Sheikh Hasina: ସଙ୍କଟ ସମୟରେ ଭାରତର ସହାୟତା ପାଇଁ କୃତଜ୍ଞ: ଶେଖ୍‌ ହସିନା

Advertisment

ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ଏହାର ଲୋକ କଠିନ ସମୟରେ ତାଙ୍କୁ....

ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ଏହାର ଲୋକ କଠିନ ସମୟରେ ତାଙ୍କୁ....

Untitled-7

ନୂଆଦିଲ୍ଲୀ: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ଏହାର ଲୋକ କଠିନ ସମୟରେ ତାଙ୍କୁ ସାହାଯ୍ୟ କରିଛନ୍ତି। ହସିନାଙ୍କୁ ବାଂଲାଦେଶର ଏକ ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ତାଙ୍କ ପ୍ରତ୍ୟର୍ପଣକୁ ନେଇ ଭାରତ ଏପର୍ଯ୍ୟନ୍ତ କୌଣସି ଜବାବ ଦେଇ ନାହିଁ। ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାର ବେଳେ ହସିନାଙ୍କୁ ପଚରାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କିପରି ସାହାଯ୍ୟ କରିଛନ୍ତି? ଏହାର ଉତ୍ତରରେ ସେ କହିଛନ୍ତି, ମୁଁ ବ୍ୟକ୍ତିଗତ ବାର୍ତ୍ତାଳାପ କିମ୍ବା ସମ୍ପର୍କ ବିଷୟରେ କହିବାକୁ ଚାହେ ନାହିଁ। ତଥାପି ମୁଁ ଆପଣଙ୍କୁ କହିପାରେ ଯେ, ଭାରତର ଲୋକ ଓ ସେମାନଙ୍କ ନିରନ୍ତର ସମର୍ଥନ ପାଇଁ ମୁଁ କୃତଜ୍ଞ।

AI everywhere: ସବୁଠି ଏଆଇ, ଲକ୍ଷା‌ଧିକ ଛଟେଇ

Global Humanitarian Award: ଅନନ୍ତଙ୍କୁ ଗ୍ଲୋବାଲ୍ ହ୍ୟୁମାନିଟେରିଆନ୍ ଆୱାର୍ଡ

 
ଭାରତର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ବିଷୟରେ ତାଙ୍କୁ ପଚରାଯାଇଥିଲା। ସେ କହିଛନ୍ତି, ଭାରତ ଏକ ଗୁରୁତ୍ବପୂର୍ଣ୍ଣ ପଡ଼ୋଶୀ। ମୁଁ ପ୍ରଧାନମନ୍ତ୍ରୀ‌ ମୋଦୀଙ୍କ ସମର୍ଥନ ଓ ଆମ ଦେଶ ମଧ୍ୟରେ ପୁରୁଣାା ସମ୍ପର୍କକୁ ପ୍ରଶଂସା କରୁଛି। ବ୍ୟକ୍ତିଗତ ଓ କୂଟନୈତିକ ଭାବରେ, ମୁଁ ପାଇଥିବା ଆଶ୍ରୟ ପାଇଁ କୃତଜ୍ଞ। ଭାରତ ସହିତ ଦୃଢ ଦ୍ୱିପାକ୍ଷିକ ସମ୍ପର୍କ ବାଂଲାଦେଶର ସ୍ୱାର୍ଥରେ ଅଛି ଯାହା ଆଞ୍ଚଳିକ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିପାରିବ। ବାଂଲାଦେଶ ସଙ୍କଟରେ ଆମେରିକାର ଭୂମିକା ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ହସିନା କହିଛନ୍ତି, ଆମେରିକା ସର୍ବସାଧାରଣରେ କୌଣସି ଭୂମିକାକୁ ଅସ୍ୱୀକାର କରିଛି। ଏପର୍ଯ୍ୟନ୍ତ ଏହାକୁ ସମର୍ଥନ କରିବାକୁ କୌଣସି ପ୍ରମାଣ ନାହିଁ। ବିନା ପ୍ରମାଣରେ ଅଭିଯୋଗ କରିବା ଜାତୀୟ ସ୍ଥିରତା ଓ ଏକତା ଉପରେ ପ୍ରଭାବ ପକାଇପାରେ। ମାନବିକତା ବିରୋଧରେ ଅପରାଧ ଅଭିଯୋଗରେ ବାଂଲାଦେଶର ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ହସିନାଙ୍କ ନିର୍ବାସିତ ପୁଅ ସାଜିବ ୱାଜେଦ ଜୟଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଜୁଲାଇ ବିଦ୍ରୋହ ସମୟରେ ହିଂସାତ୍ମକ ବିକ୍ଷୋଭ ମାମଲାରେ ଟ୍ରିବ୍ୟୁନାଲ ଜୟଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେହିପରି ଆଇସିଟି ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ତତ୍କାଳୀନ ଗୃହମନ୍ତ୍ରୀଙ୍କ ବିରୋଧରେ ମୃତ୍ୟୁଦଣ୍ଡ ଶୁଣାଇଥିଲା। ସଙ୍କଟ ସମୟରେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନକୁ ଶେଖ୍ ହସିନା ପ୍ରଶଂସା କରିବା ସହିତ ଆମେରିକାର ଭୂମିକାକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe