Advertisment

The water bottle : ପାଣି ବୋତଲ ଶୋଷ ମେଣ୍ଟାଉଛି, ଷ୍ଟାଇଲିସ୍‌ ବି ଲାଗୁଛି

Advertisment

ପ୍ରତିଟି କଥାରେ ଫ୍ୟାସନ୍‌ ଚାହୁଥିବା ଲୋକେ ଏବେ  ହାତରେ ଫ୍ୟାସନେବଲ ବୋତଲଟିଏ ମଧ୍ୟ ଚାହୁଛନ୍ତି। ଲୋକଙ୍କ ଚାହିଦାକୁ ନଜରରେ ରଖି ପରିବେଶ ସୁରକ୍ଷା ସହିତ ଷ୍ଟାଇଲିସ୍‌...

ପ୍ରତିଟି କଥାରେ ଫ୍ୟାସନ୍‌ ଚାହୁଥିବା ଲୋକେ ଏବେ  ହାତରେ ଫ୍ୟାସନେବଲ ବୋତଲଟିଏ ମଧ୍ୟ ଚାହୁଛନ୍ତି। ଲୋକଙ୍କ ଚାହିଦାକୁ ନଜରରେ ରଖି ପରିବେଶ ସୁରକ୍ଷା ସହିତ ଷ୍ଟାଇଲିସ୍‌...

Untitled-12

ଭୁବନେଶ୍ୱର: ପ୍ରତିଟି କଥାରେ ଫ୍ୟାସନ୍‌ ଚାହୁଥିବା ଲୋକେ ଏବେ  ହାତରେ ଫ୍ୟାସନେବଲ ବୋତଲଟିଏ ମଧ୍ୟ ଚାହୁଛନ୍ତି। ଲୋକଙ୍କ ଚାହିଦାକୁ ନଜରରେ ରଖି ପରିବେଶ ସୁରକ୍ଷା ସହିତ ଷ୍ଟାଇଲିସ୍‌ ଲୁକ୍‌ ପ୍ରଦାନ କରୁଥିବା ବହୁ ବୋତଲ ଏବେ ବଜାରକୁ ଆସିଲାଣି। ନାମୀଦାମୀ କମ୍ପାନି ଗ୍ରାହକଙ୍କୁ ଆକର୍ଷିତ କଲା ଭଳି ବୋତଲ ବିକ୍ରି ପାଇଁ ବଜାରକୁ ଛାଡ଼ୁଛନ୍ତି। ବର୍ତ୍ତମାନ ବଜାରରେ ଷ୍ଟାଇଲିସ୍‌ ମାଟି ପାଣି ବୋତଲ, ଷ୍ଟେନ୍‌ଲେସ୍‌ ଥର୍ମୋଷ୍ଟିଲ, ତମ୍ବାଠାରୁ ଆରମ୍ଭ କରି ‘ସ୍ମାର୍ଟ ପାଣି ବୋତଲ’ର ଟ୍ରେଣ୍ଡ ବଢ଼ିବାରେ ଲାଗିଛି।

ଯୁଗ ସହ ତାଳ ଦେଉଛି ‘ସ୍ମାର୍ଟ ବୋତଲ’

ଏଥିରେ ଥର୍ମୋଫ୍ଲାସ୍କ ଭଳି ଥଣ୍ଡା ବା ଗରମ ପାଣି କେବଳ ଲମ୍ବା ସମୟ ଧରି ନିଜ ତାପମାତ୍ରା ଧରି ରଖୁନି ବରଂ ପାଣିର ତାପମାତ୍ରା ଦର୍ଶାଉଛି  ‘ସ୍ମାର୍ଟ ବୋତଲ’। ଏହି ବୋତଲର ଉପରି ଭାଗରେ ଏକ ଏଲ୍‌ଇଡି ସ୍କ୍ରିନ୍‌ରହୁଛି। ଏହି ସ୍କ୍ରିନ୍‌ରେ ବୋତଲ ନ ଖୋଲି ଜଣେ ବୋତଲ ଭିତରେ ଗରମ କି ଥଣ୍ଡା ପାଣି ରହିଛି, କିମ୍ବା ଏହାର ତାପମାତ୍ରା କେତେ ରହିଛି ତାହା ଜାଣିପାରିବେ।  ପକେଟକୁ ସୁହାଇବା ଦାମ୍‌ରେ ବିଭିନ୍ନ ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ଏହା ଉପଲବ୍ଧ ରହୁଛି। ଏପରିକି ବର୍ତ୍ତମାନ ବଡ଼ ବଡ଼ ଦୋକାନରେ ମଧ୍ୟ ଏହା ଉପଲବ୍‌ଧ ହେଲାଣି।

Utkal sangeet College: ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା: ବନ୍ଧାହେଲେ ଡ୍ରାମା ଅଧ୍ୟାପକ

କଫ ଓ ପିତ୍ତ ପାଇଁ ତମ୍ୱା ବୋତଲ

ସାରା ବିଶ୍ୱ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ଭୟାବହତା ଭୋଗ କରୁଛି। ବର୍ତ୍ତମାନ ନୂଆ ନୂଆ ରୋଗ ସୃଷ୍ଟି ହେଲାଣି। ଆୟୁର୍ବେଦରେ ତମ୍ବାପାତ୍ରର ଜଳକୁ ବେଶ୍ ଗୁରୁତ୍ୱ ପ୍ରଦାନ କରାଯାଇଛି। ତମ୍ବାପାତ୍ରର ଜଳ ପିଇବା ଦ୍ୱାରା ଶରୀର ମଧ୍ୟସ୍ଥ ତିନିଟି ଦୋଷ ଯଥାକ୍ରମେ ବାତ, ପିତ୍ତ ଓ କଫ ପରି ଦୋଷଗୁଡ଼ିକ ନିୟନ୍ତ୍ରିତ ହୋଇଥାଏ। ତେଣୁ ବର୍ତ୍ତମାନ ଏହି ତମ୍ୱା ବୋତଲର ଚାହିଦା ବଢ଼ିବାରେ ଲାଗିଛି।

Four robbers: ପୁଲିସ ପଞ୍ଝାରେ ୪ ଡକାୟତ

ମାଟି ନିର୍ମିତ ପାଣିବୋତଲ

ମାଟିପାତ୍ର ବା ମାଠିଆରେ ରହିଥିବା ପାଣି ସୁଶୀତଳ ରହିବା ସହ ସ୍ବାସ୍ଥ୍ୟ ପକ୍ଷରେ ହିତକର ବୋଲି କୁହାଯାଏ। ବହୁ ଦିନରୁ ଓଡ଼ିଶାର ଲୋକେ ଏହି ମାଟିପାତ୍ର ପାଣି ବିଶେଷ କରି ଖରାଦିନେ ବ୍ୟବହାର କରିଆସୁଛନ୍ତି।। ଏବେ ଯୁଗ ବଦଳିଛି। ଷ୍ଟିଲଠାରୁ ଆରମ୍ଭ କରି ତମ୍ବା ବୋତଲର ଚାହିଦା ବଢ଼ିଛି। ତେବେ ଯୁବ ପିଢ଼ି ପାଣି ରଖିବାକୁ ପୁଣି ମାଟି ବୋତଲ ଆପଣାଇଲେଣି। ଘରଠାରୁ ଆରମ୍ଭ କରି ହୋଟେଲ, ରେସ୍ତୋରାଁ, କାର୍ଯ୍ୟାଳୟ ଆଦିକୁ ଏକ ପାରମ୍ପରିକ ଲୁକ୍‌ଦେବା ପାଇଁ ‘ମାଟି ପାଣିବୋତଲ’ର ଚାହିଦା ମଧ୍ୟ ବଢ଼ୁଛି। 

ଖେଳାଳିଙ୍କଠାରୁ ସିନେ ତାରକା ସମସ୍ତଙ୍କ ପସନ୍ଦ ‘ଷ୍ଟାନ୍‌ଲେ କପ୍‌’(ଟମ୍ୱଲର)

ଖେଳାଳି ହୁଅନ୍ତୁ ଅଥବା ସିନେ ତାରକା, ସାମାଜିକ ଗଣମାଧ୍ୟମ ଖୋଲିବା ମାତ୍ରେ ସମସ୍ତଙ୍କ ହାତରେ ‘ଷ୍ଟାନ୍‌ଲେ କପ୍‌’ ଦେଖିବାକୁ ମିଳୁଛି। ଡବଲ ଲେୟାର ଷ୍ଟେନ୍‌ଲେସ୍‌ଷ୍ଟିଲ୍‌ର ଏହି ବୋତଲରେ ଥଣ୍ଡା ପାଣି ପାଖାପାଖି ୧୧ ଘଣ୍ଟା ଓ ବରଫ ୩୦ ଘଣ୍ଟା ପର୍ଯ୍ୟନ୍ତ ମହଜୁଦ ରହିପାରୁଛି। ଏହାର ଅଗ୍ରଭାଗରେ ଏକ ‘ଫ୍ଲୋ ଷ୍ଟେଟ୍‌’ ଲିଡ୍‌ରହୁଛି। ଏହି ଲିଡ୍‌କୁ ବୁଲାଇଲେ ଷ୍ଟ୍ର, ଛୋଟ ଛିଦ୍ର ଓ ବଡ଼ କଭର ଭଳି ତିନିଟି ପାର୍ଶ୍ୱ ରହୁଛି। ଏଥିସହିତ ଆରାମରେ ଧରି ରଖିବା ପାଇଁ ଏଥିରେ ହ୍ୟାଣ୍ଡଲ୍‌ଏବଂ ଏହାର ଅଣଓସାରିଆ ଅଂଶ କାର୍‌ରେ ବ୍ୟବହୃତ ‘କପ୍‌ହୋଲ୍‌ଡ’ରେ ରଖି ହେଉଛି। ଅନ୍‌ଲାଇନ୍ ବଜାରରେ ଏହି ବୋତଲର ବହୁଳ ବିକ୍ରି ହେଉଛି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe