‌BMC shelters: ଶୀତରାତିରେ ନିରାଶ୍ରୟଙ୍କ ସାହା ଫୁଟ୍‌ପାଥ୍‌ ଭଡ଼ାରେ ଲାଗୁଛି ବିଏମ୍‌ସି ଆଶ୍ରୟସ୍ଥଳୀ

Advertisment

ହାଡ଼ଭଙ୍ଗା ଜାଡ଼ରେ ରାଜଧାନୀ ଥରୁଛି। ସଂଜ ବୁଡ଼ୁବୁଡ଼ୁ ଭୟଙ୍କର ଛାତିଥରା ଶୀତ ମାଡ଼ିଆସୁଛି। ନିଆଁ ପୋଇଁବା ବେଳେ ବି ପିଠି କାଲୁଆ ହୋଇଯାଉଛି। ଅଥଚ ବାସହୀନ ନିରାଶ୍ରୟମାନେ କାଠୁଆ ଶୀତ ସମ୍ଭାଳି...

ହାଡ଼ଭଙ୍ଗା ଜାଡ଼ରେ ରାଜଧାନୀ ଥରୁଛି। ସଂଜ ବୁଡ଼ୁବୁଡ଼ୁ ଭୟଙ୍କର ଛାତିଥରା ଶୀତ ମାଡ଼ିଆସୁଛି। ନିଆଁ ପୋଇଁବା ବେଳେ ବି ପିଠି କାଲୁଆ ହୋଇଯାଉଛି। ଅଥଚ ବାସହୀନ ନିରାଶ୍ରୟମାନେ କାଠୁଆ ଶୀତ ସମ୍ଭାଳି...

Untitled-32

ପୁରୁଣା ଭୁବନେଶ୍ବର: ହାଡ଼ଭଙ୍ଗା ଜାଡ଼ରେ ରାଜଧାନୀ ଥରୁଛି। ସଂଜ ବୁଡ଼ୁବୁଡ଼ୁ ଭୟଙ୍କର ଛାତିଥରା ଶୀତ ମାଡ଼ିଆସୁଛି। ନିଆଁ ପୋଇଁବା ବେଳେ ବି ପିଠି କାଲୁଆ ହୋଇଯାଉଛି। ଅଥଚ ବାସହୀନ ନିରାଶ୍ରୟମାନେ କାଠୁଆ ଶୀତ ସମ୍ଭାଳି ରାଜଧାନୀର ରାଜରାସ୍ତା କଡ଼ ଫୁଟ୍‌ପାଥ୍‌ରେ ରାତି କାଟୁଛନ୍ତି। ବିଏମ୍‌ସିର ଆଶ୍ରୟସ୍ଥଳୀ ସେମାନଙ୍କ କାମରେ ଆସୁନି। କାରଣ ରାଜଧାନୀର କିଛି ଆଶ୍ରୟସ୍ଥଳୀ ଏଭଳି ନିରାଶ୍ରୟମାନଙ୍କୁ ତଡ଼ିଦେଉଥିବା ଅଭିଯୋଗ ହେଉଛି। ଉଦ୍‌ବେଗର କଥା ହେଉଛି, ଆଶ୍ରୟସ୍ଥଳୀର କେୟାର୍‌ଟେକର୍ କିଛି ଲୋକଙ୍କୁ ଭଡ଼ାରେ ରଖୁଥିବା ବେଳେ ଜାଗା ନଥିବା କହି ନିରାଶ୍ରୟମାନଙ୍କୁ ତଡ଼ି ଦେଉଛନ୍ତି। କେବଳ ସେତିକି ନୁହେଁ, ଆଶ୍ରୟସ୍ଥଳୀର ମୁଖ୍ୟ ଫାଟକରେ ତାଲା ପକାଇ କେୟାର୍‌ଟେକର୍‌ ଗାଏବ ହୋଇଯାଉଛନ୍ତି। ତେଣୁ ରାତିକ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଯାଉଥିବା ନିରାଶ୍ରୟ ହତାଶ ହୋଇ ଫେରୁଛି। ଖୋଦ ରାଜଧାନୀରେ ଏଭଳି ଘଟଣା ଖୋଲାଖୋଲି ଚାଲିଥିଲେ ହେଁ ବିଏମ୍‌ସିର କୌଣସି ପଦାଧିକାରୀ ତଦାରଖ କରୁ ନାହାନ୍ତି। ଏଭଳି ଅଭିଯୋଗ ଆସିଛି ବିଏମ୍‌ସି ୬୨ ନମ୍ବର ୱାର୍ଡ ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ। ଅଭିଯୋଗକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଘଟଣାକୁ ନେଇ ତଦନ୍ତ କରାଯାଉ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Woman arrested: କାର୍‌ ଭିତରେ ଛୁରି ଭୁସି ହତ୍ୟା ଉଦ୍ୟମ ମାମଲା, ବନ୍ଧାହେଲା ଖଳନାୟିକା ସ୍ତ୍ରୀ

STF: ଏସ୍‌ଟିଏଫ୍‌ ପଞ୍ଝାରେ ୨ମୁଙ୍ଗେର ମାଫିଆ

    
ପୋଖରୀପୁଟ କାରିଗିଲ୍‌ରୋଡ୍‌ରେ ଥିବା ବିଏମ୍‌ସିର ରାତ୍ର ଆଶ୍ରୟସ୍ଥଳୀ ନାଁରେ ଆସିଛି ଏଭଳି ସଂଗିନ ଅଭିଯୋଗ। ଏହି ଆଶ୍ରୟସ୍ଥଳୀର କେୟାର୍‌ଟେକର୍‌ଙ୍କ ନାଁରେ ବହୁ ଅଭିଯୋଗ ଆସିଲାଣି। ବହୁ ସମୟରେ ଏହି ଆଶ୍ରୟସ୍ଥଳୀର ମୁଖ୍ୟ ଫାଟକରେ ତାଲା ଝୁଲିରହୁଛି। କେହି ନିରାଶ୍ରୟ ସେଠାକୁ ଗଲେ, କେୟାର୍‌ଟେକର୍‌ ତାଙ୍କୁ ଦୂର୍‌ଦୂର୍‌ ମାର୍‌ମାର୍‌ କରି ଘଉଡ଼ାଇଦେଉଛନ୍ତି। ଜାଗା ନାହିଁ ବୋଲି କହି କେୟାର୍‌ଟେକର୍‌ ନିରାଶ୍ରୟଙ୍କୁ ତଡ଼ି ଦେଉଛନ୍ତି। ସେହିଭଳି ବିଏମ୍‌ସିଠାରୁ ଅନୁମତିପତ୍ର ନଥିଲେ, ଏଠାରେ ରହିବାକୁ ଦିଆଯିବନି ବୋଲି ସେ କହୁଛନ୍ତି। କିନ୍ତୁ ଅସଲରେ ଭିତିରି ଗୁମର କିଛି ଅଲଗା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ କେୟାର୍‌ଟେକର କିଛି ଯୁବକଙ୍କଠାରୁ ସ୍ବଳ୍ପ ଟଙ୍କା ରଖି ରାତିରେ ରହିବାକୁ ସୁଯୋଗ ଦେଉଛନ୍ତି। ଏଠାରେ ରହିବା ପାଇଁ ସବୁ ସୁବିଧା ଥିବାରୁ ଲଜ୍‌ ବା ଡର୍ମିଟୋରିରେ ନ ରହି କିଛି ଯୁବକ କେୟାର୍‌ଟେକର୍‌ଙ୍କୁ କମ୍‌ ପଇସା ଦେଇ ଏଠାରେ ରାତି କାଟୁଛନ୍ତି। ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ କହିବା କଥା ପୋଖରୀପୁଟ କାର୍‌ଗିଲ୍ ରୋଡ୍‌ସ୍ଥିତ ବିଏମ୍‌ସି ଆଶ୍ରୟସ୍ଥଳୀରେ କେୟାର୍‌ଟେକର୍ ଏଭଳି କରୁଥିବା ନେଇ ସେ ବହୁ ଲୋକଙ୍କଠାରୁ ଅଭିଯୋଗ ପାଇଛନ୍ତି। ଏମିତିକି ସେ ସେଠାକୁ ଯାଇଥିବା ବେଳେ ମୁଖ୍ୟ ଫାଟକରେ ତାଲା ପଡ଼ିଥିବା ଦେଖିଛନ୍ତି। ବଡ଼ କଥା ହେଉଛି, ଉକ୍ତ ଘରଟି ଏକ ଆଶ୍ରୟସ୍ଥଳୀ ବୋଲି ସାଇନ୍‌ବୋର୍ଡ ନାହିଁ। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ନଚେତ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ଏନେଇ କର୍ପୋରେଟର୍‌ ଚାରୁଲତା ସାମନ୍ତରାୟଙ୍କ କହିବା କଥା ତାଙ୍କୁ ମଧ୍ୟ କିଛି ଲୋକ ଅଭିଯୋଗ କରିଛନ୍ତି। ତୁରନ୍ତ ସେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଏବାବଦରେ ଅବଗତ କରାଇବେ। ଅଭିଯୋଗ ସତ ହୋଇଥିଲେ, ଯେଉଁ ଏଜେନ୍‌ସି ଏହି ଆଶ୍ରୟସ୍ଥଳୀ ଚଳାଉଛି, ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିବେ ବୋଲି କହିଛନ୍ତି। ପୂର୍ବତନ କର୍ପୋରେଟର୍‌ ହୃଦୟ ବଲ୍ଲଭ ସାମନ୍ତରାୟଙ୍କ କହିବା କଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଏଭଳି ପ୍ରକଳ୍ପ କରିଥିଲେ, ‌ତାହା ପୂରଣ ହୋଇପାରୁନି। ଏହାଠୁ ବଡ଼ ଦୁର୍ଭାଗ୍ୟଜନକ କଥା କିଛି ନାହିଁ। ବିଏମ୍‌ସି କର୍ତ୍ତୃପକ୍ଷ ଅତର୍କିତ ଚଢ଼ଉ କରନ୍ତୁ। ଏଠାରେ ବସ୍ତିର କିଛି ଲୋକଙ୍କୁ ଶୁଆଇ ନିରାଶ୍ରୟ ବୋଲି ମିଛ ପରିଚୟ ଦିଆଯାଉଥିବା ନେଇ ସେ ଅଭିଯୋଗ ପାଇଛନ୍ତି। ଏନେଇ ବିଏମ୍‌ସି ସହକାରୀ କମିସନର୍‌ ପ୍ରିୟଙ୍କା ମଲ୍ଲିକ କହିଛନ୍ତି ଯେ ତାଙ୍କ ନିକଟରେ ଏଭଳି ଅଭିଯୋଗ ନାହିଁ। ‌ତେଣୁ ସେ ତୁରନ୍ତ ଏହା ଉପରେ ତଦନ୍ତ କରିବା ସହ ଏଜେନ୍‌ସି ସହ ଆଲୋଚନା କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe