Advertisment

Jalaneti Asana: ସାଇନୋସାଇଟିସ୍‌ ଅଛି କି? ଏଥିରୁ ଉପଶମ ପାଇବା ପାଇଁ କରନ୍ତୁ ଜଳନେତି...

Advertisment

ଜଳନେତି ଦ୍ବାରା ନାସାପଥ ଓ ସାଇନସ୍‌ରୁ ଲାଳ ଓ ମଇଳା ବାହାରିଯାଏ। ଏହାଦ୍ବାରା ଶ୍ବାସ, ନ୍ୟୁମୋନିଆ, ବ୍ରୋଙ୍କାଇଟିସ୍‌ ଏବଂ ଫୁସ୍‌ଫୁସ୍‌ ଯକ୍ଷ୍ମା ଆଦି ରୋଗରୁ ମୁକ୍ତି ମିଳେ। ଆଲର୍ଜି, ଥଣ୍ଡା, ସାଇନୋସାଇଟିସ୍‌ ସହ କାନ, ଆଖି, ଗଳାର ବିଭିନ୍ନ ସମସ୍ୟା ଉପଶମ ହୁଏ।

ଜଳନେତି ଦ୍ବାରା ନାସାପଥ ଓ ସାଇନସ୍‌ରୁ ଲାଳ ଓ ମଇଳା ବାହାରିଯାଏ। ଏହାଦ୍ବାରା ଶ୍ବାସ, ନ୍ୟୁମୋନିଆ, ବ୍ରୋଙ୍କାଇଟିସ୍‌ ଏବଂ ଫୁସ୍‌ଫୁସ୍‌ ଯକ୍ଷ୍ମା ଆଦି ରୋଗରୁ ମୁକ୍ତି ମିଳେ। ଆଲର୍ଜି, ଥଣ୍ଡା, ସାଇନୋସାଇଟିସ୍‌ ସହ କାନ, ଆଖି, ଗଳାର ବିଭିନ୍ନ ସମସ୍ୟା ଉପଶମ ହୁଏ।

Untitled-13 copy

Photograph: (google)

ଜଳନେତି ଦ୍ବାରା ନାସାପଥ ଓ ସାଇନସ୍‌ରୁ ଲାଳ ଓ ମଇଳା ବାହାରିଯାଏ। ଏହାଦ୍ବାରା ଶ୍ବାସ, ନ୍ୟୁମୋନିଆ, ବ୍ରୋଙ୍କାଇଟିସ୍‌ ଏବଂ ଫୁସ୍‌ଫୁସ୍‌ ଯକ୍ଷ୍ମା ଆଦି ରୋଗରୁ ମୁକ୍ତି ମିଳେ। ଆଲର୍ଜି, ଥଣ୍ଡା, ସାଇନୋସାଇଟିସ୍‌ ସହ କାନ, ଆଖି, ଗଳାର ବିଭିନ୍ନ ସମସ୍ୟା ଉପଶମ ହୁଏ। ତା’ସହ ସମୀପ ଦୃଷ୍ଟି, ଆଲର୍ଜିକ୍‌ ନାସା ପ୍ରଦାହ, ପରାଗଜ୍ବର, ଟନ୍‌ସିଲାଇଟିସ୍‌ରୁ ମୁକ୍ତି ମିଳେ। ଜଳନେତି ଦ୍ବାରା ପିଲାଙ୍କ ମୁହଁ ବାଟେ ନିଶ୍ବାସ ନେବା କମିଯାଏ। ମୁହଁର ମାଂସପେଶୀ ଟାଣିହୁଏ ନାହିଁ। ଅଭ୍ୟାସକାରୀର ଚେହେରା ସତେଜ୍‌ ଓ ଯୁବସୁଲଭ ହୁଏ। ମସ୍ତିଷ୍କରେ ଶୀତଳ ଓ ଶାନ୍ତ ଭାବ ଅନୁଭୂତ ହୁଏ। ଅପସ୍କାର ଓ ଅର୍ଦ୍ଧକପାଳୀରୁ ଉପକାର ମିଳେ। 

ଆହୁରି ପଢ଼ନ୍ତୁ: ବର୍ଷ ଆରମ୍ଭରୁ ଆସିଲା ବିସ୍ଫୋରଣର ଖବର, ସ୍ୱିଜରଲ୍ୟାଣ୍ଡର ନିଆଁ ପିଣ୍ଡୁଳା ପାଲଟିଲା ବାର୍‌

ଜଳନେତି ନାକରେ ଥିବା ସ୍ନାୟୁଗୁଡ଼ିକର ଶେଷ ମୁଣ୍ଡକୁ ସକ୍ରିୟ କରେ। ମସ୍ତିଷ୍କ କାର୍ଯ୍ୟରେ ଏବଂ ବ୍ୟକ୍ତିର ସ୍ବାସ୍ଥ୍ୟରେ ସର୍ବୋପରି ଉନ୍ନତି ହୁଏ। ଡାହାଣ ଓ ବାମ ନାସାରନ୍ଧ୍ରରେ ଭାରସାମ୍ୟ ଆସି ସ୍ବାସ୍ଥ୍ୟରେ ଉନ୍ନତି ହୁଏ। ପାଚନ କ୍ରିୟା ଓ ରକ୍ତ ସଞ୍ଚାଳନ ପ୍ରଣାଳୀରେ ମଧ୍ୟ ଭାରସାମ୍ୟ ହୁଏ ବୋଲି ଯୋଗଗୁରୁ ଗଣେଶ୍ବର ଗୋଚ୍ଛିକାର କହିଛନ୍ତି। 

ଆବଶ୍ୟକ ଉପକରଣ:

ଏଥିପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ‘ନେତି ଲୋଟା’ ବ୍ୟବହାର କରାଯାଏ। ଏହା ପ୍ଲାଷ୍ଟିକ୍‌, ମାଟି, ପିତ୍ତଳ ବା ଅନ୍ୟ କୌଣସି ଧାତୁରୁ ହୋଇପାରେ ଯାହା ପାଣିକୁ ଯେପରି ଦୂଷିତ କରିବ ନାହିଁ। ଲୋଟାର ନଳୀ ମୁହଁର ଅଗ୍ରଭାଗ ଆରାମରେ ନାସାରନ୍ଧ୍ରରେ ଲାଗି ରହିବ ଯେପରି ପାଣି ଲିକ୍‌ କରି ବାହାରି ନ ଆସେ। ଏପରିକି ଚା’ କେଟେଲ୍‌ ମଧ୍ୟ ବ୍ୟବହାର କରିହେବ। 
 ଅଧା ଲିଟର ପାଣିରେ ଗୋଟିଏ ଚାମଚ ଲୁଣ ଭଲଭାବରେ ମିଶାଇ‌େବ। ଲୁଣ ମିଶାଇବା ଦ୍ବାରା ପାଣିର ଅସ୍‌କୋଟିକ୍‌ ଚାପ ଶରୀରର ଜଳୀୟ ଅଂଶର ଚାପ ସହ ସମାନ ରହିବ। ଏହାଦ୍ବାରା ଶ୍ଲେଷ୍ମିକ ଝିଲ୍ଲୀର ଜ୍ବଳନ କମିଯାଏ। ଜ୍ବଳନ ବା କଷ୍ଟ ହେଲେ ଜାଣିବେ ବେଶୀ ବା କମ୍‌ ଲୁଣ ମିଶାଯାଇଛି।

ଆହୁରି ପଢ଼ନ୍ତୁ: ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ପ୍ରଥମ ସ୍ଥିତିରେ ନାସାରନ୍ଧ୍ର ଧୋଇବା

  • ନେତି ଲୋଟାକୁ ତିଆରି କରିଥିବା ଲୁଣ ପାଣିରେ ଭର୍ତ୍ତି କରନ୍ତୁ
  • ଭଲ ଭାବରେ ଠିଆ ହୁଅନ୍ତୁ, ଗୋଡ଼ ଛାଡ଼ିକରି ରହିବ ଏବଂ ଦୁଇ ପାଦ ଉପରେ ଦେହର ଓଜନ ସମାନ ଭାବେ ପଡ଼ିବ 
  • ଏବେ ସାମାନାକୁ ଝୁଙ୍କନ୍ତୁ 
  • ପ୍ରାୟ ଗୋଟିଏ ମିନିଟ୍‌ ଆଖି ବନ୍ଦ କରନ୍ତୁ ଏବଂ ପୂରା ଦେହ ଶିଥିଳ କରନ୍ତୁ।
  • ମୁଣ୍ଡକୁ ଟିକିଏ ପଛକୁ ଓ କଡ଼କୁ ବଙ୍କାଇ ରଖନ୍ତୁ
  • ମୁହଁରେ ନିଶ୍ବାସ ନେବା ଆରମ୍ଭ କରନ୍ତୁ
  • ଧୀରେ ଉପରପଟ ନାସା ରନ୍ଧ୍ରରେ ଲୋଟାର ନଳୀମୁହଁର ଅଗ୍ରଭାଗକୁ ପୁରାନ୍ତୁ
  • କୌଣସି ପ୍ରକାର ଜୋର୍‌ ପ୍ରୟାସ କରିବେ ନାହିଁ
  • ନଳୀ ଅଗ୍ରଭାଗକୁ ନାକ କଡ଼େ ଜୋର୍‌ରେ ଚାପି ରଖିବେ ଯେପରି ପାଣି ବାହାରକୁ ଲିକ୍‌ କରି ନ ଆସେ
  • ଲୋଟାକୁ ଉପରକୁ ଟେକନ୍ତୁ ଯେପରି ପାଣି ନାସାରନ୍ଧ୍ର ଦେଇ ଭିତରକୁ ଯିବ ଏବଂ ବିପରୀତ ପଟେ ବାହାରିବ
  • ଧୀରେ ନାକବାଟେ ନିଶ୍ବାସ ଛାଡ଼ି ଲାଳ କାଢ଼ିଦିଅନ୍ତୁ
  • ବିପରୀତ ଦିଗକୁ ମୁଣ୍ଡ ବଙ୍କାଇ ଲୋଟାକୁ ଉପରପଟ ନାସାରନ୍ଧ୍ରରେ ପୂରାଇ ଅଭ୍ୟାସର ପୁନରାବୃତ୍ତି କରନ୍ତୁ

ଆହୁରି ପଢ଼ନ୍ତୁ: ଘନ କୁହୁଡିର ପ୍ରଭାବ: ୫ଟି ବିମାନର ଗତିପଥ ପରିବର୍ତ୍ତନ

ଦ୍ବିତୀୟ ସ୍ଥିତିରେ ନାକ ଶୁଖାଇବା

  • ସିଧା ଠିଆ ହୁଅନ୍ତୁ
  • ଡାହାଣ ନାସାରନ୍ଧ୍ରକୁ ଡାହାଣ ବୁଢ଼ା ଆଙ୍ଗୁଳିରେ ବନ୍ଦ କରନ୍ତୁ
  • ବାମ ନାସାରନ୍ଧ୍ରରେ ୫ରୁ ୧୦ଥର ଶୀଘ୍ର ନିଶ୍ବାସ ନିଅନ୍ତୁ ଓ ଛାଡ଼ନ୍ତୁ, କପାଳଭାତି ପ୍ରାଣାୟମ ଭଳି ନିଶ୍ବାସ ଛାଡ଼ିବାରେ ଜୋର୍‌ ଦେବେ
  • ବାମ ନାସାରନ୍ଧ୍ର ବନ୍ଦ କରି ଡାହାଣ ନାସାରନ୍ଧ୍ରରେ ଅଭ୍ୟାସର ପୁନରାବୃତ୍ତି କରନ୍ତ
  • ଏହି ଅଭ୍ୟାସ ଦ୍ବାରା ସାଇନସ୍‌ କୋଟରରେ ଜମିଥିବା ପାଣି ବାହାରିଯାଏ

ସଜାଗତା

ଦେହର ସ୍ଥିତି ଓ ଦେହ ଶିଥିଳ କରିବାରେ ଲକ୍ଷ୍ୟ ରଖିବେ, ସତର୍କ ରହିବ ଯେପରି ଲୋଟା ମୁହଁରୁ ପାଣି ନାକ ବାହାରକୁ ବାହାରି ନ ଆସେ। ନୂତନ ଅଭ୍ୟାସକାରୀ ମୁହଁ ବାଟେ ଆରାମରେ ନିଶ୍ବାସ ନେବା ପ୍ରତି ଲକ୍ଷ୍ୟ ରଖିବେ।

ଆହୁରି ପଢ଼ନ୍ତୁ: ୨୦୨୫ରେ କେଉଁ ସବୁ ୱେବସିରିଜ ଓଟିଟିରେ ଧମାଲ କରିଥିଲା ଆପଣ ଜାଣିଛନ୍ତି କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe