Mechanical cleaning: ରାଜଧାନୀ ରାସ୍ତାରେ ହେବ ଯାନ୍ତ୍ରିକ ସଫେଇ

ରାଜଧାନୀର ପ୍ରମୁଖ ରାସ୍ତାରେ ହେବ ଯାନ୍ତ୍ରିକ ସଫେଇ(ଯାନ୍ତ୍ରିକ ସଫେଇ)। ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରବିଏମ୍‌ସି ମୁଖ୍ୟାଳୟ ପରିସରରେ ୬ଟି ନୂଆ...

Untitled-20

ଭୁବନେଶ୍ବର:  ରାଜଧାନୀର ପ୍ରମୁଖ ରାସ୍ତାରେ ହେବ ଯାନ୍ତ୍ରିକ ସଫେଇ(ଯାନ୍ତ୍ରିକ ସଫେଇ)। ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରବିଏମ୍‌ସି ମୁଖ୍ୟାଳୟ ପରିସରରେ ୬ଟି ନୂଆ ଯାନ୍ତ୍ରିକ ସଫେଇ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଏଥିସହ ଏକ ଲିଟର୍ ପିକର୍ ଗାଡ଼ିର ବି ଶୁଭାରମ୍ଭ କରିଛନ୍ତି। ଏହା ଫୁଟ୍‌ପାଥ୍‌ ଓ ବଡ଼ ଗାଡ଼ି ଯାଇ ପାରୁନଥିବା ଜାଗା ସଫା କରିବ। ଏଥିପାଇଁ ଦୁଇ ଠିକାସଂସ୍ଥା ଜାଗୃତି ୱେଲ୍‌ଫେୟାର ଅର୍ଗାନାଇଜେସନ୍ ଓ ଲାୟନ୍ସ ସର୍ଭିସେସ୍‌କୁ ଦୁଇଟି ପ୍ୟାକେଜ୍‌ରେ ଅଞ୍ଚଳ ବଣ୍ଟାଯାଇଛି। ଦୁଇ ପ୍ୟାକେଜ୍‌ କାମ ଆଜିଠାରୁ ଆରମ୍ଭ ହୋଇଛି। ତୃତୀୟ ପ୍ୟାକେଜ୍ ପାଇଁ ଖୁବଶୀଘ୍ର ଟେଣ୍ଡର ଡକାଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।

Awareness: ଝରିଗାଁ ଓ ପାପଡାହାଣ୍ଡିରେ ଦିଆଯିବ ୩୦୦ଦିନର କାମ

ବିଏମ୍‌ସି ପକ୍ଷରୁ ୨୦୧୬ ନଭେମ୍ବରରେ ପୁରୁଷ ହକି ବିଶ୍ବକପ ସମୟରେ ପ୍ରଥମ କରି ଯାନ୍ତ୍ରିକ ସଫେଇ କାମ ଆରମ୍ଭ ହୋଇଥିଲା। କିନ୍ତୁ ଯାନ୍ତ୍ରିକ ସଫେଇକୁ ସେତେଟା ବ୍ୟାପକ କରାଯାଇପାରି ନଥିଲା। ମାନବସମ୍ବଳ ବଦଳରେ ବିଏମ୍‌ସି ଯାନ୍ତ୍ରିକ ସଫେଇକୁ ବ୍ୟାପକ କରିବାକୁ ଅଣ୍ଟା ଭିଡ଼ିଛି। ପୂର୍ବରୁ ବିଏମ୍‌ସି ଅଧୀନ ମାତ୍ର ୮୦ କିଲୋମିଟର ରାସ୍ତା ଯାନ୍ତ୍ରିକ ସଫେଇ ହେଉଥିଲା। ଏହାକୁ ୧୬୬ କିଲୋମିଟରକୁ ବୃଦ୍ଧି କରାଯାଇଛି। ଯେଉଁଥିରେ ୧୭୫ଟି ଲେନ୍‌ର ରାସ୍ତା ଅନ୍ତର୍ଭୁକ୍ତ। ଆଗକୁ ଏହାକୁ ବ୍ୟାପକ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଚୟନକୃତ ଏଜେନ୍ସି ରାସ୍ତା ସଫା ପାଇଁ ୩ଟି ଲେଖାଏଁ ଯାନ୍ତ୍ରିକ ସଫେଇ ଗାଡ଼ି ବ୍ୟବହାର କରିବେ। ପ୍ୟାକେଜ-୧ରେ ରେମଣି ତ୍ରିଭୁବନଠାରୁ ନନ୍ଦନକାନନ ଛକ, ରସୁଲଗଡ଼ଠାରୁ ନଖରା, ବାଣୀବିହାରଠାରୁ ରସୁଲଗଡ଼, ବାଣୀବିହାରଠାରୁ ଆଚାର୍ଯ୍ୟ ବିହାର, ଓମ୍‌ଫେଡ୍‌ ଛକଠାରୁ ପ୍ରେସ୍‌ ଛକ, କଳିଙ୍ଗ ହସ୍ପିଟାଲ୍ ଛକଠାରୁ ଆଚାର୍ଯ୍ୟ ବିହାର ଛକ, କଳିଙ୍ଗ ହସ୍ପିଟାଲ୍ ଛକଠାରୁ ଭରତପୁର ଫରେଷ୍ଟ୍‌ ରୋଡ୍, ପଟିଆ ରୋଡ୍‌ଠାରୁ ନନ୍ଦନକାନନ ରୋଡ୍ ଅନ୍ତର୍ଭୁକ୍ତ ରହିଛି। ସେହିପରି ପ୍ୟାକେଜ-୨ରେ ଏନ୍ଏଚ୍-୫ରୁ ଏମ୍‌ସ ହସ୍ପିଟାଲ୍ ରାସ୍ତା, ଖଣ୍ଡଗିରିଠାରୁ ଡିଏନ୍ ରେଗାଲିଆ ମଲ, କଳିଙ୍ଗବିହାର ରୋଡ୍‌, କଲିଙ୍ଗବିହାର ରୋଡ୍‌ରୁ ନାକାଗେଟ୍‌ ଓ କଳିଙ୍ଗ ଷ୍ଟୁଡିଓ ଛକଠାରୁ ସିଆର୍‌ପି ଭାୟା ଫାୟର ଷ୍ଟେସନ୍‌ ରୋଡ୍‌ ଅନ୍ତର୍ଭୁକ୍ତ ରହିଛି। ଯାନ୍ତ୍ରିକ ସଫେଇ ଗାଡ଼ି ପିଏମ୍ ୨.୫ ଧୂଳିକଣାକୁ ଶୋଷିନେବାରେ ସକ୍ଷମ। ଯାହା ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ଦୃଢ଼ କରିବ।

More joy: ଅଧିକ ଉଲ୍ଲାସ କମ୍ ବିଷାଦ

ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି, ରାଜଧାନୀ ଭିତରେ ଅନେକ ପଞ୍ଚାୟତ ଅଞ୍ଚଳ ରହିଛି, ଯାହା ବିଏମ୍‌ସି ସେବାରୁ ବଞ୍ଚିତ ହେଉଛି। ଆମେ ଏହି ଅଞ୍ଚଳ ସବୁକୁ ବିଏମ୍‌ସିରେ ମିଶାଇବାକୁ ଯାଉଛୁ ଓ ସେଠାରେ ବିଏମ୍‌ସିର ସବୁ ସେବା ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ। ଧଉଳି, ନନ୍ଦନକାନନ, ଏମ୍‌ସ ରୋଡ୍, ନଖରା ଆଦି ଅଞ୍ଚଳକୁ ଯାନ୍ତ୍ରିକ ସଫେଇ ସଂପ୍ରସାରଣ ହେବା ଏହି ଲକ୍ଷ୍ୟର ଅଂଶବିଶେଷ। ଭୁବନେଶ୍ବରରକୁ ସ୍ବଚ୍ଛତାରେ ୧ ନମ୍ବର କରିବା ଆମର ପ୍ରମୁଖ ଲକ୍ଷ୍ୟ। ଏଥିରେ ସାମୁହିକ ସହଯୋଗ ଜରୁରି। ମେୟର ଶ୍ରୀମତୀ ଦାସ ଯାନ୍ତ୍ରିକ ସଫେଇ ଟେଣ୍ଡର ନେଇଥିବା ଏଜେନ୍ସି ଓ ସଫେଇ କର୍ମଚାରୀମାନେ ବିଏମ୍‌ସିକୁ ନିଜର ଭାବି କାମ କରିବାକୁ ଆହ୍ବାନ ଦେଇଥିଲେ। କମିସନର୍ ଚଞ୍ଚଳ ରାଣା କହିଥିଲେ, ଯାନ୍ତ୍ରିକ ସଫେଇ ଗାଡ଼ି ଲୋକଙ୍କ ଚଳପ୍ରଚଳ ବନ୍ଦ ହେବା ପରେ ରାସ୍ତା ସଫା କରିବ। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାମ କରିବ। ୬ଟା ପରେ ଆଉ ଏହି ଗାଡ଼ି ଚାଲିବନି। ସକାଳୁ ଉଠିଲା ବେଳକୁ ଲୋକେ ଯେଭଳି ସ୍ବଚ୍ଛ ସହରର ଅନୁଭୂତି ସାଉଁଟିବେ, ତାହା ଆମର ଲକ୍ଷ୍ୟ। ଏହି ଗାଡ଼ିରେ ପାଣି ସିଞ୍ଚନ ବ୍ୟବସ୍ଥା ରହିଛି, ଯାହା ଧୂଳି ଉଡ଼ିବା ରୋକିବ ବୋଲି ଶ୍ରୀ ରାଣା କହିଥିଲେ। କାର୍ଯ୍ୟକ୍ରମରେ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ, ଡେପୁଟି କମିସନର୍‌ ଏନ୍‌. ଗଣେଶ ବାବୁ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଭାକର ଦଳାଇ, ନିହାର ରଂଜନ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe