Bibhuti Patnaik: ‘ଅଖିଳ ଦିବସ’ରେ ବିଭୂତି ପଟ୍ଟନାୟକଙ୍କୁ ‘ଶିଖର ସମ୍ମାନ’

Advertisment

ଓଡ଼ିଆ ସାହିତ୍ୟର ଅନ୍ୟତମ ବିନ୍ଧାଣି ପ୍ରଖ୍ୟାତ ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକଙ୍କ ଜୟନ୍ତୀ ‘ଅଖିଳ ଦିବସ’ ଆଜି ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ....

ଓଡ଼ିଆ ସାହିତ୍ୟର ଅନ୍ୟତମ ବିନ୍ଧାଣି ପ୍ରଖ୍ୟାତ ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକଙ୍କ ଜୟନ୍ତୀ ‘ଅଖିଳ ଦିବସ’ ଆଜି ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ....

Untitled-1

ପୁରୁଣା ଭୁବନେଶ୍ୱର: ଓଡ଼ିଆ ସାହିତ୍ୟର ଅନ୍ୟତମ ବିନ୍ଧାଣି ପ୍ରଖ୍ୟାତ ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକଙ୍କ ଜୟନ୍ତୀ ‘ଅଖିଳ ଦିବସ’ ଆଜି ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅଖିଳ ମୋହନ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଅସିତ୍ ମହାନ୍ତି ଏହି ସାରସ୍ବତ ସମ୍ମେଳନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଏବଂ ଆଦ୍ୟ ବଚନରେ ସମ୍ମେଳନ ଉଦ୍ଦେଶ୍ୟ ଓ ସାମ୍ପ୍ରତିକ ସ୍ଥିତିରେ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ଫାଉଣ୍ଡେସନ୍‌ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଶିଖର ସମ୍ମାନ’ ପାଇଁ ଚଳିତ ବର୍ଷ ପ୍ରଖ୍ୟାତ ସାହିତ୍ୟିକ ବିଭୂତି ପଟ୍ଟନାୟକଙ୍କ ନାମ ଚୟନ କରାଯାଇଥିଲା। ମାତ୍ର ଅସୁସ୍ଥତା ଯୋଗୁ ସେ ସମ୍ମେଳନକୁ ଆସିବା ସମ୍ଭବ ନହେବାରୁ ଫାଉଣ୍ଡେସନ୍‌ର କର୍ମକର୍ତ୍ତାମାନେ ଶ୍ରୀ ପଟ୍ଟନାୟକଙ୍କ ବାସଭବନକୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଫଳକ ଓ ମାନପତ୍ର ଅର୍ପଣ କରିଥିଲେ।

Oman: ଓମାନ ସହ ବାଣିଜ୍ୟ ରାଜିନାମା: ୯୮% ଭାରତୀୟ ସାମଗ୍ରୀ ଟିକସମୁକ୍ତ

High Court's response: ଓଆର୍‌ଏସ୍‌ ଗ୍ରୁପ୍‌-ବି ଅଧିକାରୀଙ୍କ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ପ୍ରସଙ୍ଗ: ଅନ୍ତରୀଣ ଅଙ୍କୁଶ, ହାଇକୋର୍ଟଙ୍କ ଜବାବ ତଲବ

ଫାଉଣ୍ଡେସନ୍‌ର ପୂର୍ବତନ ଅଧ୍ୟକ୍ଷ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଚଳିତ ବର୍ଷର ଏହି କାର୍ଯ୍ୟକ୍ରମରେ କଥାକାର ତରୁଣକାନ୍ତି ମିଶ୍ର ‘ଅଖିଳ ଦିବସ’ ଅଭିଭାଷଣ ପ୍ରଦାନ କରିଥିଲେ। କବି ଭାଗୀରଥି ମିଶ୍ର ଓ ଅଶ୍ବିନୀ କୁମାର ମିଶ୍ର ଦିବଂଗତ କବି ରାଜେନ୍ଦ୍ର ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ। ସୂର୍ଯ୍ୟ ମିଶ୍ର, ମନୁଆ ଦାସ, ଦେବଦତ୍ତ ପତି, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଓ ସୁମନ ଦାଶ କବି ସ୍ବର୍ଗତ ପଣ୍ଡାଙ୍କ କବିତା ପାଠ କରିଥିଲେ। କବି କେଦାର ମିଶ୍ର ଏହି ସତ୍ର ସଂଯୋଜନା କରିଥିଲେ। ଏହି ଅବସରରେ କଥାଶିଳ୍ପୀ ପୁଷ୍ପାଞ୍ଜଳି ନାୟକ ଓ ସରୋଜ ବଳଙ୍କୁ  ‘ଅଖିଳ କଥା ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି କବି ଅଶ୍ୱିନୀ କୁମାର ମିଶ୍ର ଓ କବି ପ୍ରତୀକ୍ଷା ଜେନାଙ୍କୁ ଜ୍ଞାନଦା ପଟ୍ଟନାୟକଙ୍କ ସ୍ମୃତିରେ ଦିଆଯାଉଥିବା ‘ଜ୍ଞାନଦା କବିତା ସମ୍ମାନ’ ପ୍ରଦାନ କରାଯାଇଥିଲା। ମନ୍ମଥ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe