ପଡ଼ିଆ ଭିତରେ ନୂଆ ପୁଲକ ‘୨୫’ର କ୍ରୀଡ଼ା କ୍ୟାଲେଣ୍ଡର୍କୁ ନିରନ୍ତର ରୁଦ୍ଧିମନ୍ତ କରିଥିଲା। ଏବର୍ଷ ଅନେକ ନୂଆ ରେକର୍ଡ ଓ ମାଇଲ୍ଖୁଣ୍ଟ ଯୋଡ଼ି ହୋଇଥିଲା। କ୍ରିକେଟ୍ରେ ନାରୀ ଶକ୍ତିର ନବୋଦୟଠାରୁ ଚେସ୍ ବୋର୍ଡର ଚଉଷଠି କୋଠରିରେ ଆଖି ଝଲସେଇ ଦେଲା ଭଳି ଚମକ ଭାରତୀୟ କ୍ରୀଡ଼ାରେ ଅଗଣିତ ଐତିହାସିକ କ୍ଷଣ ସ୍ଥାପନ କରିଥିଲା। ଅଲିମ୍ପିକ୍ସ ଆୟୋଜନର ଆଶା ଆକାଂକ୍ଷାକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ଅଧିକାର ଆହୁରି ଦୃଢ଼ କରିଥିଲା। ସେହିଭଳି ନୂଆ କ୍ରୀଡ଼ା ନୀତିକୁ ମଞ୍ଜୁରି ଭାରତୀୟ କ୍ରୀଡ଼ାକୁ ନୂଆ ମୋଡ଼ ଦେବାର ପ୍ରବଳ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଥିଲା। ପାରା କ୍ରୀଡ଼ା ଓ ପାରମ୍ପରିକ ଖେଳରେ ଭାରତୀୟ ଖେଳାଳିଙ୍କ କମାଲ୍ ସାରା ଦୁନିଆ ଦେଖିଥିଲା। ଏକଦିବସୀୟ କ୍ରିକେଟ୍ରେ ଭାରତୀୟ ମହିଳା ଦଳର ବିଶ୍ବକପ୍ଦଖଲ, ପୁରୁଷ ଦଳର ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍ ବିଜୟ ଏବଂ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ଯେଉଁଠି ସାରା ଦେଶକୁ ଉଲ୍ଲସିତ କରିଥିଲା। ହେଲେ ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ୍ରୁ ଅବସର କ୍ରୀଡ଼ାପ୍ରେମୀଙ୍କୁ ତାଠାରୁ ଅଧିକ ଚକିତ କରିଥିଲା। ଅନେକ ସ୍ମରଣୀୟ ସଫଳତା ଭିତରେ ଭାରତୀୟ ଟେଷ୍ଟ୍ ଦଳର ଅଧୋପତନ ସହ ଆର୍ସିବିର ଆଇପିଏଲ୍ ବିଜୟ ଉତ୍ସବରେ ହୃଦୟବିଦାରକ ଦଳାଚକଟା ପୂରା କ୍ରୀଡ଼ା ଜଗତକୁ ବ୍ୟଥିତ କରିଥିଲା। ଅଧିକ ଉଲ୍ଲାସ ଓ କମ୍ ବିଷାଦ ଭିତରେ ଏବର୍ଷ କିନ୍ତୁ ଆଗାମୀ ବର୍ଷରେ ଆହୁରି ଭଲ କରିବାର ସଂକଳ୍ପ ଭାରତୀୟ କ୍ରୀଡ଼ାବିତ୍ଙ୍କ ମନରେ ଭରିଥିଲା।
Environmentalist: ପରିବେଶ ଯୋଦ୍ଧା: ଚିତ୍ର ଓ ପ୍ରାଣୀ ସେବାରେ ପରିବେଶ ସୁରକ୍ଷାର ମନ୍ତ୍ର
ଭାରତୀୟ ଝିଅ କ୍ରିକେଟ୍ ପଡ଼ିଆରେ କମାଲ କରିଥିଲେ। ଦୁଇ ଥର ଫାଇନାଲ୍ ଯାଇ ଯାହା ହାସଲ କରିପାରି ନଥିଲେ ତାହା ତୃତୀୟ ଥରରେ ଓ ଘରୋଇ ପରିବେଶରେ କରି ଦେଖାଇଥିଲେ। ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ହରମନପ୍ରୀତ୍ କୌରଙ୍କ ମହିଳା ବ୍ରିଗେଡ୍ ଯେତେବେଳେ ବିଶ୍ବକପ୍ ଜିତିଲା, ସେତେବେଳେ ସାରା ଦେଶ ଝୁମି ଉଠିଥିଲା। ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍କୁ ୧୮୫ ନିୟୁତଦର୍ଶକ ଟେଲିଭିଜନ୍ପରଦାରେ ଦେଖିବା ମଧ୍ୟ ନୂଆ ରେକର୍ଡ ହୋଇଥିଲା। ୧୯୮୩ ମସିହାରେ କପିଳ ଦେବଙ୍କ ଦଳ ଭାରତୀୟ ପୁରୁଷ କ୍ରିକେଟ୍ ପାଇଁ ଯାହା କରିଥିଲା, ୨୦୨୫ରେ ହରମନପ୍ରୀତ୍ଙ୍କ ନେତୃତ୍ବରେ ଭାରତୀୟ ମହିଳା କ୍ରିକେଟ୍ ଦଳ ସେହି ଐତିହାସିକ ମୁହୂର୍ତ୍ତକୁ ଦୋହରାଇଥିଲା। ଏହା ପୂର୍ବରୁ ଭାରତୀୟ ପୁରୁଷ ଦଳ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ଜିତି ଏହି କପ୍ ବିଜୟ ଧାରାର ଶୁଭାରମ୍ଭ କରିଥିଲା। ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇ ୧୨ବର୍ଷ ପରେ ଏହି ପ୍ରତିଯୋଗିତା ଜିତିନେଇଥିଲା। କୌଣସି ଆଇସିସି ପ୍ରତିଯୋଗିତାର ଫାଇନାଲ୍ରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ହରାଇବାର ମିଠା ସ୍ବାଦ ବି ଭାରତୀୟ ପୁରୁଷ ଦଳ ଚାଖିଥିଲା। ପୁରୁଷ ଦଳର ଏସିଆ କପ୍ ବିଜୟ ବି ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଥିଲା। ବର୍ଷଶେଷ ଆଡ଼କୁ ଭାରତୀୟ ଦୃଷ୍ଟିବାଧିତ ମହିଳା ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ଏହି ଖୁସିକୁ ବହୁ ଗୁଣ ବଢ଼ାଇ ଦେଇଥିଲା।
Victory celebration: ବିଜୟ ଉତ୍ସବ ପାଲଟିଲା ବିଷାଦ
ଚାମ୍ପିଅନ୍ସ ଟ୍ରଫି ଚମକକୁ ଫିକା କଲା ଟେଷ୍ଟ୍ ଅଧୋପତନ
ଭାରତୀୟ ପୁରୁଷ କ୍ରିକେଟ୍ ଦଳ ୨୦୨୫ରେ ସୀମିତ ଓଭର କ୍ରିକେଟ୍ରେ ବହୁତ ଭଲ କରିଥିଲା। ୧୨ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ସର୍ବାଧିକ ନବମ ଥର ଲାଗି ଏସିଆ କପ୍ ଜିତିଥିଲା। ତେବେ ଲମ୍ବା ଫର୍ମାଟ୍ରେ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା। ଘରୋଇ ପରିବେଶରେ ଦୁଇ ଥର ମୂଳପୋଛ ହେବାର ଲଜ୍ଜା ବହନ କରିଥିଲା। ନ୍ୟୁଜିଲାଣ୍ଡଠାରୁ ୦-୩ରେ ଘରୋଇ ଶୃଙ୍ଖଳା ହରିବା ପରେ ପ୍ରଥମ ଥର ଲାଗି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଜିତିଥିବା ଦକ୍ଷିଣ ଆଫ୍ରିକାଠାରୁ ୦-୨ରେ ଆଉ ଏକ ଶୃଙ୍ଖଳା ହାରି ନିନ୍ଦିତ ହୋଇଥିଲା। ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବିବାଦୀୟ ନିଷ୍ପତ୍ତି, ଦଳର ଦୁର୍ବଳ ରଣନୀତି, ଅଲରାଉଣ୍ଡର୍ଙ୍କୁ ପ୍ରାଧାନ୍ୟ ଆଦି ପାଇଁ ଭାରତୀୟ ଟେଷ୍ଟ୍ ଦଳ ବେଶ୍ ବିବାଦୀୟ ହୋଇଥିଲା। ଐତିହାସିକ ଇଡେନ୍ ଗାର୍ଡେନ୍ସରେ ୧୩ବର୍ଷ ପରେ କୌଣସି ଟେଷ୍ଟ୍ ମ୍ୟାଚ୍ ହାରିଥିଲା ଟିମ୍ ଇଣ୍ଡିଆ। ପୁଣି ୨୦୨୫-୨୭ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଚକ୍ରର ୮ ମ୍ୟାଚ୍ ଖେଳି ଚାରିଟି ଲେଖାଏଁ ଜୟ-ପରାଜୟ ପାଇଥିଲା। ଫଳରେ ତାଲିକାରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ତଳକୁ ଖସିବାର ଅପଯଶ ମୁଣ୍ଡାଇଥିଲା। ଘରୋଇ ପରିବେଶରେ କେବଳ ୱେଷ୍ଟଇଣ୍ଡିଜ୍କୁ ହରାଇପାରିଥିଲା। ଏହା ପୂର୍ବରୁ ଇଂଲଣ୍ଡ ଗସ୍ତରେ କିନ୍ତୁ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲା।
/filters:format(webp)/sambad/media/media_files/2025/12/02/untitled-13-2025-12-02-07-52-06.jpg)
ନକ୍ଭିଙ୍କ ନଖରାମି
ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ଭାରତ ପୁଣି ଥରେ ଏସିଆ କପ୍ ଜିତିବା ଦେଶବାସୀଙ୍କ ମନରେ ନୂଆ ଉନ୍ମାଦ ଭରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପୀଡ଼ିତଙ୍କୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଭାରତର ବିଜୟକୁ ଉତ୍ସର୍ଗ କରିବା, ପୂରା ପ୍ରତିଯୋଗିତାରେ ପାକିସ୍ତାନୀ ଖେଳାଳିଙ୍କ ସହ କରମର୍ଦ୍ଦନ ନକରିବା ଏବଂ ପିସିବି ତଥା ଏସୀୟ କ୍ରିକେଟ୍ ପରିଷଦ ମୁଖ୍ୟ ମୋହସିନ ନକ୍ଭିଙ୍କ ହାତରୁଟ୍ରଫିନେବାକୁ ମନା କରିବା ବିବାଦ ଓ ବିତର୍କ ସୃଷ୍ଟି କରିଥିଲା। ଆତଙ୍କବାଦକୁ ଖୋଲା ବିରୋଧ କରି ଭାରତୀୟ ଖେଳାଳିମାନେ ଦେଇଥିବା ବାର୍ତ୍ତା ପୂରା ଦେଶକୁ ଗର୍ବିତ କରିଥିଲା। ନକ୍ବି ଟ୍ରଫି ଚୋରାଇ ଫେରାର ହୋଇଯିବାରୁ ପାକିସ୍ତାନ କିନ୍ତୁ ବିଶ୍ବ ଦରବାରରେ ନିନ୍ଦିତ ହୋଇଥିଲା।
/filters:format(webp)/sambad/media/media_files/2025/12/02/untitled-14-2025-12-02-07-52-50.jpg)
ଦିବ୍ୟା ଜିତିଲେ ବିଶ୍ବକପ୍
ଦିବ୍ୟା ଦେଶମୁଖ ପ୍ରଥମ ଭାରତୀୟ ମହିଳା ଭାବେ ଚେସ୍ ବିଶ୍ବକପ୍ ଜିତିବା କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ମହିଳାଙ୍କ ବର୍ଦ୍ଧିତ ଦବ୍ଦବାକୁ ଦର୍ଶାଇଥିଲା। ଫାଇନାଲ୍ରେ ଦିବ୍ୟା ଓ ଅନ୍ୟତମ ଭାରତୀୟ କୋନେରୁ ହମ୍ପି ଲଢ଼ିବା ଭାରତୀୟ ଚେସ୍ର ବର୍ଦ୍ଧିତ ସମ୍ମାନର ପ୍ରତୀକ ହୋଇଥିଲା। ସେ ମଧ୍ୟ ଦେଶର ଚତୁର୍ଥ ମହିଳା ଭାବେ ଗ୍ରାଣ୍ଡମାଷ୍ଟର୍ ଟାଇଟଲ୍ ହାସଲ କରିଥିଲେ। ମାତ୍ର ୧୮ବର୍ଷ ବୟସରେ ବିଶ୍ବ ଚେସ୍ ଚାମ୍ପିଅନ୍ ହୋଇ ଡି. ଗୁକେଶ ଚେସ୍ ବୋର୍ଡରେ ଐତିହାସିକ ଛାପ ଛାଡ଼ିଥିଲେ।
/filters:format(webp)/sambad/media/media_files/2025/12/02/untitled-15-2025-12-02-07-53-34.jpg)
ଖୋଖୋ, କବାଡ଼ିରେ ଇତିହାସ
ଭାରତୀୟ ପୁରୁଷଓ ମହିଳା ଦଳ ଖୋଖୋ ବିଶ୍ବକପ୍ ଜିତିବାର ଯୁଗଳ ସଫଳତା ଲାଭ କରିଥିଲେ। ଭାରତ ମଧ୍ୟ ମହିଳା କାବଡ଼ି ବିଶ୍ବକପ୍ ଜିତି ନେଇଥିଲା। ଏସୀୟ ଯୁବ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ (୪୮ ପଦକ) ଦେଇଥିଲା। ଭାରତୀୟ ମହିଳା ଫୁଟ୍ବଲ୍ ଦଳ ଏଏଫ୍ସି ଏସୀୟ କପ୍ ଲାଗି ଯୋଗ୍ୟତା ଅର୍ଜନ କରିଥିଲା। ତେବେ ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘର ନୂଆ ସମ୍ବିଧାନକୁ ନେଇ ଟଣାଓଟରା ଭାରତୀୟ ପୁରୁଷ ଫୁଟ୍ବଲ୍କୁ ରସାତଳକୁ ନେଇଥିଲା। ବ୍ୟାଡ୍ମିଣ୍ଟନ୍ କୋର୍ଟରେ ଲକ୍ଷ୍ୟ ସେନ୍ ଅଷ୍ଟ୍ରେଲିଆନ୍ ଓପନ୍ ସୁପର-୫୦୦ ଟାଇଟଲ୍ ଜିତି ସମଗ୍ର ଦେଶକୁ ଗର୍ବିତ କରିଥିଲେ। ଇଂଲଣ୍ଡର ଲିଭରପୁଲ୍ରେ ଆୟୋଜିତ ବିଶ୍ବ ବକ୍ସିଂଚାମ୍ପିଅନସିପ୍ରେ ଜସ୍ମିନ ଲାମ୍ବୋରିଆ ସ୍ବର୍ଣ୍ଣ ପଦକ ଜିତିଥିଲେ। ନୂପୁର ୮୦ କିଲୋଗ୍ରାମ୍ ବର୍ଗରେ ରୌପ୍ୟ ପଦକ ଜିତିବା ଏହି ପ୍ରତିଯୋଗିତାରେ ଭାରତର ଅନ୍ୟତମ ସଫଳ ପ୍ରଦର୍ଶନ ହୋଇଥିଲା।
/filters:format(webp)/sambad/media/media_files/2025/12/02/untitled-16-2025-12-02-07-54-34.jpg)
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ଅହମଦାବାଦକୁ
ଅହମଦାବାଦକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ମିଳିବା ‘୨୦୨୫’ର ଆଉ ଏକ ଶୁଭଙ୍କର କ୍ରୀଡ଼ା ଖବର ଥିଲା। ଫଳରେ ୨୦ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତକୁ ଫେରିବାର ପଥ ପରିସ୍କାର ହୋଇଛି। ଭାରତ ପ୍ରଥମ ଓ ଶେଷ ଥର ପାଇଁ ୨୦୧୦ ମସିହାରେ ଏହି ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତା ନୂଆଦିଲ୍ଲୀରେ ଆୟୋଜନ କରିଥିଲା। ଦ୍ବିତୀୟ ଥର ଲାଗି ଭାରତକୁ ଏହା ଫେରିବାକୁ ଯାଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ମଧ୍ୟ ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ ସ୍ବପ୍ନକୁ ଆହୁରି ପ୍ରଗାଢ଼ କରିଛି। ଏହି ଦିଗରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଏକ ବଡ଼ ପାଦ ହେବାକୁ ଯାଉଛି।
/filters:format(webp)/sambad/media/media_files/2025/12/02/untitled-17-2025-12-02-07-55-39.jpg)
ପାରା ଆଥ୍ଲେଟ୍ଙ୍କ ପରାକ୍ରମ
୨୦୨୫ରେ ପାରା କ୍ରୀଡ଼ାବିତ୍ଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ବ ପାରାଦୌଡ଼କୁଦରେ ଭାରତୀୟ ଦଳ ୬ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୭ କାଂସ୍ୟ ପଦକ ସହ ୨୨ ପଦକ ଜିତିବାର ରେକର୍ଡ କରିଥିଲା। ପ୍ରଥମ ଥର ଲାଗି ଭାରତ ମଧ୍ୟ ଶ୍ରେଷ୍ଠ ୧୦ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଥିଲା। ଭାରତୀୟ ଦୌଡ଼କୁଦ ତାରକାମାନେ ୩ଟି ମିଟ୍ ଏବଂ ୭ଟି ଏସୀୟ ରେକର୍ଡ ସ୍ଥାପନ କରିବା ମଧ୍ୟ ଉଲ୍ଲେଖନୀୟ ରହିଥିଲା। ଭାରତ ପୂର୍ବରୁ ଏହି ପ୍ରତିଯୋଗିତାରେ ସର୍ବାଧିକ ୧୭ ପଦକ ଜିତିଥିଲା। ଜାପାନର ଟୋକିଓରେ ଆୟୋଜିତ ବଧିର ଅଲିମ୍ପିକ୍ସରେ ଭାରତ ୧୬ ପଦକ ଜିତିବା ମଧ୍ୟ ନୂଆ କୀର୍ତ୍ତିମାନ ଥିଲା। ଏସୀୟ ପାରା ବ୍ୟାଡ୍ମିଣ୍ଟନ୍ରେ ଭାରତ ପୂର୍ବର ସବୁ ରେକର୍ଡଭାଙ୍ଗି ୪ ସ୍ବର୍ଣ୍ଣ ସହ ରେକର୍ଡ ୨୭ ପଦକ ଜିତିବା ଆଉ ଏକ ସ୍ମରଣୀୟ ସଫଳତା ଥିଲା।
/filters:format(webp)/sambad/media/media_files/2025/12/02/untitled-18-2025-12-02-07-56-34.jpg)
କ୍ରୀଡ଼ା ନୀତି କାର୍ଯ୍ୟକ୍ଷମ
କ୍ରୀଡ଼ା ପରିଚାଳନା ନୀତି-୨୦୨୫’ ଆଇନରେ ପରିଣତ ହେବା ଭାରତୀୟ କ୍ରୀଡ଼ାପରିଚାଳନାର ସୁଗମତା ଲାଗି ବାଟ ଫିଟାଇଥିଲା। ଜାତୀୟ କ୍ରୀଡ଼ା ବୋର୍ଡ, ଜାତୀୟ କ୍ରୀଡ଼ା ନ୍ୟାୟାଧିକରଣ, ଜାତୀୟ କ୍ରୀଡ଼ା ନିର୍ବାଚନ ପ୍ୟାନେଲ୍ ଗଠନ ସହ କ୍ରୀଡ଼ା ପରିଚାଳନାରେ କ୍ରୀଡ଼ାବିତ୍ଙ୍କ ସର୍ବାଧିକ ଭାଗୀଦାରକୁ ପ୍ରୋତ୍ସାହନ ସହ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବକୁ ଗୁରୁତ୍ବ, କ୍ରୀଡ଼ାବିତ୍ଙ୍କ ଶୋଷଣକୁ ରୋକିବା ଆଦି ପ୍ରାବଧାନ ଲାଗି ନୂଆ କ୍ରୀଡ଼ାନୀତିକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ଏହା ଦ୍ବାରା ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ ହେବା ସହ ସମଗ୍ର ଭାରତବର୍ଷରେ ସମାନ ଭାବେ କ୍ରୀଡ଼ା ଭିତ୍ତିଭୂମିର ବିକାଶ, ପ୍ରତିଭା ଚିହ୍ନଟ ଏବଂ ସେମାନଙ୍କର ପ୍ରଶିକ୍ଷଣ ହୋଇପାରିବ ବୋଲି ଆଶା କରାଯାଉଛି। ସେହିଭଳି ଏହି ନୀତି ଯୋଗୁଁ ଦେଶରେ କ୍ରୀଡ଼ା ସାକ୍ଷରତା ବଢ଼ିବା ସହ କ୍ରୀଡ଼ା ସଂସ୍କୃତିରେ ଉନ୍ନତି ପରିଲକ୍ଷିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
/filters:format(webp)/sambad/media/media_files/2025/12/02/untitled-19-2025-12-02-07-57-21.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/02/untitled-3-2025-12-02-14-36-19.jpg)