Advertisment

Literature: କୌଶିକ ଲେଙ୍କାଙ୍କ କଲମରୁ ନିସୃତ କବିତା ‘ଆବର୍ତ୍ତନ’...

Advertisment

ମଣିଷ ଜନ୍ମହୁଏ। ଅନେକ କାମ କରିଯାଏ ତା’ ଜୀବଦଶା ଭିତରେ। ପରିବାର, ସଂପର୍କୀୟ, ସାଙ୍ଗସାଥୀଙ୍କ ଭିତରେ ଏକ ମାୟାଜାଲରେ ବାନ୍ଧି ହୋଇଯାଏ। ସମସ୍ତଙ୍କୁ ନେଇ ବାଟ ଚାଲେ। ହେଲେ ଯିବା ସମୟ ଆସି‌ଲେ ସବୁକିଛି ପଛରେ ଛାଡ଼ିଦେଇ ତାକୁ ଏକା ହିଁ ଫେରିବାକୁ ହୁଏ। ଏହାକୁ ଅତି ସୁନ୍ଦରଭାବେ କବିତାରେ ଫୁଟାଇଛନ୍ତି କବି।

ମଣିଷ ଜନ୍ମହୁଏ। ଅନେକ କାମ କରିଯାଏ ତା’ ଜୀବଦଶା ଭିତରେ। ପରିବାର, ସଂପର୍କୀୟ, ସାଙ୍ଗସାଥୀଙ୍କ ଭିତରେ ଏକ ମାୟାଜାଲରେ ବାନ୍ଧି ହୋଇଯାଏ। ସମସ୍ତଙ୍କୁ ନେଇ ବାଟ ଚାଲେ। ହେଲେ ଯିବା ସମୟ ଆସି‌ଲେ ସବୁକିଛି ପଛରେ ଛାଡ଼ିଦେଇ ତାକୁ ଏକା ହିଁ ଫେରିବାକୁ ହୁଏ। ଏହାକୁ ଅତି ସୁନ୍ଦରଭାବେ କବିତାରେ ଫୁଟାଇଛନ୍ତି କବି।

vvv

Photograph: (Internet)

ଆବର୍ତ୍ତନ 

କୌଶିକ ଲେଙ୍କା 

ନା ତଥାପି ପୂରିଲା ନାହିଁ 
ତଥାପି ସରିଲା ନାହିଁ 
ନାହିଁ ନାହିଁ ନାହିଁ 
ଏ ଘରୁ ସବୁକିଛି ବୋହି ନେଇ ଯାଇ ହେଲା ନାହିଁ‌।

ଆହୁରି ମୁଠାଏ ପାଦଚିହ୍ନ 
ଗଲା ରାତିରେ ଛିଟିକି ପଡ଼ିଥିବା ଚେନାଏ ଲୁଣ 
ଗତରାତିରୁ ଥକା ମେଣ୍ଟ‌ଉଥିବା ମୁଠାଏ କାଲୁଆ ଶୀତୁଆ ପବନ 
ଏଯାଏଁ ତ ବାଲ୍‌କୋନିରେ ଶୁଖୁଛି ପ୍ରିୟ ନୀଳ ସାର୍ଟର ଦେହ।

ଆହୁରି ପଢ଼ନ୍ତୁ- Rekha Gupta: ଉତ୍ତର-ପୂର୍ବ ରାଜ୍ୟ ମହିଳାଙ୍କୁ ଜାତିଗତ ଆକ୍ଷେପ ମାମଲା:ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ତୀବ୍ର ନିନ୍ଦା, କହିଲେ ଦିଲ୍ଲୀ ସମସ୍ତଙ୍କର, ଅଭିଯୁକ୍ତ ଗିରଫ

କାହାକୁ ନେବି 
କାହାକୁ ଛାଡ଼ି ଦେଇଯିବି
ମୋ ସହ ଏଠୁ କିଏ ଯିବ

ଯ‌ଉ କାନ୍ଥକୁ ଡେରିହେଇ ଦେଖିଲି ଗୋଟେ ନଷ୍ଟ ଜହ୍ନର କଳଙ୍କ 
ଯ‌ଉ ଝରକା ବନ୍ଦ ନ କଲେ ଦିଶିଯାଏ ପଡ଼ିଶା ଘରର ଚିତ୍ରିତ କାନ୍ଥ 
ଯ‌ଉ ଗାଧୁଆଘରକୁ ନେଇ ଥିଲା ମୋର ଯାବତୀୟ ଅଭିଯୋଗ 
ସେ ସମସ୍ତେ ଆଜି ପଛରେ ରହିଯିବେ 

ମୋତେ ଯିବାକୁ ହବ 
ମଳିଚିଆ ଦିଶୁଥିବା କେଉଁ ଏକ ସଡ଼କର ପିଠି ପାର ହେବାକୁ ହେବ 
ମୋର ଅତି ପୁରୁଣା ଏଇ ଘରକୁ ପୁଣି କିଏ ଆସିବ 
କାନ୍ଥରେ ଡେରିବ, ସ୍ୱପ୍ନ ଦେଖିବ 

ଆହୁରି ପଢ଼ନ୍ତୁ- OTT platforms: ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ୫ ଓଟିଟି ପ୍ଲାଟଫର୍ମ ବନ୍ଦ କଲା କେନ୍ଦ୍ର

ହୁଏତ ମୁଁ ଛାଡ଼ି ଆସିଥିବା ନାଲି ମନ୍ଦାରର ଗଛକୁ ଆପଣେଇ ନେବ 
ହୁଏତ ମୁଁ ଛାଡ଼ି ଆସିଥିବା ଜଗନ୍ନାଥଙ୍କ ଫଟୋକୁ ଦେଖି ବତୁରିଯିବ 
ହୁଏତ ମୋ ନଥିଲାପଣକୁ ନିଜର କରିନେବ 
କିନ୍ତୁ ମୋ ଭଳି ଅପରିଚିତକୁ ନୁହେଁ 

ଭୋକ, ସ୍ୱପ୍ନ, ପୋଷାକ ସଜାଡ଼ିବାକୁ ଘରଟେ ଲୋଡ଼ା 
ତା’ଛଡ଼ା ଯିଏ ଘର ତୋଳେ ସିଏ କ’ଣ ସେଠି ରହିପାରେ କି!

ଯିବାକୁ ହୁଏ 
ଗାଁ, ସହର ଛାଡ଼ି ଦୂରକୁ 
ଅପରିଚିତଙ୍କ ଗହଣରେ ଗୋଟେ ଭଡ଼ାଘରକୁ 
ମୋର ବୋଲି କହିବାର ମୋହ ନେଇ ଜିଇବାକୁ ହୁଏ।

ମୋ: ୯୩୪୮୬୮୧୯୭୪

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe