Advertisment

76 people: ପରୀକ୍ଷା ଦେଲେନି ୭୬ ଜଣ

Advertisment

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ହେଲେ ଗୋଟିଏ ବି ଦିନ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ। ଜଣେ କି ଦୁଇ ଜଣ....

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ହେଲେ ଗୋଟିଏ ବି ଦିନ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ। ଜଣେ କି ଦୁଇ ଜଣ....

Untitled-3

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ହେଲେ ଗୋଟିଏ ବି ଦିନ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ। ଜଣେ କି ଦୁଇ ଜଣ ନୁହଁନ୍ତି, ବରଂ ଭୁବନେଶ୍ବର ସହରର ୭୬ଜଣ ପିଲା ଏବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। ୨୦୨୫ ତୁଳନାରେ ଏଥର ଅଧିକ ସଂଖ୍ୟକ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତିକୁ ନେଇ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି। ଯଦି ଦେଖାଯାଏ ଆଜି ଶେଷ ଦିନରେ ଖୋର୍ଦ୍ଧା ଜିଲ୍ଲାର ୨୬୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ।ସେମାନଙ୍କ ମଧ୍ୟରୁ ୭୬ଜଣ କେବଳ ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ବ୍ଲକ୍‌ ଅଞ୍ଚଳର ରହିଥିବା ଉଚ୍ଚ ବିଦ୍ୟାଳୟର ବୋଲି ଜଣାପଡ଼ିଛି।

Seminar: ସୃଷ୍ଟି ଏକାଡେମିରେ ଆଲୋଚନାଚକ୍ର


ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଫର୍ମ ପୂରଣ କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ସହର ଛାଡ଼ି ପଳାଇଛନ୍ତି। କେତେଜଣ ରାଜ୍ୟ ବାହାରକୁ ମଧ୍ୟ ଚାଲିଯାଇଛନ୍ତି। କେବଳ ଯେ ସହର ଛାଡ଼ି ଯାଇଛନ୍ତି ତାହା ନୁହେଁ, କେତେକ ପରୀକ୍ଷାର୍ଥୀ ଅସୁସ୍ଥ କାରଣ ପାଇଁ ପରୀକ୍ଷାରେ ଅଂଶଗ୍ରହଣ କରିପାରି ନାହାନ୍ତି। ତଥ୍ୟ ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲାର ୧୨ଟି ନୋଡାଲ ସେଣ୍ଟରରୁ ୨୬୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ଭୁବନେଶ୍ବର ୟୁନିଟ୍‌-୮ ବାଳକ ଉଚ୍ଚବିଦ୍ୟାଳୟ ନୋଡାଲ ସେଣ୍ଟର ଅଧୀନରେ ୩୦, କ୍ୟାପିଟାଲ ହାଇସ୍କୁଲ ନୋଡାଲ ସେଣ୍ଟର ଅଧୀନରେ ୨୬ ଓ ୟୁନିଟ୍‌-୧ ବାଳକ ଉଚ୍ଚବିଦ୍ୟାଳୟ ନୋଡାଲ ସେଣ୍ଟର ଅଧୀନରେ ୨୦ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ।

Pediatric doctor: ଶିଶୁଭବନ ଡାକ୍ତରଙ୍କ ବିରଳ ସଫଳତା: ଅସ୍ତ୍ରୋପଚାର ବିନା ଶ୍ବାସନଳୀରୁ ବାହାରିଲା ଚକୋଲେଟ୍‌ ଜରି

   
ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପରୀକ୍ଷାର୍ଥୀ ଅନୁପସ୍ଥିତି ପାଇଁ ଅଭିଭାବକଙ୍କ ସାମାଜିକ ଓ ଆର୍ଥିକ ବ୍ୟବସ୍ଥା ଦାୟୀ। ରାଜ୍ୟର କେତେକ ସ୍ଥାନରେ ଛାତ୍ରୀମାନେ ପରୀକ୍ଷା ପୂର୍ବରୁ ବିବାହ କରିଯାଉଛନ୍ତି। ଯେତେ ଚେଷ୍ଟା କରାଗଲେ ମଧ୍ୟ ତାହାକୁ ରୋକାଯାଇପାରୁ ନାହିଁ। ସେଠାରେ ପିଲାଙ୍କ ସାମାଜିକ ସ୍ଥିତିକୁ ଦେଖିବାକୁ ପଡ଼ିବ। ଡ୍ରପ୍‌ ଆଉଟ୍‌ ସଂଖ୍ୟା ଯେପରି ନ ବଢ଼ିବ ତାହାକୁ ନଜରରେ ରଖି ପଦକ୍ଷେପ ନିଆଯାଉଛି। ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ଖୋଜିବା ପାଇଁ ପ୍ରତିବର୍ଷ ଡୋର ଟୁ ଡୋର କ୍ୟାମ୍ପେନ୍‌ ହେଉଛି। ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭରୁ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହେବ। ପିଲାମାନେ କାହିଁକି ପରୀକ୍ଷା ଦେଉନାହାନ୍ତି ତାହାର କାରଣ ଖୋଜାଯାଇ ସେମାନଙ୍କୁ ପୁଣିଥରେ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

ହୋଲି ଖେଳିଲେ

ମାଟ୍ରିକ୍‌ ପରୀକ୍ଷାର ଆଜି ଶେଷ ଦିନ ଥିଲା। ତେଣୁ ପରୀକ୍ଷାର୍ଥୀଙ୍କ ମୁହଁରେ ଖୁସିର ମାହୋଲ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ପୂର୍ବାହ୍ନରେ ପରୀକ୍ଷା ଶେଷ ହେବା କ୍ଷଣି ପରୀକ୍ଷାର୍ଥୀ କେନ୍ଦ୍ର ବାହାରକୁ ଚାଲିଆସିଥିଲେ। ଆଉ ସାଙ୍ଗ ସାଥୀଙ୍କ ସହ ହୋଲିରେ ମାତି ଯାଇଥିଲେ। କିଏ ମୁଣ୍ଡରେ ତ ଆଉ କିଏ ଗାଲରେ ରଙ୍ଗ ବୋଲି ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଥିଲେ। ପରୀକ୍ଷା କେନ୍ଦ୍ର ବାହାରେ ଏକପ୍ରକାର ହୋଲିର ପରିବେଶ ସୃଷ୍ଟି ହୋଇଥିଲା। ସହରର ଅଧିକାଂଶ ପରୀକ୍ଷା କେନ୍ଦ୍ର ବାହାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

 ସବୁ ପରୀକ୍ଷା ଭଲ ହେଇଛି। କେବଳ ପଞ୍ଚମ ଦିନ ଇତିହାସ ଓ ଭୂଗୋଳ ଟିକେ ଖରାପ ହୋଇଛି। ୮୫ପ୍ରତିଶତ ନମ୍ବର ଆସିବ ବୋଲି ଆଶା ରଖିଛି। ଫଳାଫଳ ବାହାରିଲେ ଜଣାପଡ଼ିବ। ବିଦ୍ୟାଳୟର ଗୁରୁମା ଓ ଗୁରୁଜୀଙ୍କ ପାଠପଢ଼ା ବହୁତ ଭଲ ଥିଲା। ଭବିଷ୍ୟତରେ ଶିକ୍ଷୟିତ୍ରୀ ହେବି। 

ଶୁଭଲକ୍ଷ୍ମୀ ସେନାପତି, ଛାତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜଟଣୀ

 ପରୀକ୍ଷାରେ ସବୁ ପେପର ଭଲ ହେଇଛି। କେବଳ ଚତୁର୍ଥ ଦିନ ବିଜ୍ଞାନ ପେପର ଆଉ ଟିକେ ଭଲ ହୋଇ ପାରିଥା’ନ୍ତା। ୮୦ପ୍ରତିଶତରୁ ଅଧିକ ନମ୍ବର ଆସିବ ବୋଲି ଆଶା ରଖିଛି। ପ୍ରତିଦିନ ୯ରୁ ୧୦ ଘଣ୍ଟା ପଢ଼ାରେ ସମୟ ଦେଉଥିଲି। ଆଗକୁ ଇଞ୍ଜିନିୟର୍‌ ହେବାକୁ ଲକ୍ଷ୍ୟ ରଖିଛି।

ଆୟୁଷି ପ୍ରଧାନ, ଛାତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜଟଣୀ

 ପରୀକ୍ଷା ବହୁତ ଭଲ ହୋଇଛି। ଫଳାଫଳ ବହୁତ ଭଲହେବ ବୋଲି ଆଶା ରଖିଛି। ଯୁକ୍ତ୨ ବିଜ୍ଞାନ ପଢ଼ିବା ପରେ ଭବିଷ୍ୟତରେ ଡାକ୍ତର ହେବାପାଇଁ  ପଢ଼ିବି। ଚଳିତବର୍ଷ ପରୀକ୍ଷାର ସମସ୍ତ ପ୍ରଶ୍ନ ପୂର୍ବ ନିର୍ଦ୍ଧାରିତ ପ୍ରସ୍ତୁତି ଅନୁଯାୟୀ ପଡ଼ିଥିବାରୁ ‌ସହଜ ଲାଗିଲା। ଆମ ସ୍କୁଲ କିସ୍‌ର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ପ୍ରତିଷ୍ଠାତା ସାର୍‌ଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ।

ଭାବରଞ୍ଜନ ପିଙ୍ଗୁଆ, ଛାତ୍ର, କିସ୍‌

 ପରୀକ୍ଷା ମୋଟାମୋଟି ଭାବରେ ବହୁତ ଭଲ ହୋଇଛି। ତେଣୁ ଫଳାଫଳ ମଧ୍ୟ ଭଲ ଆସିବ। ଇଞ୍ଜିନିୟରିଂ କିମ୍ବା ଧନ୍ଧାମୂକଳ ଶିକ୍ଷାରେ ପଢ଼ିବାକୁ ଇଚ୍ଛା ରଖିଛି। ଆମ ଆଦିବାସୀ ଝିଅମାନେ ଇଞ୍ଜିନିୟରିଂ ହେଉ କିମ୍ବା ଧନ୍ଦାମୂଳକ ଶିକ୍ଷାରେ ବହୁତ ପଛରେ ‌ଅଛନ୍ତି। ତେଣୁ ଏହି ଶିକ୍ଷାକୁ ଆପଣାଇ ନିଜକୁ ସ୍ବାବଲମ୍ବୀ କରିବା ପାଇଁ ମୋର ଇଚ୍ଛା।

ଅଞ୍ଜୁ ସିଙ୍କୁ, ଛାତ୍ରୀ, କିସ୍‌

 ପରୀକ୍ଷା ଠିକ୍‌ଠାକ୍‌ ହୋଇଛି। ଦିନକୁ ୭ରୁ ୮ଘଣ୍ଟା ପରିଶ୍ରମ କରୁଥିଲି। ସ୍କୁଲ୍‌ରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଠପଢ଼ା ବହୁତ ଭଲ ଥିଲା। ଇତିହାସ ବିଷୟର ପ୍ରଶ୍ନ ଟିକେ କଷ୍ଟକର ଥିଲା। ଫଳାଫଳ ଭଲ ହେବ ବୋଲି ଆଶା ରହିଛି। ଭବିଷ୍ୟତରେ ଆଇଆଇଟିରେ ପଢ଼ିବାକୁ ଲକ୍ଷ୍ୟ ରହିଛି।

ଅନୁସ୍ୱା ପାଳ, ଛାତ୍ରୀ, ଗୋପବନ୍ଧୁ ସରକାରୀ ହାଇସ୍କୁଲ, ବାଲିପାଟଣା

 ପରୀକ୍ଷା ବହୁତ ଭଲ ହୋଇଛି। କେବଳ ଗଣିତରେ ସାମନ୍ୟ ଭୟ ଥିଲା। ବାରମ୍ବାର ବହିକୁ ରିଭିଜନ୍‌ କରିବା ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗ ନେଉଥିଲି। ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବା କରିବି। 

ସୌଜନ୍ୟା ପ୍ରିୟଦର୍ଶିନୀ, ଛାତ୍ରୀ ମଝିହରା ହାଇସ୍କୁଲ, ବାଲିପାଟଣା

 ମୋର ପରୀକ୍ଷା ବହୁତ ଭଲ ହୋଇଛି। ପାଖାପାଖି ୮୦ ପ୍ରତିଶତ ନମ୍ୱର ରହିବ ବୋଲି ମୋର ବିଶ୍ୱାସ ଅଛି। ଯୁକ୍ତ ଦୁଇ ପଢ଼ିବା ପରେ ଭଲ ପୁଲିସ ଅଧିକାରୀ ହୋଇ ଦେଶସେବା କରିବା ମୋର ଲକ୍ଷ୍ୟ। ଗୁରୁଜୀଗୁରୁମା ଓ ବାପାମାଆଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେବି।

ଅଦିତ୍ରି ମହାପାତ୍ର, ଛାତ୍ରୀ, ୟୁନିଟ୍‌-୩ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର

 ମୋର ଆଶା ଅନୁଯାୟୀ ପରୀକ୍ଷା ହୋଇଛି। ପରୀକ୍ଷା ପାଇଁ ଦୈନିକ ୭ରୁ ୮ଘଣ୍ଟା ପରିଶ୍ରମ କରୁଥିଲି। ଫଳାଫଳ ନିଶ୍ଚୟ ଭଲ ହେବ ବୋଲି ମୁଁ ଅନୁମାନ କରୁଛି। ବର୍ତ୍ତମାନ ଛୁଟି ସମୟରେ ଆଇଆଇଟି ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବି।

ଜ୍ୟୋତିପ୍ରକାଶ ବାରିକ, ଛାତ୍ର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ୟୁନିଟ୍‌-୪

 ପରୀକ୍ଷାରେ ସବୁ ବିଷୟରେ ବହୁତ ଭଲ କରିଛି। ପ୍ରଶ୍ନପତ୍ର ସହଜ ଥିଲା। ପରୀକ୍ଷା ପାଇଁ ବର୍ଷ ତମାମ କଠିନ ପରିଶ୍ରମ କରିଥିଲି। ଗୁରୁଜୀ, ଗୁରୁମାମାନଙ୍କ ସହଯୋଗ ଓ ପିତାମାତାଙ୍କ ଆଶୀର୍ବାଦରୁ ୯୫%ରୁ ଅଧିକ ନମ୍ବର ରଖିବି ବୋଲି ଆଶା ରଖିଛି।

ସୁଶ୍ରୀ ଶ୍ରେୟା ଓଝା, ଛାତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଳିଙ୍ଗ ବିହାର, କେ-୪

 ପରୀକ୍ଷାରେ ଭଲ କରିଛି। ପରିଶ୍ରମ ଅନୁଯାୟୀ ଫଳ ମିଳିବ। ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ସବୁ ସମୟରେ ସହଯୋଗ କରୁଥିଲେ। ବାରମ୍ବାର ବହିକୁ ପଢ଼ିବା ସହିତ ପୁସ୍ତକର ପ୍ରଶ୍ନପତ୍ରକୁ ବାରମ୍ବାର ରିଭିଜନ୍‌ କରିଥିଲି। ଫଳାଫଳ ଭଲ ହେବ। ୮୫ ପ୍ରତିଶତରୁ ଅଧିକ ନମ୍ବର ରହିବ।

ଆଦ୍ୟାଶା ପ୍ରିୟଦର୍ଶିନୀ, ଛାତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଳିଙ୍ଗ ବିହାର, କେ-୪

 ପରୀକ୍ଷାରେ ସବୁ ବିଷୟରେ ଭଲ କରିଛି। ପୂର୍ବରୁ କଠିନ ପରିଶ୍ରମ କରିଥିବାରୁ ସବୁ ବିଷୟରେ ପ୍ରଶ୍ନପତ୍ର ଦେଖୁଦେଖୁ ଖାତାରେ ଉତ୍ତର ଲେଖିଛି। ଏ-୧ ଗ୍ରେଡ୍‌ରେ ନିଶ୍ଚିତ ଉତ୍ତୀର୍ଣ୍ଣ ହେବି ବୋଲି ଆଶା ରଖିଛି। ଭବିଷ୍ୟତରେ ଶିକ୍ଷୟିତ୍ରୀ ହେବାକୁ ଇଚ୍ଛା ରଖିଛି।

ଦେବସ୍ମିତା ଓଝା, ଛାତ୍ରୀ, ସରକଣା, ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟ

 ପ୍ରଶ୍ନଗୁଡ଼ିକ ବହୁତ ସହଜ ଥିବାରୁ ପରୀକ୍ଷାରେ ଭଲ କରିଛି। ଆଶା କରିଛି ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବି। ପ୍ରତିଦିନ ୧୮ଘଣ୍ଟା ପରିଶ୍ରମ କରୁଥିଲି। ଶିକ୍ଷକ ହୋଇ ଉତ୍ତମ ସମାଜ ଗଠନରେ ବ୍ରତୀ ହେବାକୁ ସ୍ଥିର କରଛିl

ଅଙ୍କିତା ମହାନ୍ତି, ଛାତ୍ରୀ, ମା’ ଜାଗୁଳାଇ ସରସ୍ବତୀ ଶିଶୁ ମନ୍ଦିର, ଅଲାରପୁରଭଲ ମଣିଷ ହେବି

 ମୋର ପରୀକ୍ଷା ଖୁବ୍ ଭଲ ହୋଇଛିl ଜୀବନରେ ପ୍ରଥମେ ଭଲ ମଣିଷ ହେବି। ମୋର ଆଶା ଏ-୧ ଗ୍ରେଡ଼ ମିଳିବ।ପରୀକ୍ଷାରେ ଭଲ କରି ନିଜ ବିଦ୍ୟାଳୟ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତାଙ୍କ ନାମ ରଖିବି l

ସ୍ବର୍ଣ୍ଣଲକ୍ଷ୍ମୀ ନନ୍ଦ, ପ୍ରତାପ ଶାସନ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe