The greenery: ବଢ଼‌ୁନି ସହରର ସବୁଜିମା

Advertisment

ତିନି ମାସ ହେଲା ରାଜଧାନୀର ବାୟୁ ପ୍ରଦୂଷଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସ୍ଥିତି ଏମିତି ହେଉଛି ଯେ ଦେଶର ରାଜଧାନୀ ଦିଲ୍ଲୀକୁ ଏବର୍ଷ ଏକାଧିକ ଥର ଟପିଛି ଭୁବନେଶ୍ୱର। ବିଳମ୍ବିତ ରାତି....

ତିନି ମାସ ହେଲା ରାଜଧାନୀର ବାୟୁ ପ୍ରଦୂଷଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସ୍ଥିତି ଏମିତି ହେଉଛି ଯେ ଦେଶର ରାଜଧାନୀ ଦିଲ୍ଲୀକୁ ଏବର୍ଷ ଏକାଧିକ ଥର ଟପିଛି ଭୁବନେଶ୍ୱର। ବିଳମ୍ବିତ ରାତି....

Untitled-19

ଖଣ୍ଡଗିରି: ତିନି ମାସ ହେଲା ରାଜଧାନୀର ବାୟୁ ପ୍ରଦୂଷଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସ୍ଥିତି ଏମିତି ହେଉଛି ଯେ ଦେଶର ରାଜଧାନୀ ଦିଲ୍ଲୀକୁ ଏବର୍ଷ ଏକାଧିକ ଥର ଟପିଛି ଭୁବନେଶ୍ୱର। ବିଳମ୍ବିତ ରାତି ଓ ସକାଳ ସମୟରେ ଭୁବନେଶ୍ବର ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ପିଏମ୍‌୨.୫, ଯାହା ଅତ୍ୟନ୍ତ ଖରାପ ସ୍ଥିତି ବୋଲି କୁହାଯାଉଛି। କେତେକ ସ୍ଥାନରେ ପ୍ରଶ୍ୱାସ ଗ୍ରହଣ ବି କଷ୍ଟକର ହୋଇପଡ଼ୁଛି। ତେବେ ବାୟୁ ପ୍ରଦୂଷଣ ରୋକିବାକୁ ସହରରେ ପ୍ରାକୃତିକ ପରିବେଶ ବୃଦ୍ଧି, ଆଖପାଖ ସ୍ଥାନରେ ଜଙ୍ଗଲ ପାର୍କ ବିକଶିତ କରିବାକୁ ୪ ବର୍ଷ ତଳେ ସରକାରୀ ସ୍ତରରେ ରୂପରେଖ ପ୍ରସ୍ତୁତ ହୋଇଥିଲା, ହେଲେ ଆଜି ପର୍ଯ୍ୟନ୍ତ ଯୋଜନା ଆଗେଇ ପାରିନାହିଁ। ବରଂ ସବୁ ଯୋଜନା ଓ ଘୋଷଣା ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଯେତିକି ଜଙ୍ଗଲ ପାର୍କ ରହିଛି ତାର ସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଛି। ଯାହାର ସିଧା ପ୍ରଭାବ ଏବେ ରାଜଧାନୀବାସୀଙ୍କୁ ଭୋଗିବାକୁ ହେଉଛି। ଏ ବର୍ଷ ବାୟୁ ପ୍ରଦୂଷଣ ଡରାଇ ଥିବାବେଳେ ଆଗକୁ ପରିସ୍ଥିତି ଭୟଙ୍କର ହେବା ନେଇ ପରିବେଶବିତ୍‌ମାନେ ଆଶଙ୍କା କଲେଣି।

Odisha safe ground: ଅପରାଧୀଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ମଇଦାନ

 
କଟକ-ଭୁବନେଶ୍ବର ଦ୍ବୈତନଗରୀର ପ୍ରାକୃତିକ ପରିବେଶ ବିକାଶ ପାଇଁ ୨୦୨୧ରେ ତତ୍‌କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରୂପରେଖ ପ୍ରସ୍ତୁତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ସହର ଏବଂ ସଂଲଗ୍ନ ଅଞ୍ଚଳରେ ୫ଟି ଘଞ୍ଚ ସବୁଜିମା ସ୍ଥାନ ଯଥା ଏକାମ୍ରକାନନ, ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର, ସ୍ମୃତିବନ, ଜୟଦେବ ବାଟିକା ଓ ଆନନ୍ଦବନକୁ ବିକଶିତ କରାଯାଇଥିଲା। ଇତିମଧ୍ୟରେ ୪ ବର୍ଷ ବିତିଗଲାଣି। ହେଲେ ଚୂଡ଼ାନ୍ତ ରୂପ ନେଇପାରି ନାହିଁ ଜଙ୍ଗଲ ପାର୍କ। ଏକାମ୍ରକାନନ ନୂଆ ରୂପ ପାଇଛି ସିନା, ଏହା ଭିତରେ ଗଛ ସଂଖ୍ୟା ଢେର୍ କମିଛି। ଜଗନ୍ନାଥ ବାଟିକା ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଯେଉଁଠି ୧୦ ବର୍ଷ ପରେ ବିଶାଳ ବୃକ୍ଷ ଛିଡ଼ା ହେବା କଥା ସେ ସ୍ଥାନ ଘାସ ଗାଲିଚା ପାଲଟିଛି। ପାର୍କକୁ ସୁନ୍ଦର୍ ଓ ଆକର୍ଷଣୀୟ କରାଯାଇଛି ସତ ହେଲେ ସବୁଜିମା କମିଛି।
ସେହିପରି ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ରରେ ନୂତନ ଚାରାରୋପଣ ହେଉନାହିଁ।  ଫାଙ୍କା ପତଳା ଜଙ୍ଗଲ ପର୍ଯ୍ୟଟକଙ୍କୁ ମଧ୍ୟ ଆଉ ଆକର୍ଷିତ କରୁନାହିଁ। ଦେଢବର୍ଷ ତଳେ ବିକଶିତ ହୋଇଥିବା ଆନନ୍ଦବନ କଥା ତ ନ କହିବା ଭଲ। ବନ ଏବେ ବଞ୍ଚି ରହିବ ନା ନାହିଁ ସେ ନେଇ ପ୍ରଶ୍ନବାଚୀ ଦେଖା ହେଲାଣି। ସେପଟେ ସହରର ଏକମାତ୍ର ବଣଭୋଜି ପାଇଁ ଉଦ୍ଦିଷ୍ଟ ସ୍ଥାନ ‘ଜୟଦେବ ବାଟିକା’ ହୋଇଥିବାରୁ ଏଠାରେ ଥିବା ଜଙ୍ଗଲ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ବିକଶିତ କରାଯାଉଛି। ଜଙ୍ଗଲ ଘଞ୍ଚ ହେବା ପରିବର୍ତ୍ତେ ଏହାକୁ ଫାଙ୍କା କରି ଅଧିକ ଭୋଜି ପିଣ୍ଡି ନିର୍ମାଣ ହେଉଛି।

Kandilani Rasulgarh: କନ୍ଦେଇ‌ଲାଣି ରସୁଲଗଡ଼ ଟ୍ରାଫିକ୍‌ ଯନ୍ତ୍ରଣା


ସବୁଠାରୁ ବଡ଼ କଥା ହେଲା, ଭୁଆସୁଣି ଓ କୋରଡ଼କଣ୍ଟାରେ ଜଙ୍ଗଲ ପାର୍କ ପ୍ରସ୍ତୁତ କରିବା ଯୋଜନା ଏବେ କେବଳ ଯୋଜନାରେ ରହିଯାଇଛି। ସେହିପରି ରାଜଧାନୀର ପରିବେଶ ସୁରକ୍ଷା ସହ ନିଜ ପୂର୍ବପୁରୁଷଙ୍କ ସ୍ମୃତିକୁ ବଜାୟ ରଖିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସହର ଉପକଣ୍ଠରେ ସ୍ମୃତିବନ ପ୍ରତିଷ୍ଠା ହୋଇଛି। ନଗର ବନଖଣ୍ଡର ଭୁବନେଶ୍ବର ବନାଞ୍ଚଳ ଅଧୀନ ଭଗବାନପୁର ମୌଜାର ୧୭.୫ ଏକର ପରିମିତ ସ୍ଥାନରେ ୧୧୫୦ଟି ଗଛ ସହ ପ୍ରତି ଗଛ ପାଖରେ ପୂର୍ବପୁରୁଷଙ୍କ ନାମକରଣ ଥିବା ଏକ ପଥର ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ସ୍ମୃତିବନରେ ୧୨୬୫ରୁ ଅଧିକ ଲୋକ ଗଛ ଲଗାଇସାରିଲେଣି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଗଛ ଲାଗିଥିବାରୁ ସ୍ମୃତିବନ ପରିସରରେ ସ୍ଥାନାଭାବ ଦେଖାଗଲାଣି। ତେଣୁ ନିଜ ପ୍ରିୟଜନଙ୍କ ସ୍ମୃତିରେ ଗଛ ଲଗାଇବାକୁ ଲୋକଙ୍କ ମଧ୍ୟରେ ବଢ଼ୁଥିବା ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ଏକ ସ୍ମୃତିବନ ତିଆରି କରିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା। ୨୦୨୪ ଯାଇ ୨୦୨୬ ହେଲାଣି ସେ କାମ ପାଦେ ମଧ୍ୟ ଆଗେଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe