ଭୁବନେଶ୍ବର: ୨୦୨୫ ସରିବାକୁ ଯାଉଛି ଏବଂ ନୂଆବର୍ଷ ୨୦୨୬ ଆସିବାକୁ ଆଉ ମାତ୍ର ୭୨ ଘଣ୍ଟା ବାକି। ନୂଆବର୍ଷକୁ ସ୍ବାଗତ କରିବା ଲାଗି ସମସ୍ତେ ଖୁସିରେ ଅପେକ୍ଷା କରିଛନ୍ତି। ମାତ୍ର ରାଜଧାନୀରେ ଅପରାଧୀମାନେ ରକ୍ତମୁଖା ହୋଇପଡ଼ିଲେଣି। ବର୍ଷ ଶେଷ ହେଉଥିବା ବେଳେ ରାଜଧାନୀ ରକ୍ତରେ ଭିଜୁଛି। ବିଭିନ୍ନ ସ୍ଥାନରେ ପଡ଼ିଲାଣି ରକ୍ତଛିଟା। ୨୪ଘଣ୍ଟା ଭିତରେ ରାଜଧାନୀର ୩ ଜନଗହଳିପୂର୍ଣ୍ଣ ସ୍ଥାନରେ ପ୍ରାଣାନ୍ତକ ଆକ୍ରମଣ ଦେଖିବାକୁ ମିଳିଛି। ଅପରାଧୀମାନେ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ରରେ ହାଣିପକାଇବା ଘଟଣା ରାଜଧାନୀରେ ଭୟର ବାତାବରଣ ସୃଷ୍ଟି କରିଛି।
Chief Minister: ସଫଳତା ପାଇଁ ସ୍ବପ୍ନ ଦେଖ: ମୁଖ୍ୟମନ୍ତ୍ରୀ
ଦିନ ଦିପହରେ ଅପରାଧୀମାନେ ଅପରାଧ ଘଟାଉଛନ୍ତି। କେଉଁଠି ଦୋକାନରେ ପଶି ହାଣିଲେଣି ତ କେଉଁଠି କାହାକୁ ଘର ଆଗରୁ ଟେକି ନେଇ ଖଣ୍ଡାରେ ହାଣି ରାସ୍ତାରେ ଫୋପାଡ଼ି ଦେଉଛନ୍ତି। ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ଏମିତି ବିଗିଡ଼ିଯାଇଛି ଯେ ଅପରାଧୀମାନେ ଖୋଲାଖୋଲି ଆତଙ୍କ ଖେଳାଉଛନ୍ତି। ଫଳରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଡରିଲେଣି। ଗତକାଲି ନୂଆପଲ୍ଲୀ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ଘର ଆଗରୁ ଟେକିନେଇ ହାଣି ପକାଇଥିଲେ। ସେହିଭଳି ଗତକାଲି ରାତିରେ ପାଣ୍ଡରା ଛକରେ ଏକ ଦମ୍ପତି ଅପରାଧୀଙ୍କ ଭୁଜାଲି ଚୋଟରେ ଗୁରୁତର ହୋଇଥିଲେ। ଆଉ ଆଜି ସତ୍ୟନଗର ଅଞ୍ଚଳରେ ଦୁର୍ବୃତ୍ତମାନେ ଏକ ଭୋଜିସ୍ଥଳରେ ଅତର୍କିତ ଆକ୍ରମଣ କରି ୨ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି।
The agricultural: ‘ବିକଶିତ ଓଡ଼ିଶା, ବିକଶିତ ଭାରତ ଗଠନରେ ଚଷା ସମାଜର ବଡ଼ ଦାୟିତ୍ୱ ରହିବ’
ଆଜି ଅପରାହ୍ଣ ପ୍ରାୟ ୪ଟା। ପୁରୁଣା ବର୍ଷ ସରିବା ପୂର୍ବରୁ ଖୁସିବାସିରେ ମାଳିସାହି ଅଞ୍ଚଳରେ କିଛି ଯୁବକ ଭୋଜିଭାତ ଆୟୋଜନ କରିଥିଲେ। ଖିଆପିଆ ସାରି ସେମନେ ବସି ଖଟି କରୁଥିଲେ। ହଠାତ୍ ଆଦିତ୍ୟ ଓ ତା’ର ଅନ୍ୟ ୩ ସାଙ୍ଗ ଖଣ୍ଡା ଭୁଜାଲି ଆଦି ମାରଣାସ୍ତ୍ରରେ ସଜ୍ଜିତ ହୋଇ ସେଠାରେ ପହଞ୍ଚିଥିଲେ। ଭୋଜିରେ ସାମିଲ ହୋଇଥିବା ଦୁଇ ବନ୍ଧୁ ରମେଶ ଓ ଅମର ଥିଲେ ଆଦିତ୍ୟର ଟାର୍ଗେଟ୍ରେ। କେହି କିଛି ବୁଝିବା ପୂର୍ବରୁ ଆଦିତ୍ୟର ଗୋଷ୍ଠୀ ଅତର୍କିତ ଆକ୍ରମଣ କଲେ। ଖଣ୍ଡା, ଭୁଜାଲି ଆଦିରେ ମାରଣାସ୍ତ୍ରରେ ସଜ୍ଜିତ ଆଦିତ୍ୟର ଗୋଷ୍ଠୀକୁ ଦେଖି ଭୋଜି କରୁଥିବା ଯୁବକମାନେ ଭୟରେ ଦୌଡ଼ିଥିଲେ। ରମେଶ ଓ ଅମର ମଧ୍ୟ ଜୀବନ ବିକଳରେ ଦୌଡ଼ିବାକୁ ଲାଗିଲେ। ରମେଶ ଦୌଡ଼ୁଥିବା ବେଳେ ପଛରୁ ଆଦିତ୍ୟ ତାଙ୍କ ପିଠିକୁ ଭୁଜାଲିରେ ଚୋଟ ପରେ ଚୋଟ ପକାଇଚାଲିଥିଲା। ତେବେ ଭୁଜାଲି ଚୋଟ ମୁଣ୍ଡରେ ବାଜିବା ପରେ ରମେଶ ପଡ଼ିଯାଇଥିଲେ। ଏହାପରେ ରକ୍ତମୁଖା ଆଦିତ୍ୟ, ରମେଶଙ୍କ ପେଟକୁ ଭୁସି ପକାଇଥିଲା। ବନ୍ଧୁ ରମେଶକୁ ବଞ୍ଚାଇବାକୁ ଅମର ଅଟକିଯାଇଥିଲେ ଏବଂ ଆଦିତ୍ୟକୁ ପ୍ରତିରୋଧ କରିଥିଲେ। ମାତ୍ର ରକ୍ତଭିଜା ଭୁଜାଲି ଧରି ରକ୍ତମୁଖା ପାଲଟିଯାଇଥିବା ଆଦିତ୍ୟକୁ ରୋକିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ବରଂ ଆଦିତ୍ୟର ଭୁଜାଲି ଚୋଟରେ ଅମର ବି ଗୁରୁତର ହୋଇପଡ଼ିଯାଇଥିଲେ। ଦୁଇ ଦୁଇ ଜଣ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ହେଁ ଅନ୍ୟମାନେ ସେମାନଙ୍କ ସାମ୍ନାକୁ ଆସିବାକୁ ସାହସ ଜୁଟାଇ ପାରିନଥିଲେ। ଏହାପରେ ଆଦିତ୍ୟ ଗୋଷ୍ଠୀ ଖଣ୍ଡା ବୁଲାଇ ବୁଲାଇ ରାସ୍ତା ଉପରେ ଛାତି ଫୁଲାଇ ବୁଲିଥିଲେ। କିଛି ସମୟ ପରେ ସ୍ଥାନୀୟ ଲୋକମାନେ ଏକାଠି ହୋଇଥିଲେ। ମାତ୍ର ଏହା ପୂର୍ବରୁ ଆଦିତ୍ୟ ଗୋଷ୍ଠୀ ସେଠାରୁ ପଳାଇଥିଲେ। ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରୁ ରମେଶ ଓ ଅମରକୁ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା। ଆଦିତ୍ୟ ଏହି ଆତଙ୍କରାଜର ମୁଖ୍ୟ ବୋଲି ଜଣାପଡ଼ିଛି। କିନ୍ତୁ ତା’ର ୩ ସହଯୋଗୀ କିଏ, ସେମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ସିସିଟିଭି ଯାଞ୍ଚ କରୁଛି।
Follow Us