ଭୁବନେଶ୍ୱର: କୃତ୍ରିମ ବୁଦ୍ଧିମତା(ଏଆଇ) ହେଉଛି ଭବିଷ୍ୟତ। ଏହା ମନୁଷ୍ୟକୃତ। ଏହାକୁ ଏବେ ମଣିଷ ବ୍ୟବହାର କରୁଛି। ଭବିଷ୍ୟତରେ ଏହାର କିଭଳି ସଦ୍ଉପଯୋଗ ହୋଇପାରିବ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍) ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଆଜିଠାରୁ ଆରମ୍ଭ ହୋଇଥିବା ଅମୃତ ପିଢ଼ି ଛାତ୍ର ବିଶ୍ୱସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ସୂରଜ ଏହା କହିଛନ୍ତି।
Khirachora Gopinath: କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଅଭାବନୀୟ ଘଟଣା: ଭୋଗ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ
‘କୃତ୍ରିମ ବୁଦ୍ଧିମତା ଓ ଏହାର ନୈତିକତା’ ଶୀର୍ଷକ ଉପରେ ବକ୍ତବ୍ୟ ରଖି ସେ କହିଲେ ଏଆଇ ଓ ଏହାର ନୈତିକତା, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ କ୍ଷେତ୍ରରେ ଏଆଇର ଉପଯୋଗ, ସାଇବର ସିକ୍ୟୁରିଟି, ଏଆଇ ଆଧାରିତ ଉଦ୍ଭାବନ ଓ ଷ୍ଟାର୍ଟଅପ୍ ଆଦି ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହେବ। ଛାତ୍ରଛାତ୍ରୀ ଏଆଇ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ନିଜର ଲିଖିତ ବିଷୟବସ୍ତୁ ଉପସ୍ଥାପିତ କରିପାରିବେ। ବିଶେଷଜ୍ଞଙ୍କ ଦ୍ୱାରା ଚୟନ ହୋଇଥିବା ବିଷୟବସ୍ତୁକୁ ଉତ୍କଳ ବିଶ୍ବବିଦ୍ୟାଳୟ ଜର୍ଣ୍ଣାଲ ଅଫ୍ କମ୍ପ୍ୟୁଟିଙ୍ଗ ଆଣ୍ଡ୍ କମ୍ୟୁନିକେସନ୍ରେ ସ୍ଥାନିତ ହେବ। ଏଆଇକୁ ଉପଯୋଗ କରି ଓଡ଼ିଶା ଓ ଭାରତକୁ ଏକ ଟେକ୍ନିକାଲ ହବ୍ରେ ପରିଣତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।
CWC intervention: ମା’ହେଲେ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ: ସିଡବ୍ଲ୍ୟୁସିର ହସ୍ତକ୍ଷେପ ପରେ ମାମଲା ରୁଜୁ
ଉଦ୍ଘାଟନୀ ସମାରୋହରେ ରିପବ୍ଲିକ୍ ଅଫ କୋରିଆର ଇଞ୍ଜେ ବିଶ୍ୱବିଦ୍ୟାଳୟର କଲେଜ ଅଫ୍ ଏଆଇ କନଭରଜେନ୍ସର ପ୍ରଫେସର ହି ଚେଓଲ କିମ୍ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କୃତ୍ରିମ ବୁଦ୍ଧିମତାର ବିଶେଷତା ଓ ଉପଯୋଗିତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, କୁଳସଚିବ ସ୍ୱାତୀ ମିଶ୍ର, ଭିସୁଟ୍ କୁଳପତି ପ୍ରଫେସର ଦୀପକ କୁମାର ସାହୁ, କୁଳସଚିବ ପ୍ରଦୀପ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ୨୦ ତାରିଖ ଯାଏ ଚାଲିବାକୁ ଥିବା ଏହି ସମ୍ମିଳନୀରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ, ଶିକ୍ଷାବିତ୍, ଗବେଷକ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, କର୍ପୋରେଟ୍ କମ୍ପାନିରେ କାମ କରୁଥିବା ଉଚ୍ଚପଦସ୍ଥ ଅଧିକାରୀ, ଦେଶ ବାହାରର ଆଇଟି ଓ ଏଆଇ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ, ଆଇଆଇଟି ଓ ଏମ୍ସର ପ୍ରଫେସରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/19/untitled-2-2025-12-19-06-30-01.jpg)