ବାଲିଅନ୍ତା: ପିଲାବେଳେ ବାପା ସତ୍ୟବାଦୀ ବାରିକ ଓ ମାଆ ସଖିଲତା ବାରିକଙ୍କ ସହ ହୀରାପୁର ଚଉଷଠୀ ଯୋଗିନୀ ପୀଠ ଓ ବାଲିପାଟଣା ବ୍ଲକ୍ଅଧୀନ ଗାରେଡ଼ିପାଞ୍ଚଣ ବୁଦ୍ଧନାଥ ମନ୍ଦିର ବୁଲିବାକୁ ଯାଇଥିଲେ ସାନପୁଅ ଦେବେନ୍ଦ୍ର। ମନ୍ଦିର କାନ୍ଥର ପାର୍ଶ୍ବ ଦେବଦେବୀଙ୍କ ମୂର୍ତ୍ତି ଦେଖି ସେଭଳି ମୂର୍ତ୍ତି ତିଆରି କରିବାକୁ ସ୍ବପ୍ନ ଦେଖିଥିଲେ ସେ । ଆଉ ତା’ପରେ ଘରକୁ ଆସି କାଗଜ ଓ ପେନ୍ସିଲ୍ସାହାଯ୍ୟରେ ମାନସପଟରେ ଥିବା ସେହି ପ୍ରତିଛବି ଆଙ୍କିବାକୁ ଚେଷ୍ଟା କରିଥିଲେ। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜି ଜଣେ ସଫଳ ଭାସ୍କର୍ଯ୍ୟ ଶିଳ୍ପୀ ଭାବେ ବେଶ୍ସୁନାମ ଅର୍ଜ୍ଜନ କରିପାରିଛନ୍ତି ଯୁବ ଶିଳ୍ପୀ ଦେବେନ୍ଦ୍ର ବାରିକ (୩୫ବର୍ଷ) । ମାଟ୍ରିକ୍ପାସ୍ପରେ ୨୦୦୪ରୁ ୨୦୦୮ ମସିହା ପର୍ଯ୍ୟନ୍ତ ଗଣ୍ଡମୁଣ୍ଡା ରାଜ୍ୟ ହସ୍ତଶିଳ୍ପ ବିକାଶ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ନେଇଥିଲେ। ବର୍ତ୍ତମାନ ସେ ନିଜର ଜନ୍ମମାଟି ବାଲିଅନ୍ତା ବ୍ଲକ୍ପୂରଣପଧାନ ପଞ୍ଚାୟତ ଅଧୀନ ବୁଦ୍ଧିପଡ଼ା ବଜାର ନିକଟରେ ପ୍ରାଚୀ ଶିଳାଲିପି ଓ କଳା କେନ୍ଦ୍ର ନାମରେ ଏକ ଅନୁଷ୍ଠାନ ଗଢ଼ି ଶିଳ୍ପୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।
Ramu: ‘ରାମୁ’ର ମୁଣ୍ଡରେ ଥିଲା ଗଭୀର କ୍ଷତ
ଦେବେନ୍ଦ୍ରଙ୍କର ନିହଣ ଓ ମୁଗୁର ସ୍ପର୍ଶରେ ପାଷାଣ ଜୀବନ୍ତ ହେଉଛି। ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ହେଉ କି ଚଉଁରା, ବିଭିନ୍ନ ଦେବଦେବୀଙ୍କ ସମ୍ମୁଖରେ ବସୁଥିବା ସିଂହ, ତୋରଣ, ମନ୍ଦିର ପାର୍ଶ୍ବ ଦେବଦେବୀ, ଗଣେଶ, ସରସ୍ବତୀ, ନର୍ତ୍ତକୀ ଏବଂ ଅଷ୍ଟସଖୀ, ରାଧାକୃଷ୍ଣ, ଶିବପାର୍ବତୀଙ୍କ ସମେତ ବିଭିନ୍ନ ଦେବଦେବୀଙ୍କ ପ୍ରତିମୂର୍ତ୍ତି ବେଶ୍ ଜୀବନ୍ତ ଲାଗେ। ପୂରଣପଧାନ ପଞ୍ଚାୟତ ଅଧୀନ ଶିଶିଲୋ ଗ୍ରାମ ଅନନ୍ତ ବାସୁଦେବ ମନ୍ଦିରର ପାର୍ଶ୍ବ ଦେବଦେବୀ, ନବଗ୍ରହ ବିଗ୍ରହ. ରତ୍ନ ସିଂହାସନ, ସରକଣା ଭଗବତୀ ମନ୍ଦିର, ରତ୍ନ ସିଂହାସନ ଓ ବେଢ଼ା ପାର୍ଶ୍ବ ଦେବଦେବୀ ଓ ଯୋଡ଼ାସିଂହ ପ୍ରତିମୂର୍ତ୍ତି ଦେବେନ୍ଦ୍ରଙ୍କୁ ସ୍ବୀକୃତି ଦେଇଛି, ଦେଇଛି ଆତ୍ମବିଶ୍ବାସ। ଭୁବନେଶ୍ବର ବିମାନବନ୍ଦର ସହିତ ଓଡ଼ିଶା କୃଷି ଭବନ କାନ୍ଥରେ ଗ୍ରାମ୍ୟ କୃଷି ଜୀବନର ଜୀବନଧାରା ତାଙ୍କର ବହୁ ମୁଗ୍ଧ ପ୍ରଶଂସକ ସୃଷ୍ଟି କରିପାରିଛି। ଏନେଇ ଦେବେନ୍ଦ୍ର ବିଭିନ୍ନ ଅନୁଷ୍ଠାନ ଦ୍ବାରା ସମ୍ମାନିତ ହୋଇଛନ୍ତି। ୨୦୧୨ ମସିହାରୁ ଏଯାଏ ୧୩୦ ଜଣ ଯୁବକଯୁବତୀଙ୍କୁ ତାଙ୍କ ଅନୁଷ୍ଠାନରେ ପ୍ରଶିକ୍ଷଣ ଦେଇସାରିଲେଣି। ଦେବେନ୍ଦ୍ କୁହନ୍ତି, ବର୍ତ୍ତମାନ ସମୟରେ ମୂର୍ତ୍ତି ତିଆରି ପାଇଁ ଆବଶ୍ୟକ ପଥର ସମସ୍ୟା ଗାଁ ଗଣ୍ଡାରେ ଶିଳ୍ପୀମାନଙ୍କୁ ନିରାଶ କରୁଛି। ବରାଦ ମୁତାବକ ବିଭିନ୍ନ ମୂର୍ତ୍ତି ତିଆରି ପାଇଁ ଠିକ୍ସମୟରେ ପଥର ପହଞ୍ଚିପାରୁନି। ଜବାବ ଦେଇ ଠିକ୍ସମୟରେ ଗ୍ରାହକଙ୍କୁ ମୂର୍ତ୍ତି ଦେବା ସମ୍ଭବ ହୋଇପାରୁନି। ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି ପଥର ବାବଦ ଖର୍ଚ୍ଚ ପରେ ମୂର୍ତ୍ତି ତିଆରି କରିବାରେ ଯେତିକି ଖର୍ଚ୍ଚ ହେଉଛି, ସେହି ଅନୁସାରେ ମୂର୍ତ୍ତିର ମୂଲ୍ୟ ମିଳୁନାହିଁ। କାରିଗରମାନଙ୍କୁ ଆବଶ୍ୟକ ବଉଳମାଳ, କଳାମୁଗୁନି ପଥର ସହ ଅନ୍ୟାନ୍ୟ ପଥର ଯେପରି ସହଜରେ ଉପଲବ୍ଧ ହେବ, ସେ ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ଫଳରେ ଉତ୍କୃଷ୍ଟ କଳାର ଦେଶ ଉତ୍କଳର କାରିଗରମାନେ ସେମାନଙ୍କ ଦକ୍ଷତାକୁ ଅଧିକ ଭଲଭାବେ ବିଶ୍ବଦରବାରରେ ପହଞ୍ଚାଇ ପାରନ୍ତେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/16/untitled-14-2025-12-16-08-14-17.jpg)