Advertisment

Hoarding collapses: ହୋର୍ଡିଂ ଖସି ୨ ମୃତ୍ୟୁ ଘଟଣା, ପରିବାର ଲୋକଙ୍କ ଧାରଣା

Advertisment

ଆଇଗିଣିଆ ଛକରେ ଗତକାଲି ହୋର୍ଡିଂ ଖସିପଡ଼ି ଏହାତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ମଧ୍ୟାହ୍ନରେ ଡୁମଡୁମା ଅଣ୍ଡର୍‌ପାସ୍‌ ନିକଟରେ ଆଇନଶୃଂଖଳା ପରିସ୍ଥିତି ଉପୁଜିଥିଲା....

ଆଇଗିଣିଆ ଛକରେ ଗତକାଲି ହୋର୍ଡିଂ ଖସିପଡ଼ି ଏହାତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ମଧ୍ୟାହ୍ନରେ ଡୁମଡୁମା ଅଣ୍ଡର୍‌ପାସ୍‌ ନିକଟରେ ଆଇନଶୃଂଖଳା ପରିସ୍ଥିତି ଉପୁଜିଥିଲା....

Untitled-22

ଖଣ୍ଡଗିରି: ଆଇଗିଣିଆ ଛକରେ ଗତକାଲି ହୋର୍ଡିଂ ଖସିପଡ଼ି ଏହାତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ମଧ୍ୟାହ୍ନରେ ଡୁମଡୁମା ଅଣ୍ଡର୍‌ପାସ୍‌ ନିକଟରେ ଆଇନଶୃଂଖଳା ପରିସ୍ଥିତି ଉପୁଜିଥିଲା। ପୀଡ଼ିତଙ୍କ ପରିବାର ନ୍ୟାୟ ଦାବିରେ ରାସ୍ତାରୋକ କରିବା ଫଳରେ ଦେଢ଼ଘଣ୍ଟାରୁ ଅଧିକ ସମୟ ଟ୍ରାଫିକ୍‌ ଜାମ୍‌ ସମସ୍ୟାଲୋଗି ରହିଥିଲା। ମୃତକ ସଚ୍ଚିଦାନନ୍ଦ ପ୍ରଧାନ(୧୯)ଙ୍କ ପରିବାର ଓ ସମ୍ପର୍କୀୟ ରାସ୍ତା ଉପରେ ବସି ରହିଥିଲେ। ତାଙ୍କୁ ସମର୍ଥନ କରି ଶତାଧିକ ଲୋକ ରାସ୍ତା ଅବରୋଧ କରିଥିଲେ। ପୁଲିସ ବୁଝାସୁଝା କରିବା ସତ୍ତ୍ବେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ନ ହଟିବା ଖଣ୍ଡଗିରି ଛକରୁ କଳିଙ୍ଗବିହାର ଛକ ପର୍ଯ୍ୟନ୍ତ ଟ୍ରାଫିକ୍‌ ଲାଗି ରହିଥିଲା। ଗାଡ଼ି ଯା’ଆସ କରିନପାରିବାରୁ ଲୋକେ ଖରାରେ ସିଝିଥିଲେ। ଏପରିକି ଏମ୍‌ସ ଅଭିମୁଖେ ଯାଉଥିବା ୫ରୁ ଅଧିକ ଆମ୍ବୁଲାନ୍ସ ଜାମ୍‌ରେ ଫସି ରହିଥିଲେ। ଶେଷରେ ବିଏମ୍‌ସି, ପୁଲିସ ଅଧିକାରୀମାନେ ପହଞ୍ଚି ନ୍ୟାୟ ମିିଳିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। ଅପରପକ୍ଷେ ଉଭୟ ମୃତକ ଟୁନା ଗୌଡ଼ ଓ ସଚ୍ଚିଦାନନ୍ଦ ପ୍ରଧାନଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିବା ସହିତ ସେମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।
ଆଜି ଦିନ ୧୨ଟାରେ ମୃତକ ସଚ୍ଚିଦାନନ୍ଦଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ଆଇଗିଣିଆ ଛକ ନିକଟରେ ଏକାଠି ହୋଇଥିଲେ। ଗତକାଲି ଯେଉଁ ହୋର୍ଡିଂ ପଡ଼ି ସଚ୍ଚିଦାନନ୍ଦଙ୍କ ମୃତ୍ୟୁ ଘଟିଥିଲା, ସଂପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଜାତୀୟ ରାଜପଥ ୧୬ର ଆଇଗିଣିଆ ଛକ ନିକଟରେ ଉଭୟ ପାର୍ଶ୍ବର ସର୍ଭିସ୍‌ରୋଡ୍‌ରେ ବିକ୍ଷୋଭରେ ସାମିଲ ସ୍ଥାନୀୟ ଲୋ‌କେ ମାନବଶୃଂଖଳ କରି ରାସ୍ତା ବନ୍ଦ କରିଥିଲେ। ଫଳରେ ଯାତାୟାତ ବ୍ୟାହତ ହେବା ସହିତ ଗାଡ଼ି ପଛକୁ ପଛ ଲମ୍ବି ଚାଲିଥିଲା। ଦିନ ସାଢ଼େ ୧୨ଟା ବେଳକୁ ଖଣ୍ଡଗିରି ପଟୁ ଓ କଳିଙ୍ଗବିହାର ପଟୁ ଗାଡ଼ି ଯା’ଆସ କରିପାରିନଥିଲା। ଏପରିକି କିଛି ଲୋକ ଓଭର୍‌ବ୍ରିଜ୍‌ ଉପରେ ରଙ୍ଗରୁଟ୍‌ରେ ଗାଡ଼ି ନେଇଯାଇଥିଲେ। ଏମ୍‌ସକୁ ଯିବା ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇଯିବାରୁ ଭିଡ଼ ଭିତରେ ଆମ୍ବୁଲାନ୍ସଗୁଡ଼ିକ ଫସି ରହିଥିଲା।
ପରେ ବିଏମ୍‌ସି ଦକ୍ଷିଣ ଜୋନ୍‌ ଡେପୁଟି କମିସନର୍‌ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତ ପରିବାରଙ୍କ ସହିତ ଆଲୋଚନା କରିଥିଲେ। ବିଏମ୍‌ସି ପକ୍ଷରୁ ୩୦ହଜାର ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଜୋନ୍‌-୩ ଏସିପି ତାପସ ପ୍ରଧାନ, ଭରତପୁର ଥାନା ଅଧିକାରୀ ରାଜେନ୍ଦ୍ର ପଟ୍ଟନାୟକ ଓ ଖଣ୍ଡଗିରି ଥାନା ଅଧିକାରୀ ଅଭିମନ୍ୟୁ ଦାସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ହୋର୍ଡିଂ ଲଗାଇଥିବା ସଂପୃକ୍ତ ସଂସ୍ଥାକୁ ଥାନାକୁ ଡକାଯାଇଥିବା ଏବଂ ପ୍ରଶାସନିକ ସ୍ତରରେ କ୍ଷତିପୂରଣ ପ୍ରଦାନ ଲାଗି ପ୍ରତିଶ୍ରୁତି ପରେ ଉତ୍ତ୍ୟକ୍ତ ଲୋକେ ଧାରଣାରୁ ହଟିଥିଲେ। ୨ଘଣ୍ଟା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

Kalinga: କଳିଙ୍ଗ - ଅଶୋକ ସିଟିରେ ଲୁଟ ମାମଲା, ବନ୍ଧାହେଲେ ଲିପୁନ୍‌ ଗ୍ୟାଙ୍ଗ୍‌ର ୪ ସିନ୍ଧିଚୋର


ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଭରତପୁର ଥାନାରେ ତିନିଟି ଅଭିଯୋଗ ହୋଇଛି। ଗୋଟିଏ ଅଭିଯୋଗ ବିଏମ୍‌ସ କରିଛି। ଏହି ହୋର୍ଡିଂକୁ ବିଏମ୍‌ସି ନିଜର ନୁହେଁ ବୋଲି ସ୍ପଷ୍ଟୀକରଣ ଦେବା ସହିତ ସଂପୃକ୍ତ ହୋର୍ଡିଂ ଲଗାଇଥିବା ସଂସ୍ଥ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଛି। ମୃତକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ପରିବାର ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି। ସେହିଭଳି ଆଇଗିଣିଆ ଗ୍ରାମର ଯୁବ ସମାଜସେବୀ ସୁମନ ଛୁଆଳସିଂହ ଭରତପୁର ଥାନାର ଦ୍ବାରସ୍ଥ ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ହୋର୍ଡିଂ ଲଗାଇଥିବା ସଂସ୍ଥା, ଏହି ହୋର୍ଡିଂ ଲଗାଇବାକୁ ଅନୁମତି ଦେଇଥିବା ଆଇଗିଣିଆ ଦୁର୍ଗାପୂଜା କମିଟିର ସଭାପତି, ୪୯ନମ୍ବର ୱାର୍ଡ଼ କର୍ପୋରେଟର୍‌ ଏବଂ କର୍ପୋରେଟର୍‌ଙ୍କ ସ୍ବାମୀଙ୍କ ବିରୋଧରେ ସେ ଏତଲା ଦାୟର କରିଛନ୍ତି।

Tirumala Temple: ତିରୁମାଳା ମନ୍ଦିରରେ ପ୍ରସାଦ ଯାଞ୍ଚ କରିବ ‘ଇ-ନାକ’ ଓ ‘ଇ-ଜିଭ’


ଆଇଗିଣିଆ ଘଟଣାରେ ହୋର୍ଡିଂ ଏଜେନ୍ସି ମେଟ୍ରୋ ସାଇନ୍‌ ବିରୋଧରେ କେସ୍‌ ନଂ-୧୪୨ରେ ମାମଲା ରୁଜୁ କରିଛି। ହୋର୍ଡିଂକୁ ବେଆଇନ୍‌ ସହ ହଟାଇବା ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ କେଉଁ ପରିସ୍ଥିତିରେ ସେଠାରୁ ହଟାଯାଇନଥିଲା। ଯେଉଁଥି ପାଇଁ ଏତେ ବଡ଼ ଅଘଟଣ ଘଟିଲା। ଏଜେନ୍ସିର ୪ଜଣଙ୍କୁ ପୁଲିସ ପଚରା ଉଚରା କରିବା ପରେ ଏଜେନ୍ସିର କର୍ମଚାରୀ ସମ୍ବିତ ମହାନ୍ତିଙ୍କୁ ଗିରଫ କରିଛି। ଅନ୍ୟପଟେ ଗୁରୁତର ଅହତ ହୋଇଥିବା ମୌସୁମୀ ନାୟକ ଏବଂ ଅନ୍ୟ ଜଣେ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe