ଭୁବନେଶ୍ବର: ବିହାରରୁ ବନ୍ଧୁକ ଆଣି ଓଡ଼ିଶାରେ ବାଲିମାଫିଆ, ନିଶାବେପାରୀ, ଗୋଚାଲାଣକାରୀଙ୍କ ଭଳି ଅପରାଧୀଙ୍କୁ ଯୋଗାଉଥିଲେ। ଏଜେଣ୍ଟଙ୍କୁ କମିସନ ଦେଇ ବନ୍ଧୁକ ସାମ୍ରାଜ୍ୟ ବିସ୍ତାର କରୁଥିଲେ। ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ କୁଖ୍ୟାତ ଅନ୍ତଃରାଜ୍ୟ ମୁଙ୍ଗେର ବନ୍ଧୁକ ମାଫିଆ ଗ୍ୟାଙ୍ଗ୍ର ୨ ସଦସ୍ୟଙ୍କୁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଗିରଫ କରିଛି। ସେମାନେ ହେଲେ ବିହାର ମୁଙ୍ଗେର ଅଞ୍ଚଳର ପିଣ୍ଟୁ କୁମାର ଓ ଅଶ୍ବିନୀ କୁମାର। ସେମାନଙ୍କ ନିକଟରୁ ୬ଟି ବନ୍ଧୁକଓ ୭ ରାଉଣ୍ଡ ଗୁଳି ଜବତ ହୋଇଛି।
ଦେଢ଼ ବର୍ଷ ହେଲା ରାଜଧାନୀରେ ସକ୍ରିୟ ଥିଲେ
ପାଖାପାଖି ଦେଢ଼ ବର୍ଷ ହେବ ଏହି ଗ୍ୟାଙ୍ଗ କଟକ, ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସକ୍ରିୟ ଥିଲା। ବିଶେଷ କରି ବାଲିମାଫିଆ, ନିଶାମାଫିଆ, କୁଖ୍ୟାତ ଅପରାଧୀଙ୍କୁ ଟାର୍ଗେଟ୍ କରି ବନ୍ଧୁକ ବ୍ୟବସାୟ ଚଳାଇଥିଲେ। ଯେଭଳି ପୁଲିସ ସେମାନଙ୍କ ସମ୍ପର୍କରେ ଟେର୍ ପାଇବ ନାହିଁ, ଏଥିପାଇଁ ସେମାନେ ଟ୍ରେନ୍ରେ ଆସି ଟ୍ରେନ୍ରେ ଫେରିଯାଉଥିଲେ। ଏହି ଗ୍ୟାଙ୍ଗ ଭୁବନେଶ୍ବରକୁ ଏକାଧିକ ଥର ଆସି ବନ୍ଧୁକ ଯୋଗାଉଥିବା ଏସ୍ଟିଏଫ୍ ଟିମ୍ ଜାଣିବାକୁ ପାଇଥିଲା। ଗ୍ୟାଙ୍ଗକୁ କାବୁ କରିବା ପାଇଁ ଏସ୍ଟିଏଫ୍ ଟିମ୍ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। କେତେଜଣଙ୍କୁ ଚିହ୍ନଟ କରି ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ତେବେ ଏମାନେ ଏକ ବଡ଼ ଡିଲ୍ କରିଥିବା ଏସ୍ଟିଏଫ୍ ହାତରେ ସୂଚନା ମିଳିଥିଲା। ବୁଧବାର ବିଳମ୍ବିତ ରାତିରେ ଉଭୟ ବନ୍ଧୁକ ଧରି ବଡ଼ଗଡ଼ ଥାନା ବାଙ୍କୁଆଳ ବାଲିଯାତ୍ରା ପଡ଼ିଆରେ କିଛି ଏଜେଣ୍ଟ ଓ ଅପରାଧୀଙ୍କୁ ଅପେକ୍ଷା କରିଥିବା ବେଳେ ଏସ୍ଟିଏଫ୍ର ୨ଟି ସ୍ବତନ୍ତ୍ର ଟିମ୍ ସେଠାରେ ଚଢ଼ଉ କରିଥିଲେ। ଚଢ଼ଉ ଦେଖି ଦୁଇ ଅଭିଯୁକ୍ତ ବନ୍ଧୁକକୁ ନିକଟସ୍ଥ ଅନାବନା ବୁଦାକୁ ଫୋପାଡ଼ି ଫେରାର୍ ଉଦ୍ୟମ କରିଥିଲେ। ହେଲେ ଜାଲ୍ ବିଛାଇଥିବା ଏସ୍ଟିଏଫ୍ ପଞ୍ଝାରୁ ଖସି ପାରି ନଥିଲେ। ଖୋଜାଖୋଜି କରି ଏସ୍ଟିଏଫ୍ ୬ଟି ବନ୍ଧୁକ ଓ ଗୁଳି ଜବତ କରିଥିଲା। ଆଜି ୨ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ସମ୍ପର୍କରେ ତଥ୍ୟ ହାସଲ କରି ଏସ୍ଟିଏଫ୍ ଟିମ୍ ବିହାର ପୁଲିସ ସହ ଯୋଗାଯୋଗ କରିଛି।
The bamboo: କଡ଼ ଲେଉଟାଉଛି ସମୟ ଫେରୁଛି ବାଉଁଶ ବଜାର
ଓଡ଼ିଶା ଲିଙ୍କ୍ ନେଇ ହେବ ଖୋଳତାଡ଼
ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ଓଡ଼ିଶାରଅପରାଧୀଙ୍କୁ ଯୋଗାଯାଉଥିଲେ ପିଣ୍ଟୁ ଓ ଅଶ୍ବିନୀ। ଏଥିପାଇଁ ସେମାନେ ଓଡ଼ିଶା ଓ ବିହାରରେ ଏଜେଣ୍ଟ ରଖିଥିଲେ। ଯେଭଳି ଧରା ନପଡ଼ିବେ ସେଥିପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କୋଡ୍ ୱାର୍ଡ ବ୍ୟବହାର କରୁଥିଲେ। ଏଜେଣ୍ଟ ମୋଟା ରକମର କମିସନ ନେଇ ସୁରକ୍ଷିତ ଭାବେ ବନ୍ଧୁକ ପହଞ୍ଚାଉଥିଲେ। ଅପରାଧୀଙ୍କୁ ବନ୍ଧୁକ ପିଛା ୨୫ ହଜାରରୁ ୩୦ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା। ତେବେ ଓଡ଼ିଶାରେ ଗ୍ୟାଙ୍ଗ ଏଜେଣ୍ଟ୍ ଓ ସେମାନନେ କେଉଁ ଜିଲ୍ଲାରେ ଅପରାଧର ନେଟ୍ୱର୍କ ବିଛାଇଛନ୍ତି, ତାକୁନେଇ ଏସ୍ଟିଏଫ୍ ଟିମ୍ ଖୋଳାତାଡ଼ ଆରମ୍ଭ କରିଛି। ଏହି ସମୟ ଭିତରେ ଏସ୍ଟିଏଫ୍ ଚୋରା ବନ୍ଧୁକ ରଖିଥିବା କିଛି ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛି। ଯେଉଁମାନେ ଯୋଗାଇଥିଲେ ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଖୁବ୍ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/12/untitled-27-2025-12-12-09-24-29.jpg)