ ଶୁକ୍ରବାର ରାତିରେ ନାଗପୁରର ଏକ ହୋଟେଲରେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
Follow Us