Advertisment

Puri Bypass: ଅନ୍ଧାରରେ ପୁରୀ ବାଇପାସ୍‌ ଛକ

Advertisment

କିଛିଦିନ ହେଲାଣି ଜାତୀୟ ରାଜପଥରୁ ପୁରୀ ବାଇପାସ୍‌କୁ ସଂଯୋଗ କରୁଥିବା ଛକ ଅନ୍ଧାରରେ ରହିଛି। ଏଠାରେ ଲାଗିଥିବା ଏକାଧିକ ହାଇମାଷ୍ଟ ଲାଇଟ୍‌ ଜଳୁ ନଥିବା ବେଳେ ଷ୍ଟ୍ରିଟ୍ ଲାଇଟ୍....

କିଛିଦିନ ହେଲାଣି ଜାତୀୟ ରାଜପଥରୁ ପୁରୀ ବାଇପାସ୍‌କୁ ସଂଯୋଗ କରୁଥିବା ଛକ ଅନ୍ଧାରରେ ରହିଛି। ଏଠାରେ ଲାଗିଥିବା ଏକାଧିକ ହାଇମାଷ୍ଟ ଲାଇଟ୍‌ ଜଳୁ ନଥିବା ବେଳେ ଷ୍ଟ୍ରିଟ୍ ଲାଇଟ୍....

Untitled-7

ଭୁବନେଶ୍ୱର: କିଛିଦିନ ହେଲାଣି ଜାତୀୟ ରାଜପଥରୁ ପୁରୀ ବାଇପାସ୍‌କୁ ସଂଯୋଗ କରୁଥିବା ଛକ ଅନ୍ଧାରରେ ରହିଛି। ଏଠାରେ ଲାଗିଥିବା ଏକାଧିକ ହାଇମାଷ୍ଟ ଲାଇଟ୍‌ ଜଳୁ ନଥିବା ବେଳେ ଷ୍ଟ୍ରିଟ୍ ଲାଇଟ୍ ବି ଅଚଳ। ଫଳରେ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ରହୁଛି। ସେପଟେ ଏହା ଚାରିଛକିଆ ହୋଇଥିବାରୁ ଚୋରି, ରାହାଜାନୀ ଭୟ ଘାରୁଛି। ସମଦଶା  ଓଭରବ୍ରିଜ୍‌ର। ଏହା ଉପରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିବାରୁ ସଂପୂର୍ଣ୍ଣ ବ୍ରିଜ୍ ଅନ୍ଧକାର ଭିତରେ ରହିଛି। ରାଜଧାନୀ ଭୁବନେଶ୍ବରର ଏକ ପ୍ରମୁଖ ଛକ ହେଉଛି ପୁରୀ ବାଇପାସ୍‌ ଛକ।

Kamalesh Kumari: ସାହସ ଓ ବୀରତ୍ବର ପ୍ରତୀକ: କମଳେଶ କୁମାରୀ

ଏଠାରେ କୋଲକାତା-ଚେନ୍ନାଇ ଜାତୀୟ ରାଜପଥ-୧୬ ଓ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ-୩୧୬ ସଂଯୋଗ କରୁଛି। ଏଣୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀବାହୀ ଓ ମାଲ୍‌ବାହୀ ଗାଡ଼ି ଏହି ଛକ ଦେଇ ଯା’ଆସ କରୁଛି। ସେ ଦୃଷ୍ଟିରୁ ଏହି ଛକରେ ସୌନ୍ଦର୍ଯ୍ୟୀକରଣ ସହ ଏଠାରେ ଏକାଧିକ ହାଇମାଷ୍ଟ ଲଗାଯାଇଛି। ଷ୍ଟ୍ରିଟ୍‌ଲାଇଟ୍ ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ କାମ କରାଯାଇଛି। ଓଭର୍‌ବ୍ରିଜ୍ ଉପରେ ରିଟେନିଂ ୱାଲ୍‌ରେ ବି ବ୍ରିଜ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। କିନ୍ତୁ ଏହା ଜଳୁ ନଥିବାରୁ ସବୁବେଳେ ଅନ୍ଧାରରେ ରହୁଛି। ଛକରେ ଭୁବନେଶ୍ବର-ପୁରୀ ବାଇପାସ୍‌ ରାସ୍ତା ପାର୍ଶ୍ବକୁ ଏକ ହାଇମାଷ୍ଟ ଲାଗିଛି। ଅପରପାର୍ଶ୍ବରେ ବି ଏକ ହାଇମାଷ୍ଟ ଲାଗିଛି। କିନ୍ତୁ ଦୁଇ ହାଇମାଷ୍ଟ ଜଳୁନାହିଁ। ଏକାଧିକ ଷ୍ଟ୍ରିଟ୍ ଲାଇଟ୍ ଲାଗିଥିଲେ ବି ଏହା ଜଳୁ ନଥିବାରୁ ଛକ ସଂପୂର୍ଣ୍ଣ ଅନ୍ଧକାରମୟ ରହୁଛି। ପ୍ରତିଦିନ ଏହି ଓଭରବ୍ରିଜ୍ ଦୁଇପାର୍ଶ୍ବରେ ଟ୍ରାଫିକ୍ ସମସ୍ୟା ଦେଖାଦିଏ। ଏଣୁ ଏଠାରେ ଟ୍ରାଫିକ୍ ପୁଲିସଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ଟ୍ରାଫିକ୍ ପୁଲିସ ସିଗ୍‌ନାଲ୍ କେହି ଜାଣିପାରୁନାହାନ୍ତି। ଟ୍ରାଫିକ୍ ପୁଲିସ ବି କେଉଁଠି ଓ କେଉଁ ଆଡ଼କୁ ସିଗ୍‌ନାଲ୍ ଦେଉଛନ୍ତି, ଜଣାପଡ଼ୁନି। ଯେହେତୁ ବ୍ରିଜ୍ ଉପର ଅନ୍ଧକାର ରହୁଛି, ତେଣୁ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଭୟ ରହୁଛି।

Talkies: ‘ଜଗନ୍ନାଥ’ ଓ ‘ଅହଲ୍ୟା’ ଟକିଜ୍‌ ଆଜି ଭଗ୍ନସ୍ତୂପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe