ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ଆଜି ୨୦୦୦ ଟଙ୍କିଆ ନୋଟ୍ର ପ୍ରତ୍ୟାହାର ଘୋଷଣା କରାଯାଇଛି। ଆରବିଆଇର ଏହି ଘୋଷଣା କିଛି ବର୍ଗର ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି, ଯଦିଓ ଏହି ନୋଟ୍ଗୁଡ଼ିକ ବୈଧ ହେବ ବୋଲି କୁହାଯାଇଛି।
ଏଠାରେ ଆପଣଙ୍କ ମନରେ ୨୦୦୦ ଟଙ୍କିଆ ନୋଟ୍ର ପ୍ରତ୍ୟାହାର ପରେ ଉଠୁଥିବା ପ୍ରଶ୍ନର ଉତ୍ତର ଏଠାରେ ଦିଆଯାଇଛି:
- ୨୦୦୦ ଟଙ୍କିଆ ନୋଟର ଆଇନଗତ ସ୍ଥିତି କ’ଣ ରହିଛି?
୨୦୦୦ ଟଙ୍କିଆ ନୋଟ୍ର ଆଇନଗତ ମାନ୍ୟତା ବଜାୟ ରହିଛି। ଏହାର ପ୍ରଚଳନକୁ କେବଳ ବନ୍ଦ କରାଯିବ।
- ସାଧାରଣ କାରବାର ପାଇଁ ୨୦୦୦ ଟଙ୍କିଆ ନୋଟ୍ ବ୍ୟବହାର କରାଯାଇପାରିବ କି?
ଲୋକମାନେ କାରବାର ପାଇଁ ୨୦୦୦ ଟଙ୍କିଆ ନୋଟ୍ ବ୍ୟବହାର ଜାରି ରଖିପାରିବେ ଏବଂ ଦେୟରେ ମଧ୍ୟ ପାଇପାରିବେ। ତେବେ ସେମାନଙ୍କୁ ସେପ୍ଟେମ୍ବର ୩୦, ୨୦୨୩ ସୁଦ୍ଧା ଏହି ନୋଟ୍ ସବୁକୁ ବ୍ୟାଙ୍କ୍ରେ ଜମା କରିବାକୁ କିମ୍ବା ବଦଳାଇବାକୁ ପଡ଼ିବ।
- ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍କୁ ନେଇ ଜନସାଧାରଣ କ’ଣ କରିବା ଉଚିତ?
ଲୋକମାନେ ସେମାନଙ୍କ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍ ଜମା/ ବଦଳ ପାଇଁ ବ୍ୟାଙ୍କ ଶାଖାକୁ ଯାଇପାରିବେ।
- ସେପ୍ଟେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ଜମା ଏବଂ ବଦଳ ପାଇଁ ସୁବିଧା ଉପଲବ୍ଧ ହେବ।
ସେପ୍ଟେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ (ଆରଓ)ରେ ମଧ୍ୟ ବିନିମୟ ସୁବିଧା ଉପଲବ୍ଧ ହେବ।
- ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବାର କୌଣସି ସୀମା ଅଛି କି?
ପ୍ରଚଳିତ ନୋ ୟୋର କଷ୍ଟମର (କେୱାଇସି) ନିୟମ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ବୈଧାନିକ/ ନିୟାମକ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କ ଆକାଉଣ୍ଟରେ ବିନା କଟକଣାରେ ୨୦୦୦ ଟଙ୍କିଆ ନୋଟ୍ ଜମା କରାଯାଇପାରିବ।
- ବଦଳ ହୋଇପାରୁଥିବା ୨୦୦୦ ଟଙ୍କିଆ ନୋଟର ରାଶି ଉପରେ କୌଣସି ସୀମା ଅଛି କି?
ଗୋଟିଏ ସମୟରେ ୨୦ ହଜାର ଟଙ୍କାର ସୀମା ପର୍ଯ୍ୟନ୍ତ ଲୋକମାନେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ।
- ବିଜନେସ୍ କରେସ୍ପଣ୍ଡେଣ୍ଟ୍ (ବିସି) ମାଧ୍ୟମରେ ୨୦୦୦ ଟଙ୍କିଆ ନୋଟ୍ ବିନିମୟ ହୋଇପାରିବ କି?
ଜଣେ ଆକାଉଣ୍ଟଧାରୀଙ୍କ ପାଇଁ ଦିନକୁ ୪୦୦୦୦ ଟଙ୍କାର ସୀମା ପର୍ଯ୍ୟନ୍ତ ବିସି ମାଧ୍ୟମରେ ୨୦୦୦ ଟଙ୍କିଆ ନୋଟ୍ ବିନିମୟ କରାଯାଇପାରିବ।
- ବ୍ୟାଙ୍କର ଶାଖାରୁ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସଂପୃକ୍ତ ବ୍ୟାଙ୍କର ଗ୍ରାହକ ହେବା ଜରୁରୀ କି?
ଜଣେ ଅଣ-ଖାତାଧାରୀ ଯେକୌଣସି ବ୍ୟାଙ୍କ ଶାଖାରେ ଗୋଟିଏ ଥରରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ।
- ଯଦି କାହାକୁ ବ୍ୟବସାୟ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ୨୦,୦୦୦ ଟଙ୍କାରୁ ଅଧିକ ନଗଦ ଦରକାର ହୁଏ ତେବେ କ’ଣ ହେବ?
ବିନା କଟକଣାରେ ଆକାଉଣ୍ଟରେ ଜମା କରାଯାଇପାରିବ। ଏହି ଜମା ବାବଦରେ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇପାରିବ ଏବଂ ଏହା ପରେ ନଗଦ ଟଙ୍କା ଆଦାୟ କରାଯାଇପାରିବ।
- ବିନିମୟ ସୁବିଧା ପାଇଁ କୌଣସି ଦେୟ ଦେବାକୁ ପଡିବ କି?
ଏହି ବିନିମୟ ସୁବିଧା ମାଗଣାରେ ପ୍ରଦାନ କରାଯିବ। ଏଥିପାଇଁ କୌଣସି ପ୍ରକାର ଦେୟ ଦେବାକୁ ପଡ଼ିବ ନାହିଁ।