Victory celebration: ବିଜୟ ଉତ୍ସବ ପାଲଟିଲା ବିଷାଦ

ବିଶ୍ବର ସବୁଠାରୁ ଧନୀ ଓ ଚର୍ଚ୍ଚିତ କ୍ରିକେଟ୍ ଲିଗ୍ ଆଇପିଏଲ୍‌କୁ ଚଳିତବର୍ଷ ମିଳିଥିଲା ନୂଆ ବିଜେତା। ୧୮ବର୍ଷର ବ୍ୟବଧାନ ପରେ ଆର୍‌ସିବି ପ୍ରଥମ ଥର ବିଜେତା ହେବାର ଗୌରବ ହାସଲ କରିଥିଲା।

Untitled-9

ବିଶ୍ବର ସବୁଠାରୁ ଧନୀ ଓ ଚର୍ଚ୍ଚିତ କ୍ରିକେଟ୍ ଲିଗ୍ ଆଇପିଏଲ୍‌କୁ ଚଳିତବର୍ଷ ମିଳିଥିଲା ନୂଆ ବିଜେତା। ୧୮ବର୍ଷର ବ୍ୟବଧାନ ପରେ ଆର୍‌ସିବି ପ୍ରଥମ ଥର ବିଜେତା ହେବାର ଗୌରବ ହାସଲ କରିଥିଲା। ଫାଇନାଲ୍‌ରେ ପଞ୍ଜାବ କିଙ୍ଗ୍ସକୁ ରୋମାଞ୍ଚକ ଭାବେ ୬ ରନ୍‌ରେ ହରାଇ ଆର୍‌ସିବି ତା’ର ବହୁପ୍ରତୀକ୍ଷିତ ଆଶା ପୂରଣ କରିଥିଲା। ଦଳର ସବୁଠାରୁ ପୁରୁଣା ସଦସ୍ୟ ତଥା ଭାରତୀୟ କ୍ରିକେଟ୍‌ର ଅନ୍ୟତମ କିଂବଦନ୍ତି ପୁରୁଷ ବିରାଟ କୋହଲିଙ୍କ ଜୀବନର ମଧ୍ୟ ଏହା ପ୍ରଥମ ଆଇପିଏଲ୍ ଟ୍ରଫି ଥିଲା। ଆର୍‌ସିବି ଟ୍ରଫି ଜିତିବା ପରେ ଏହି ଦଳର କୋଟିକୋଟି ପ୍ରଶଂସକଙ୍କ ଛାତି ଖୁସିରେ ଫୁଲି ଉଠିଥିଲା। ତେବେ ଏହି ଉଲ୍ଲାସ, ଆନନ୍ଦ ଓ ବିଜୟର ଗୌରବ ମାତ୍ର ୨୪ ଘଣ୍ଟା ଭିତରେ ବିଷାଦରେ ପରିଣତ ହୋଇଯାଇଥିଲା। ବେଙ୍ଗାଲୁରୁର ଏମ୍ ଚିନ୍ନା‌ସ୍ବାମୀ ଷ୍ଟାଡିୟମ୍‌ରେ ଆୟୋଜିତ ବିଜୟ ଉତ୍ସବ ବେଳେ ଷ୍ଟାଡିୟମ୍‌ ଗେଟ୍‌ରେ ଅପ୍ରତ୍ୟାଶିତ ଭାବେ ଦଳଚକଟା ହୋଇ ୧୩ଜଣ ନିରୀହ ପ୍ରଶଂସକଙ୍କ ଜୀବନ ଚାଲିଯାଇଥିଲା। ୪୦ରୁ ଅଧିକ ଆହତ ହୋଇଥିଲେ। ଯାହା ଭାରତୀୟ କ୍ରିକେଟ୍ ଇତିହାସର ଅନ୍ୟତମ ଦୁଃଖଦ ଘଟଣା ଥିଲା। କର୍ଣ୍ଣାଟକ କ୍ରିକେଟ୍ ସଂଘ, ଆର୍‌ସିବିର ପରିଚାଳନା ମଣ୍ଡଳୀ ଓ ବେଙ୍ଗାଲୁରୁ ଏଥିଲାଗି ପରସ୍ପରକୁ ଦୋଷାରୋପ କରିବା ମାମଲାକୁ ଆହୁରି ଗୋଳିଆ କରିଥିଲା। ପରେ କର୍ଣ୍ଣାଟକ ସରକାର ଓ ଆର୍‌ସିବି, ମୃତାହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରି ଚୁପ୍ ରହିଯିବା ପ୍ରଶଂସକଗଣଙ୍କ ପ୍ରତି କୌଣସି ଅପମାନଠାରୁ କିଛି କମ୍ ନଥିଲା।

Dhankhad: ଧନଖଡ଼ଙ୍କ ବିଦାୟ ସମ୍ବର୍ଦ୍ଧନା ପ୍ରସଙ୍ଗ, ରାଜ୍ୟସଭାରେ ବିଜେପି-କଂଗ୍ରେସ ମୁହାଁମୁହିଁ

Coastal areas: ଭୀଷଣ ଅମ୍ଳୀୟ ହୋଇଯିବ ଉପକୂଳ ଅଞ୍ଚଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe