GDP calculation: ଫେବ୍ରୁଆରିରୁ ନୂଆ ପଦ୍ଧତିରେ ଜିଡିପି ହିସାବ

Advertisment

କେନ୍ଦ୍ର ସରକାର ଆସନ୍ତା ବର୍ଷ ଫେବ୍ରୁଆରିରୁ ମୁଦ୍ରାସ୍ଫୀତି ଓ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ନୂଆ ପଦ୍ଧତିରେ ହିସାବ କରିବେ। ଆସନ୍ତାବର୍ଷ ମେ’ରୁ ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)....

କେନ୍ଦ୍ର ସରକାର ଆସନ୍ତା ବର୍ଷ ଫେବ୍ରୁଆରିରୁ ମୁଦ୍ରାସ୍ଫୀତି ଓ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ନୂଆ ପଦ୍ଧତିରେ ହିସାବ କରିବେ। ଆସନ୍ତାବର୍ଷ ମେ’ରୁ ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)....

Untitled-1

ମୁମ୍ବାଇ: କେନ୍ଦ୍ର ସରକାର ଆସନ୍ତା ବର୍ଷ ଫେବ୍ରୁଆରିରୁ ମୁଦ୍ରାସ୍ଫୀତି ଓ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ନୂଆ ପଦ୍ଧତିରେ ହିସାବ କରିବେ। ଆସନ୍ତାବର୍ଷ ମେ’ରୁ ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)ର ନୂଆ ତଥ୍ୟ ଜାରି କରାଯିବ। ଜିଡିପି ଓ ଆଇଆଇପି ପାଇଁ ୨୦୨୨-୨୩କୁ ଆଧାର ବର୍ଷ ଭା‌ବେ ଗ୍ରହଣ କରାଯିବ। ଖୁଚୁରା ମୁଦ୍ରାସ୍ଫୀତି ପାଇଁ ୨୦୨୪କୁ ଆଧାର ବର୍ଷ ଭାବେ ଗ୍ରହଣ କରାଯିବ। ବର୍ତ୍ତମାନ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୧-୧୨କୁ ଆଧାର ବର୍ଷ ଭାବେ ଗ୍ରହଣ କରି ଜିଡିପି ଓ ମୁଦ୍ରାସ୍ଫୀତିର ହିସାବ କରାଯାଉଛି। ଦୁନିଆର ଅଧିକାଂଶ ଦେଶ ପାଞ୍ଚ ବର୍ଷ ପୁରୁଣା ତଥ୍ୟକୁ ଏଥିପାଇଁ ବ୍ୟବହାର କରୁଥିବା ବେଳେ ଭାରତରେ ୧୪ ବର୍ଷ ପୁରୁଣା ତଥ୍ୟ ବିଚାରକୁ ନିଆଯାଉଛି।

ମନରେଗାର ହତ୍ୟା ଭୟଙ୍କର ପରିଣାମ ଆଣିବ: ସୋନିଆ

ହିସାବ ପଦ୍ଧତି ବଦଳାଇବାର ଉଦ୍ଦେଶ୍ୟ ହେଉଛି ସମ୍ପ୍ରତି ବିଶ୍ବବ୍ୟାପୀ ଚାଲିଥିବା ଧାରା ଅନୁସା‌ରେ ଆଗକୁ ବଢ଼ିବା। ସୂଚନା ଅନୁସାରେ ନୂଆ ସିରିଜ୍‌ରେ ୨୦୨୬ ଫେବ୍ରୁଆରି ୧୨ରେ ମୁଦ୍ରାସ୍ଫୀତି ତଥ୍ୟ, ଫେବ୍ରୁଆରି ୨୭ରେ ଜିଡିପି ତଥ୍ୟ ଓ ମେ’ ୨୮ରେ ଆଇଆଇପି ତଥ୍ୟ ଜାରି କରାଯିବ। ବହୁଦିନରୁ ପୁରୁଣା ଆଧାର ବର୍ଷକୁ ଜିଡିପି ହିସାବ ପାଇଁ ବ୍ୟବହାର କରାଯାଉଥିଲା। ତାହାକୁ ବଦଳାଇବା ଲାଗି ବିଶେଷଜ୍ଞମା‌ନେ ଦାବି କରୁଥିଲେ। ଆଗାମୀ ଦିନରେ ଆସିବାକୁ ଥିବା ତଥ୍ୟ ଅର୍ଥନୀତିର ଅଧିକ ବାସ୍ତବ ସ୍ଥିତି ଉପସ୍ଥାପନ କରିବ। ବର୍ତ୍ତମାନ ହିସାବ ପଦ୍ଧତିରେ ଖୁଚୁରା ମୁଦ୍ରାସ୍ଫୀତିରେ ଖାଦ୍ୟପାନୀୟର ପ୍ରଭାବ ଅଧିକ ରହିଛି। ନୂଆ ସିରିଜ୍‌ରେ ସେଗୁଡ଼ିକର ପ୍ରଭାବ କମିବ। ସରକାର ଭାବୁଛନ୍ତି ଯେ ରୋଜଗାର ବଢ଼ିବା ସହ ଲୋକମାନେ ଖାଦ୍ୟରେ କମ୍ ଏବଂ ଶିକ୍ଷା, ସ୍ବାସ୍ଥ୍ୟ ଓ ମନୋରଞ୍ଜନ ଆଦିରେ ଅଧିକ ଖର୍ଚ୍ଚ କରୁଛନ୍ତି। ନୂଆ ସିିରିଜ୍‌ରେ ଆଧୁନିକ ଚାଲିଚଳଣୀର ପ୍ରତିଫଳନ ଦେଖିବାକୁ ମିଳିବ।

‘ଥର୍‌’ କେଳେଙ୍କାରୀ: ସ୍ବତନ୍ତ୍ର ଅଡିଟ୍‌ କରିବାକୁ ଏଜିଙ୍କୁ ଚିଠି

 
ନୂଆ ଆଇଆଇପି ସିରିଜ୍‌ରେ ଗୋଟିଏ ବର୍ଷ ଭିତରେ ଉତ୍ପାଦନ ହୋଇଥିବା ସାମଗ୍ରୀଗୁଡ଼ିକୁ ବିଚାରକୁ ନିଆଯିବ। ପୁରୁଣା ସାମଗ୍ରୀଗୁଡ଼ିକୁ ତାଲିକାରୁ ହଟାଇଦିଆଯିବ। ଯେଉଁ ଜିନିଷର ବଜାରରେ ଚାହିଦା ନାହିଁ ତାହାକୁ ମଧ୍ୟ ସାମିଲ କରାଯିବ ନାହିଁ। କିଛି ଦିନ ପୂର୍ବେ ପରିସଂଖ୍ୟାନ ମନ୍ତ୍ରଣାଳୟର ସଚିବ ସୌରଭ ଗର୍ଗ ସୂଚନା ଦେଇଥିଲେ ଯେ ତଥ୍ୟରେ ସୁଧାର ଆଣିବା ପ୍ରକ୍ରିୟା ଜାରି ରହିଛି। ପୁରୁଣା ତଥ୍ୟ ଯୋଗୁଁ ନୀତି ପ୍ରସ୍ତୁତ କରିବାରେ ସମସ୍ୟା ହେଉଛି। ନୂଆ ଆଧାର ବର୍ଷ ଗ୍ରହଣ କରିବା ପରେ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ସୁଧ ନିଷ୍ପତ୍ତି ନେବା ସହଜ ହେବ। କାରଣ ସେମାନଙ୍କ ପାଖରେ ମୁଦ୍ରାସ୍ଫୀତିର ଅଧିକ ସଠିକ୍ ତଥ୍ୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe