Advertisment

Misconduct case: ଆଇଆର୍‌ଏସ୍‌ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା, କେନ୍ଦ୍ରୀୟ ଜିଏସ୍‌ଟି ଟିମ୍‌ର ତନାଘନା

Advertisment

ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ୍‌ ମାମଲାରେ ଆଇଆରଏସ୍‌ ଅଧିକାରୀଙ୍କ ଅଡ଼ୁଆ ବଢ଼ିଛି। ଆଜି ଜିଏସଟି ସେଣ୍ଟ୍ରାଲ....

ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ୍‌ ମାମଲାରେ ଆଇଆରଏସ୍‌ ଅଧିକାରୀଙ୍କ ଅଡ଼ୁଆ ବଢ଼ିଛି। ଆଜି ଜିଏସଟି ସେଣ୍ଟ୍ରାଲ....

Untitled-8

ଭୁବନେଶ୍ବର: ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ୍‌ ମାମଲାରେ ଆଇଆରଏସ୍‌ ଅଧିକାରୀଙ୍କ ଅଡ଼ୁଆ ବଢ଼ିଛି। ଆଜି ଜିଏସଟି ସେଣ୍ଟ୍ରାଲ ଏକ୍ସସାଇଜ୍‌ର ଏକ ଟିମ୍‌ ଥାନାରେ ପହଞ୍ଚି ମାମଲାର ବିବରଣୀ ଓ ତଦନ୍ତର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଥାନା ଅଧିକାରୀଙ୍କ ସହିତ ଆଲୋଚନା ସହ ସମଗ୍ର ଘଟଣାକ୍ରମ ନେଥ ଟିମ୍‌ ତଦନ୍ତ ଅଧିକା‌ରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲା।

Non-smokers: ଅଣନିଶ୍ବାସୀ କଲାଣି ଇଟାଭାଟି ଧୂଆଁ

ଅଭିଯୁକ୍ତ ଜଣେ ଯୁଗ୍ମ କମିସନର ପାହ୍ୟା ଅଧିକାରୀ ହୋଇଥିବାରୁ ତଦନ୍ତକୁ ତ୍ବରାନ୍ବିତ କରିବାକୁ ଜଣେ ଏଡିପିସି ପାହ୍ୟାର ମହିଳା ଅଧିକାରୀ ଆରତି ଗିରିଙ୍କ ତତ୍ତ୍ବାବଧାନରେ ମାମଲାର ତଦନ୍ତ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟ ପକ୍ଷରେ ଆଜି ଆଇଆର୍‌ଏସ୍‌ ଅଧିକାରୀଙ୍କ ଫୋନ୍‌ ସଚଳ ହୋଇଛି। ପୁଲିସ ତା‌ଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି। ସେ ଛୁଟିରେ ଥିବାରୁ ଫୋନ ବନ୍ଦ ଥିଲା। ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏପଟେ ଆଜି ପୀଡ଼ିତାଙ୍କର ୧୮୩ ବିଏନ୍‌ଏସ୍‌ରେ କୋର୍ଟରେ ବୟାନ ରେକର୍ଡ଼ କରାଯାଇଛି। 

BJP Women's: ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହକଲା ବିଜେପି ମହିଳା ମୋର୍ଚ୍ଚା


ସୂଚନା ଅନୁସାରେ, ଅଭିଯୁକ୍ତ ଆଇଆର୍‌ଏସ୍‌ ଅଫିସର୍ ସତ୍‌ସଙ୍ଗବିହାର ଅଞ୍ଚଳରେ ସରକାରୀ କ୍ବାର୍ଟର୍ସରେ ପରିବାର ସହ ରହୁଛନ୍ତି। ତାଙ୍କ ପତ୍ନୀଙ୍କ ଦେହ ଖରାପ ଥିବାରୁ କିଛି ଦିନ ପୂର୍ବେ ତାଙ୍କ ଭଉଣୀ, ଅସୁସ୍ଥ ଭାଉଜଙ୍କୁ ଦେଖିବା ଲାଗି ଭୁବନେଶ୍ବର ଆସିଥିଲେ। ଭଉଣୀଙ୍କ ସହ ସାଙ୍ଗ ତଥା ପୀଡ଼ିତା ମଧ୍ୟ ଆସିଥିଲେ। ୧୫ ତାରିଖରେ ଆଇଆର୍‌ଏସ୍‌ଙ୍କ ଭଉଣୀ ଓ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଆଇଆରଏସ ଅଧିକାରୀ ଭଉଣୀଙ୍କ ସାଙ୍ଗ ସଂପୃକ୍ତ ମହିଳାଙ୍କୁ ଅଶ୍ଲୀଳ ଭିଡ଼ିଓ ଦେଖାଇ ଦୁଷ୍କର୍ମ କରିଥିଲେ। ସେ ପୀଡ଼ିତାଙ୍କୁ ଘରକୁ ପଠାଇ ଦେଇ ପରେ ତାଙ୍କ ଆପତ୍ତିଜନକ ଭିଡ଼ିଓ ଦେଖାଇ ତାଙ୍କୁ ବ୍ଲାକ୍‌ମେଲ୍‌ କରି ପୁରୀ ଡାକିଥିଲେ। କିନ୍ତୁ ପୀଡ଼ିତା ମନା କରିବାରୁ ତାଙ୍କ ଭିଡ଼ିଓ ଭାଇରାଲ କରିଦେଇଥିଲେ। ଏନେଇ ପୀଡ଼ିତା ଇନ୍‌ଫୋଭ୍ୟାଲି ଥାନାରେ ଏକ ଭିଡ଼ିଓ ଭାଇରାଲ୍‌ ମାମଲା ଓ ସହିଦନଗର ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ।

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌, ସ୍ବାମୀକୁ ପଚରାଉଚରା

 ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ ଅଭିଯୋଗରେ ଭରତପୁର ଥାନା ପୁଲିସ ସଂପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ ଥାନାକୁ ଡକାଇ ପଚରାଉଚରା କରିଛି। କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ଏହି ଦମ୍ପତିଙ୍କ ମଧ୍ୟରେ ବିବାଦ ପରେ ଉଭୟ ପରସ୍ପରଠାରୁ ୬ମାସ ହେବ ଅଲଗା ରହୁଛନ୍ତି। ତେବେ ଜାନୁଆରି ମାସରେ ସଂପୃକ୍ତ ମହିଳାଙ୍କ ଫଟୋ ଅଶ୍ଳୀଳ ଭାବେ ଏଡିଟ୍‌ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛଡ଼ାଯାଇଥିବା ସେ ଜାଣିବାକୁ ପାଇଥିଲେ। ସ୍ବାମୀ ପ୍ରତିଶୋଧପରାୟଣ ହୋଇ ଏଭଳି କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଭରତପୁର ପୁଲିସ ଉଭୟଙ୍କୁ ଥାନାକୁ ଡକାଇ ପଚରାଉଚରା କରିବା ସହିତ ସ୍ବାମୀଙ୍କ ମୋବାଇଲ୍‌ ଯାଞ୍ଚ କରିଛି। ଫଟୋ ଭାଇରାଲ୍‌ କରିଥିବା ନେଇ ପ୍ରମାଣ ମିଳିଲେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe