Rajya Sabha: ରାଜ୍ୟସଭାରେ ନଡ୍ଡା-ଖଡ଼ଗେ ମୁହାଁମୁହିଁ

Advertisment

ସଂସଦରେ ଶୀତ ଅଧିବେଶନର ଆଜି ନବମ ଦିନରେ ‘ବନ୍ଦେ ମାତରମ’ ଏବଂ ନିର୍ବାଚନୀ ସଂସ୍କାର ଉପରେ ଆଲୋଚନା ହୋଇଛି।  ଆଜି ରାଜ୍ୟସଭାରେ ବିଜେପି ସଭାପତି ‌ଜେପି ନଡ୍ଡା ଏବଂ.....

ସଂସଦରେ ଶୀତ ଅଧିବେଶନର ଆଜି ନବମ ଦିନରେ ‘ବନ୍ଦେ ମାତରମ’ ଏବଂ ନିର୍ବାଚନୀ ସଂସ୍କାର ଉପରେ ଆଲୋଚନା ହୋଇଛି।  ଆଜି ରାଜ୍ୟସଭାରେ ବିଜେପି ସଭାପତି ‌ଜେପି ନଡ୍ଡା ଏବଂ.....

Untitled-17

ନୂଆଦିଲ୍ଲୀ :  ସଂସଦରେ ଶୀତ ଅଧିବେଶନର ଆଜି ନବମ ଦିନରେ ‘ବନ୍ଦେ ମାତରମ’ ଏବଂ ନିର୍ବାଚନୀ ସଂସ୍କାର ଉପରେ ଆଲୋଚନା ହୋଇଛି।  ଆଜି ରାଜ୍ୟସଭାରେ ବିଜେପି ସଭାପତି ‌ଜେପି ନଡ୍ଡା ଏବଂ କ‌ଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ଉଭୟ ପ୍ରସଙ୍ଗରେ ତୀବ୍ର କଥା କଟାକଟି ହୋଇଛି। ବନ୍ଦେ ମାତରମ ଉପରେ ରାଜ୍ୟସଭାରେ ଆଲୋଚନା ସମୟରେ ନଡ୍ଡା କଂଗ୍ରେସକୁ କଡ଼ା ସମାଲୋଚଚନା କରିଛନ୍ତି।

Club owner arrested: ଗୋଆ ଅଗ୍ନିକାଣ୍ଡର ୫ ଦିନ ପରେ ଥାଇଲାଣ୍ଡରେ ଗିରଫ ହେଲେ କ୍ଲବ୍ ମାଲିକ

ସେ କହିଥିଲେ ଯେ ଦେଶର କେତେକ ନିର୍ଣ୍ଣାୟକ ମୁହୂର୍ତ୍ତରେ  କଂଗ୍ରେସ ଦଳ ସାଲିସ କରିଛି।  କଂଗ୍ରେସକୁ ଉଦ୍ଦେଶ୍ୟ କରି ସେ କହିଥିଲେ ପ୍ରଥମତଃ ଆପଣମାନେ ମୁସଲମି ଲିଗ୍‌ ଚାପ ଅଧୀନରେ ବନ୍ଦେ ମାତରମରୁ  ‘ଷ୍ଟାଞ୍ଜା’ ହଟାଇ ଦେଲେ।  ୧୯୪୭ ଜୁନ୍‌ରେ ଆପଣ ଭାରତକୁ ଏକ ଖଣ୍ଡିତ ସ୍ବାଧୀନତା ପ୍ରଦାନ କରିଥିଲେ ଏବଂ  ଜିନ୍ନାଙ୍କ ସ୍ବପ୍ନ ସାକାର କଲେ।  ଏହାପରେ ଆପଣ ପିଓକେକୁ ପାକିସ୍ତାନ ଗରିଲା ବାହିନୀ ନିକଟରେ ସମର୍ପଣ କରିନେଇ ଏକ ଖଣ୍ଡିତ କାଶ୍ମୀର ଆଣିଲେ ଏବଂ ଧାରା ୩୭୦ ଲାଗୁକଲେ।

Modi-Putin: ମୋଦୀ-ପୁଟିନଙ୍କ ସେଲ୍‌ଫିକୁ ନେଇ ଆମେରିକାରେ ଚର୍ଚ୍ଚା

  
ନଡ୍ଡା କହିଥିଲେ, ବନ୍ଦେ ମାତରମ ଦେଶର ଜାତୀୟତାବାଦ ସହ  ଅତି ଘନିଷ୍ଟ ଭାବେ ଜଡ଼ିତ।  ଜାତୀୟ ପତାକା ଏବଂ ଜାତୀୟ ସଂଗୀତକୁ ଆମେ ଯେଉଁ ସ୍ଥିତି ପ୍ରଦାନ କରିଛେ ଏହାକୁ ମଧ୍ୟ ଠିକ୍‌ ସେହି ସମାନ ସ୍ଥିତି ଏବଂ ଗୁରୁତ୍ବ  ମିଳିବା ଉଚିତ।   ବନ୍ଦେ ମାତରମ ଉପରେ ଆଲୋଚନା ସମୟରେ ଜେପି ନଡ୍ଡା ନେହରୁଙ୍କ ଉପରେ ଟିପ୍ପଣୀ ଦେଇଥିବାରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏଥିପାଇଁ ନଡ୍ଡାଙ୍କୁ କଟାକ୍ଷ କରି କହିଥିଲେ, ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆଲୋଚନା ହେଉଛି ନା’  ନେହରୁଙ୍କ ଉପରେ ଆଲୋଚନା କରାଯାଉଛି ତାହା ପ୍ରଥମେ ସ୍ପଷ୍ଟ କରାଯାଉ। ଗୃହରେ ଶାସକ ଦଳ କେବଳ ମିଛ କହିଚାଲିଛି। ମୁଁ କେବଳ ବନ୍ଦେ ମାତରମ ବିଷୟରେ ଆଲୋଚନା କରୁଛି, କିନ୍ତୁ ଯଦି ଏହା ସେମାନଙ୍କୁ ଭଲ ଲାଗୁନାହିଁ ତେବେ ମୁଁ କ’ଣ କରିପାରିବି?    
ଏହି ମନ୍ତବ୍ୟକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ହୋଇଥିଲା ଏବଂ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଅଧ୍ୟକ୍ଷ   ସିପି ରାଧାକୃଷ୍ଣନଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe