ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ସହର ବାବନପୁର ଗ୍ରାମରେ ଅବସ୍ଥିତ ରାଜ୍ୟର ଏକମାତ୍ର ଆଞ୍ଚଳିକ କୁଷ୍ଠ ଗବେଷଣା ଓ ତାଲିମ ପ୍ରତିଷ୍ଠାନ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ପ୍ରତିଷ୍ଠାନରେ ଅସଜଡ଼ା ଭିତ୍ତିଭୂମି, ଡାକ୍ତର ଓ ସେବିକାଙ୍କ ଅଭାବ ରୋଗୀ ସେବାରେ ପ୍ରତିବନ୍ଧକ ସାଜିଛି। ତଥାପି ଏହି କେନ୍ଦ୍ର କୁଷ୍ଠ ଆକ୍ରାନ୍ତଙ୍କ ପାଇଁ ଏକମାତ୍ର ସାହାଭରସା ପାଲଟିଛି। ଗତ ପାଞ୍ଚବର୍ଷରେ ଆଉଟ୍ଡୋର୍ ରୋଗୀଙ୍କ ସଂଖ୍ୟା ୮୫୨୭ ଥିବା ବେଳେ ୨୦୨୪-୨୫ରେ ଇନ୍ଡୋର୍ ରୋଗୀଙ୍କ ସଂଖ୍ୟା ୧୭୫ ଓ ୨୦୨୫-୨୬ରେ ୧୫୫ ରହିଛି।
Madhubabu: ‘ଓଡ଼ିଆ ଅସ୍ମିତାର ଯୁଗପୁରୁଷ ଥିଲେ ମଧୁବାବୁ’
ପୂର୍ବରୁ ଏଠାରେ ଡାକ୍ତର ଓ ସେବିକାଙ୍କୁ ମିଶାଇ ୬୨ ପଦ ମଞ୍ଜୁର ଥିଲା। ସମୟକ୍ରମେ ସେଥିରୁ ୨୬ଟି ପଦ ଉଚ୍ଛେଦ କରିଦିଆଯିବା ପରେ ଏବେ ତାହା ୩୬ରେ ସୀମିତ ରହିଛି। ସେଥିରୁ ମାତ୍ର ୨୨ ଜଣ କାମ କରୁଥିବା ବେଳେ ୧୪ଟି ପଦ ଖାଲିପଡ଼ିଛି। ମାତ୍ର ୩ ଜଣ ସେବିକା କାର୍ଯ୍ୟ କରୁଛନ୍ତି। ୨୦୦୨ରୁ ଏହି କେନ୍ଦ୍ରରେ କେହି ନିୟମିତ ନିର୍ଦ୍ଦେଶକ ନାହାନ୍ତି। ଆବଶ୍ୟକ ୬ ଡାକ୍ତରଙ୍କ ବଦଳରେ ମାତ୍ର ୩ ଜଣ ଡାକ୍ତର ଥିବାବେଳେ ଜଣଙ୍କୁ କେନ୍ଦ୍ରର ଭାରପ୍ରାପ୍ତ ନିର୍ଦ୍ଦେଶକ ସହିତ ପାରାଦୀପ ପିଏଚ୍ଓ ଓ ଭୁବନେଶ୍ୱର ଏପିଏଚ୍ଓ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ଡାକ୍ତର ଭି.ଶାନ୍ତାରାମ ରିସୋର୍ସ ପର୍ସନ୍ ଭାବେ ବାହାରକୁ ଗଲେ ମାତ୍ର ଜଣେ ଡାକ୍ତରଙ୍କୁ ଦାୟିତ୍ୱ ସମ୍ଭାଳିବାକୁ ପଡ଼ୁଛି।
Atomic bombs will keep the world safe: ପୃଥିବୀକୁ ସୁରକ୍ଷିତ ରଖିବ ପରମାଣୁ ବୋମା!
ଅନ୍ୟପଟେ ରାଜ୍ୟରେ ହାରାହାରି ୧୦ ହଜାରରୁ ଅଧିକ କୁଷ୍ଠ ରୋଗୀ ଚିହ୍ନଟ ହେଉଛନ୍ତି। ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏହା ଏକ ରେଫରାଲ୍ ହସ୍ପିଟାଲ ହୋଇଥିବାରୁ ଗୁରୁତର ରୋଗୀ ଏଠାକୁ ଆସୁଛନ୍ତି। ବ୍ରହ୍ମପୁର ଏମ୍କେସିଜି ସହିତ ଗଞ୍ଜାମ, ଗଜପତି, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ରୋଗୀ ଏହି ପ୍ରତିଷ୍ଠାନ ଉପରେ ନିର୍ଭର କରୁଛନ୍ତି। ହେଲେ ଭିତ୍ତିଭୂମି, ଉନ୍ନତମାନର ଉପକରଣ ଅଭାବ ଓ ଅନେକ ପଦ ଖାଲି ପଡ଼ିଥିବାରୁ ରୋଗୀ ସେବା, ଡାକ୍ତର, ଆଶାକର୍ମୀଙ୍କୁ ତାଲିମ ଓ ଗବେଷଣା ଆଦି ପ୍ରଭାବିତ ହେଉଛି। ବହୁବର୍ଷ ହେଲା ଏଠି କେହି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇନାହାନ୍ତି। ରୋଗୀଙ୍କ ବଡ଼ ଅସ୍ତ୍ରୋପଚାର ପାଇଁ ବାହାରୁ ବିଶେଷଜ୍ଞ ଡାକ୍ତରଙ୍କୁ ଡକାଯାଉଛି କିମ୍ବା ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ୧୯୬୮ରେ ଡେନ୍ମାର୍କର ଡେନିସ୍ ସେଭ୍ ଦି ଚିଲ୍ଡ୍ରେନ୍ ନାମକ ସଂସ୍ଥା ପକ୍ଷରୁ ୧୫ ଏକର ବିସ୍ତୃତ ଅଞ୍ଚଳରେ ଏହି କେନ୍ଦ୍ର ସ୍ଥାପିତ ହୋଇଥିଲା। ଏଥିରେ ହସ୍ପିଟାଲ, ଡାକ୍ତର, ସେବିକାଙ୍କ ରହଣି, ପ୍ରଶାସନିକ ଓ ତାଲିମ କେନ୍ଦ୍ର ଚାଲିଛି। ୧୯୭୨ରେ ଏହାର ପରିଚାଳନା ଭାର ରାଜ୍ୟ ସରକାର ଓ ‘ହିନ୍ଦ୍ କୁଷ୍ଠ ନିବାରଣ ସଂସ୍ଥା ନେଇଥିଲେ। ୧୯୭୭ରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ହାତକୁ ନେଇଥିଲା। ୫୦ ରୋଗୀଙ୍କ ପାଇଁ ସୁବିଧାସୁଯୋଗ ରହିଥିବା ବେଳେ ଏବେ ଏଠାରେ ୨୫ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି।
The final touches : ରାମୁ ଅସ୍ଥିରେ ଶେଷ ସ୍ପର୍ଶ, ଅନ୍ତିମ ପର୍ଯ୍ୟାୟରେ ଯୋଡ଼େଇ କାମ
ସୂଚନାଥାଉକି, ୨୦୦୫-୦୬ରେ ତତ୍କାଳୀନ ସରକାର ଓଡ଼ିଶାକୁ କୁଷ୍ଠମୁକ୍ତ ଘୋଷଣା କରିଥିଲେ। ସେତେବେଳେ ରାଜ୍ୟରେ ୫୦୮୮ କୁଷ୍ଠ ରୋଗୀ ଥିଲେ। ୨୦୧୦ -୧୧ରେ ଏହି ସଂଖ୍ୟା ବୃଦ୍ଧି ପାଇ ୬୭୪୨ରେ ପହଞ୍ଚିଥିଲା। ୨୦୧୧-୧୨ରେ ୮୨୨୬, ୨୦୧୩-୧୪ରେ ୧୦ ହଜାର ୬୪୫ ଓ ୨୦୧୪-୧୫ରେ ୧୦ ହଜାର ୧୭୪ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୩-୨୪ରେ ହ୍ରାସ ପାଇ ୮୩୯୬ ଓ ୨୦୨୪-୨୫ରେ ୭୩୪୯ରେ ପହଞ୍ଚିଛି। ତଥାପି ପ୍ରତିବର୍ଷ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି।
Follow Us