ଭିକାରିମୁକ୍ତ ହୋଇପାରିଲାନି ରାଜଧାନୀ, ପିଲାଙ୍କ ହାତରେ ଭିକ୍ଷାଥାଳ

Advertisment

ଭିକାରିମୁକ୍ତ ରାଜ୍ୟ ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ସହାୟ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ କରି ‘ଏକାମ୍ର ନିଳୟ’, ‘ନୀଳାଦ୍ରି ନୀଳୟ’ ଭଳି ଯୋଜନା ଆରମ୍ଭ କଲେ। ରାଜ୍ୟରେ ପ୍ରଥମ କରି...

ଭିକାରିମୁକ୍ତ ରାଜ୍ୟ ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ସହାୟ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ କରି ‘ଏକାମ୍ର ନିଳୟ’, ‘ନୀଳାଦ୍ରି ନୀଳୟ’ ଭଳି ଯୋଜନା ଆରମ୍ଭ କଲେ। ରାଜ୍ୟରେ ପ୍ରଥମ କରି...

Untitled-15

ଭୁବନେଶ୍ୱର: ଭିକାରିମୁକ୍ତ ରାଜ୍ୟ ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ସହାୟ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ କରି ‘ଏକାମ୍ର ନିଳୟ’, ‘ନୀଳାଦ୍ରି ନୀଳୟ’ ଭଳି ଯୋଜନା ଆରମ୍ଭ କଲେ। ରାଜ୍ୟରେ ପ୍ରଥମ କରି ୨୦୨୧ ମସିହାରେ ଭିକାରିମୁକ୍ତ ସହର ଗଠନ ଲକ୍ଷ୍ୟରେ ରାଜଧାନୀ ଭୁବନେଶ୍ବରରେ ‘ଏକାମ୍ର ନିଳୟ’ ଓ ଶ୍ରୀକ୍ଷେତ୍ର ପୁରୀରେ ‘ନୀଳାଦ୍ରି ନିଳୟ’ ଯୋଜନା ଆରମ୍ଭ ହେଲା। ଏଥିପାଇଁ ବିଭିନ୍ନ ଏଜେନ୍ସି, ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନିୟୋଜିତ କରାଗଲା। ଏହି ଯୋଜନାରେ ଏଜେନ୍ସି, ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଆର୍ଥିକ ସହାୟତା ବି ଯୋଗାଇ ଦିଆଗଲା। ତଥାପି ରାଜଧାନୀ ଭୁବନେଶ୍ବର ଭିକାରିମୁକ୍ତ ହୋଇପାରିନି। ବିଭିନ୍ନ ଟ୍ରାଫିକ୍ ଛକ, ହାଟ, ମନ୍ଦିର ଆଗରେ ବସି ଉଭୟ ମହିଳା, ପୁରୁଷମାନେ ଭିକ୍ଷାବୃତ୍ତି କରୁଛନ୍ତି। ସବୁଠୁ ଚିନ୍ତାଜନକ କଥା ହେଉଛି, ଏମାନେ କୁନି କୁନି ପିଲାଙ୍କୁ ଭିକ୍ଷାବୃତ୍ତିରେ ଲଗାଉଛନ୍ତି। ଯେଉଁମାନେ ଭିକ୍ଷାଥାଳ ଧରି ରୁପାଲି, ରାମମନ୍ଦିର ଛକ, କଳ୍ପନା ଛକ, ରାଜମହଲ ଛକ ଭଳି ପ୍ରମୁଖ ସ୍ଥାନରେ ଭିକ ମାଗୁଛନ୍ତି।

Shambhu: ‘ଶମ୍ଭୁ’ ଅସୁସ୍ଥ

‘ଏକାମ୍ର ନିଳୟ’ ଯୋଜନାରେ ରାଜଧାନୀ ଭୁବନେଶ୍ବରରୁ ଉଦ୍ଧାର ହେଉଥିବା ଭିକାରି ଓ ଅନ୍ୟ ଅସହାୟଙ୍କ ପାଇଁ ରଙ୍ଗବଜାର, ଅନ୍ଧାରୁଆ, କାନନବିହାର ଆଦି ସ୍ଥାନରେ ୬ଟି ଭିକାରି ଥଇଥାନ କେନ୍ଦ୍ର ଖୋଲାଯାଇଛି। ଯେଉଁଠି ବୟସ୍କ ଭିକାରି, ମହିଳା ଓ ଶିଶୁ ଭିକାରି, ଭିନ୍ନକ୍ଷମ ଭିକାରି, ବିକୃତ ମାନସିକ ଓ ଦୁର୍ବଳ ମାନସିକ ବ୍ୟକ୍ତିଙ୍କୁ ଅଲଗା ଅଲଗା ଥଇଥାନ କେନ୍ଦ୍ରରେ ରଖାଯାଉଛି। ପ୍ରତି କେନ୍ଦ୍ରରେ ୧୦୦ଜଣଙ୍କୁ ଥଇଥାନର ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ପକ୍ଷରୁ ‘ଏକାମ୍ର ନିଳୟ’ ଯୋଜନାରେ ଭିକାରିଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କୁ ନିୟୋଜିତ କରାଯାଇଛି। ଥଇଥାନ କେନ୍ଦ୍ରରେ ଭିକାରିଙ୍କ ରହିବା, ଖାଇବା ଆଦି ପାଇଁ ମୁଣ୍ଡପିଛା ପ୍ରାୟ ୪ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଥଇଥାନ କେନ୍ଦ୍ରକୁ ଆସୁଥିବା ଭିକାରିମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ସିଲେଇ ଓ ଅନ୍ୟାନ୍ୟ ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦିଷ୍ଟ ସ୍ବେଚ୍ଛାସେବୀ ସଂସ୍ଥା ନିୟୋଜିତ ହୋଇଛନ୍ତି। ଏ ବାବଦରେ ବି ବିଏମ୍‌ସି ଟଙ୍କା ଗଣୁଛି।

Petrol refusal : ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ୍‌ ମନା ପ୍ରସଙ୍ଗ, ମିଳିଲା ସମୟ, ଜାନୁଆରିରୁ କଡ଼ାକଡ଼ି ଯାଞ୍ଚ


ମିଳିଥିବା ତଥ୍ୟ ମୁତାବକ, ବର୍ତ୍ତମାନ ଏହିସବୁ ଥଇଥାନ କେନ୍ଦ୍ରରେ ୪ଶହରୁ ଅଧିକ ଭିକାରି ଓ ଅନ୍ୟବର୍ଗର ବ୍ୟକ୍ତି ରହିଛନ୍ତି। କିଛି ସୁସ୍ଥ ମାନସିକତା ସହ ଘରକୁ ଫେରୁଛନ୍ତି ତ କିଛି ମାସ ମାସ ଧରି ସେହିଭଳି ଥଇଥାନ କେନ୍ଦ୍ରରେ ରହୁଛନ୍ତି। ଯେଉଁମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି, ସେମାନଙ୍କ ଜାଗାରେ ଅନ୍ୟ ଭିକାରିଙ୍କୁ ରଖାଯାଉଛି। କିନ୍ତୁ ଦେଖିବାକୁ ମିଳୁଛି, ଯେଉଁମାନେ ଥଇଥାନ କେନ୍ଦ୍ରରୁ ବାହାରୁଛନ୍ତି, ସେମାନେ ପୁଣି ଆସି ରାସ୍ତାରେ ଭିକ ମାଗୁଛନ୍ତି। ଭିନ୍ନକ୍ଷମଠାରୁ ଆରମ୍ଭ କରି ଅନ୍ୟମାନେ ରାସ୍ତାଘାଟ, ବଜାର, ମନ୍ଦିର ଆଗରେ ଭିକ ମାଗୁଛନ୍ତି।

ଅଣଓଡ଼ିଆ ଭିକାରିଙ୍କୁ ତଡ଼ିବୁ: ମେୟର

ମୁଁ ବି ବିଭିନ୍ନ ଛକ, ବଜାରରେ ଏଭଳି ଭିକ୍ଷାବୃତ୍ତି କରିବା ଦେଖିଛି। ଏମାନେ ସବୁ ଅଣଓଡ଼ିଆ ଭିକାରି। ବାହାରୁ ଆସି ଏଠାରେ ରହିବା ସହ ଭିକ ମାଗୁଛନ୍ତି ଓ ଆମକୁ ବଦନାମ କରୁଛନ୍ତି। ଏହା ପଛରେ ବଡ଼ ରାକେଟ୍ କାମ କରୁଛି। ଏମାନେ ରାଜସ୍ଥାନ, ଗୁଜରାଟ, ବିହାର ଭଳି ରାଜ୍ୟରୁ ଆସି ଏଠାରେ ଭିକ୍ଷାବୃତ୍ତି କରୁଛନ୍ତି। କୁନିକୁନି ପିଲାଙ୍କୁ ବି ଭିକ ମଗାଉଛନ୍ତି। ନିଶା ସେବନ ସହ ନିଶା କାରବାରରେ ଲିପ୍ତ ରହୁଛନ୍ତି। ଡ୍ରଗ୍‌ସ ସେବନ, ଡ୍ରଗ୍‌ସ ବିକ୍ରି ସହ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଯେଉଁଠି ରହୁଛନ୍ତି, ସେ ସ୍ଥାନକୁ ଅପରିଷ୍କାର କରୁଛନ୍ତି। ଏଭଳି ଅଣଓଡ଼ିଆ ଭିକାରି ତଥା ନିଶା କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କୁ ତଡ଼ିବା ପାଇଁ ଭୁବନେଶ୍ବର ଡିସିପିଙ୍କ ସହ ଆଲୋଚନା ହୋଇଛି। ଆମେ ସମୟ ମାଗିଛୁ ଓ ଲୋକବଳ ଦେବାକୁ କହିଛୁ। ପୁଲିସ ଲୋକବଳ ଦେଲେ, ଏଭଳି ଅଣଓଡ଼ିଆଙ୍କୁ ଧରି ଆମେ ଟ୍ରେନ୍‌ରେ ବସାଇଦେବୁ। ଏମାନଙ୍କୁ ଥଇଥାନ କେନ୍ଦ୍ରରେ ରଖିଲେ ବି ରହୁନାହାନ୍ତି। ସମସ୍ତେ ସକ୍ଷମ, ନିଜ ଅଞ୍ଚଳକୁ ଯାଇ କାମଧନ୍ଦା କରିପାରିବେ। କିନ୍ତୁ ଏଠି କଲମ ବିକିବା ନାଁରେ ନିଜେ ଭିକ ମାଗିବା ସହ ଛୋଟଛୁଆଙ୍କୁ ଭିକ୍ଷାବୃତ୍ତିରେ ଲଗାଉଛନ୍ତି। ବାକି ଭିକାରିଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ଆମେ ୬ଟି ଥଇଥାନ କେନ୍ଦ୍ର ଖୋଲିଛୁ। ଏଠାରେ ବିଏମ୍‌ସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

Untitled-16

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe