ଭୁବନେଶ୍ୱର: ଅଭିବ୍ୟକ୍ତି, ଆତ୍ମଆବିଷ୍କାର ଓ ଚାପ ମୁକ୍ତିର ଏକ ପ୍ରକୃଷ୍ଟ ସାଧନ ହେଉଛି ଡାଏରି। ଜୀବନର ପ୍ରଥମ କବିତା, ଗଳ୍ପ ହେଉ ଅଥବା ପ୍ରେମର ପ୍ରଥମ ଗୋଲାପ ସବୁକୁ ନିଜ ଭିତରେ ଏହା ସାଇତି ରଖେ। ଏହା ଏକ ନିରୁତା ବ୍ୟକ୍ତିଗତ ଓ ଗୋପନୀୟ ବ୍ୟାପାର ହୋଇଥିବାରୁ ଲେଖିବା ବେଳେ ମନରେ କୌଣସି ଦ୍ବିଧା ଆସି ନଥାଏ। ମନର ସୁଖଦୁଃଖ, ଅବସୋସ ବା ଅପରାଧବୋଧକୁ ଖୁବ୍ ସହଜରେ ଏଥିରେ ଉତାରି ହୁଏ। ତିଥି, ତାରିଖ ସହିତ ଲେଖାଥିବା ଡାଏରି ପରବର୍ତ୍ତୀ ସମୟରେ ହୋଇଯାଏ ଜୀବନଯାତ୍ରାର ସବୁଠାରୁ ସ୍ପଷ୍ଟ ପ୍ରତିଫଳନ। ବେଳେ ବେଳେ ଏହା ଆନେ ଫ୍ରାଙ୍କଙ୍କ୍ ‘ଡାଏରି ଅଫ ଏ ୟଙ୍ଗ ଗାର୍ଲ’ ପରି ଅମର ସାହିତ୍ୟର ରୂପ ମଧ୍ୟ ନିଏ। ଯଦିଓ ଡିଜିଟାଲ ଯୁଗରେ ସ୍ମାର୍ଟ ଫୋନ୍ରେ ପ୍ରତ୍ୟେକ ତଥ୍ୟ ଖୁବ ସହଜରେ ରହିଯାଉଛି। ତଥାପି ସୃଜନଶୀଳତା ବୃ୍ଦ୍ଧି ଓ ମନର ଭାବନାକୁ ବ୍ୟକ୍ତ କଲାବେଳେ ଡାଏରି ହିଁ ଲୋଡ଼ା ପଡ଼ୁଛି। ଲୋକଙ୍କ ଚାହିଦା ଅନୁସାରେ ବର୍ତ୍ତମାନ ଗୀତାର ଶ୍ଲୋକଠାରୁ ଆରମ୍ଭ କରି ପ୍ରେରଣାଦାୟୀ ବାର୍ତ୍ତା, ପରିବେଶ ସୁରକ୍ଷା, ସରକାରୀ କାର୍ଯ୍ୟର ବିବରଣୀ ସହିତ ଲୋକଙ୍କୁ ପ୍ରାଚୀନତା ପ୍ରତି ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଜିଜାଇନ୍ର ଡାଏରି ବର୍ତ୍ତମାନ ବଜାରକୁ ଆସିଛି।
Leopard Killed Bonai ବଣାଇଁରେ ଚାଞ୍ଚଲ୍ୟ: ବଳଦକୁ ଖାଇଦେଲା ବୋଲି ବିଷ ଦେଇ ବାଘକୁ ମାରିଦେଲେ, ଅଭିଯୁକ୍ତ ଅଟକ
Truck falls: ଗଭୀର ଖାଇକୁ ଖସିଲା ଟ୍ରକ୍: ୨୨ ମୃତ
‘ପ୍ରାଚୀନ ବକଲ୍ ଲକ୍’ ଖୋଲିବ ରହସ୍ୟ
ସିନେମା, ୱେବ୍ ସିରିଜ, ଟେଲି ଧାରାବାହିକରେ ଆଦିରେ କୌଣସି ଗୋଟିଏ ବଡ଼ ରହସ୍ୟ ଉନ୍ମୋଚନ ହେବା ପୂର୍ବରୁ ଘନ ବାଦାମୀ ରଙ୍ଗର ପୁସ୍ତକ ଖୋଲାଯାଏ। ଦର୍ଶକଙ୍କ ମନରେ ଉତ୍ସୁକତା ସୃଷ୍ଟି କରିବା ପାଇଁ ଏହି ପୁସ୍ତକରେ ବହୁ ପୁରୁଣା ରାଜକୀୟ ଡିଜାଇନ କରାଯିବା ସହିତ ଏହାକୁ ସୁରକ୍ଷା ଦେବା ପାଇଁ ତାଲା ମଧ୍ୟ ରହିଥାଏ।ଏହି ଡିଜାଇନର ପୁସ୍ତକ ପ୍ରତି ଲୋକଙ୍କ କୌତୁହଳ ଦେଖି ବର୍ତ୍ତମାନ ଲେଦରର ରାଜକୀୟ ଡିଜାଇନ ଥିବା ଡାଏରି ବଜାରକୁ ଆସିଛି। ଏଥିରେ ପାରମ୍ପରିକ ଡିଜାଇନ ଥିବା ‘ବକଲ ଧାତବ ଲକ୍’ ସହିତ ମଝିରେ ଏକ ବଡ଼ ଗାଢ଼ ସବୁଜ ତଥା ଅନ୍ୟାନ୍ୟ ରଙ୍ଗର ପଥର ରହୁଛି। ଏହି ଡାଏରିଗୁଡ଼ିକ ଦେଖିଲେ ପ୍ରାଚୀନ ଯୁଗର ପୁସ୍ତକ ଭଳି ବୋଧ ରହିଛି। ଅନ୍ଲାଇନରେ ଏହି ଡାଏରି ୪୫୦ଟଙ୍କାରୁ ଆରମ୍ଭ ହେଉଛି।
ନୂଆବର୍ଷରେ ସର୍ବୋକୃଷ୍ଟ ଉପହାର ‘ଡାଏରି ଵିଥ୍ ଆସେସୋରିଜ୍ ବକ୍ସ’
ଆଉ କିଛି ଦିନ ପରେ ନୂଆ ବର୍ଷ। ଏହି ଦିନ ନିଜର ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଲୋକମାନେ ଭଳିକି ଭଳି ଉପହାର ଦେଇଥାନ୍ତି। ତେବେ ଏହି କ୍ରମରେ ବଜାରରେ ‘ଡାଏରି ଵିଥ୍ ଆସେସୋରିଜ୍ ବକ୍ସ’ର ବେଶ୍ ଚାହିଦା ରହିଛି ବୋଲି ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁ କହିଛନ୍ତି। ଦର ଅନୁସାରେ ଏଥିରେ ସ୍ମାର୍ଟ ପାଣି ବୋତଲ, କପ୍, କାର୍ଡ ହୋଲଡର, ଚାବି ରିଙ୍ଗ ପରି ଭଳିକି ଭଳି ଜିନିଷ ରହୁଛି। ଉପକରଣର ପରିମାଣ ଅନୁସାରେ ଏହାର ମୂଲ୍ୟ ୮୦୦ଟଙ୍କାରୁ ଆରମ୍ଭ ହେଉଛି।
ଆକର୍ଷଣର କେନ୍ଦ୍ର ‘ୟୁଭି ପ୍ରିଣ୍ଟେଡ୍ ଵିଡେନ୍ ଡାଏରି’
ନୂଆ ବର୍ଷରରେ ଯୁବପିଢ଼ିଙ୍କ ପ୍ରମୁଖ ଆକର୍ଷଣ ପାଲଟିଛି ‘ୟୁଭି ପ୍ରିଣ୍ଟେଡ୍ ଵିଡେନ ଡାଏରି’। ଏଥିରେ କାଠର ଉପରି ଭାଗରେ ସୌରମଣ୍ଡଳ, ବିଭିନ୍ନ ପକ୍ଷୀ, ପ୍ରଜାପତି ଆଦିର ସୁନ୍ଦର ଡିଜାଇନ ରହୁଛି। ସେହିପରି ଭିତର ଭାଗରେ ପାରମ୍ପରିକ ଦେଖିଯିବା ପାଇଁ କାଗଜ ଗୁଡ଼ିକ ବାଦାମୀ ରଙ୍ଗର ରହିଛି। ଡିଜାଇନ ଓ ଆକାର ଅନୁସାରେ ଏହି ଡାଏରିଗୁଡ଼ିକ ମୂଲ୍ୟ ୨୫୦ଟଙ୍କାରୁ ଆରମ୍ଭ ହେଉଛି।
Follow Us