ନୂଆଦିଲ୍ଲୀ: ୟୁକ୍ରେନ-ରୁଷ୍ ଯୁଦ୍ଧ ପ୍ରସଙ୍ଗରେ ଭାରତ ଗ୍ରହଣ କରିଥିବା ନୀତି ବା ଦୃଷ୍ଟିକୋଣକୁ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପ୍ରଶଂସା କରିଛନ୍ତି। ଏହି ପ୍ରସଙ୍ଗରେ ଭାରତ ତାହାର ନୀତିରେ ଦୃଢ଼ ରହିଛି। ଦେଶର ଜାତୀୟ ସ୍ବାର୍ଥ ସମାଧାନ ପାଇଁ ଚାଲିଥିବା ଉଦ୍ୟମ ଦିଗରେ ଏହା ଉତ୍ତମ ଉଦାହରଣ ବୋଲି ସେ କହିଛନ୍ତି। ଏଥିସହ ବର୍ତ୍ତମାନ ଆମର ବିଦେଶ ନୀତି ଏବଂ କୂଟନୀତି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ବିଜ୍ଞାନ ଭବନରେ ଆୟୋଜିତ ପିଏଚଡି ଚାମ୍ବର ଅଫ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିର ୧୧୮ତମ ବାର୍ଷିକ ଅଧିବେଶନରେ ଯୋଗଦେଇ ଜେନେରାଲ ପାଣ୍ଡେ ଏହା କହିଛନ୍ତି।
ଅନ୍ତର୍ଜାତୀୟ ସୌର ମେଣ୍ଟ, ବିଶ୍ବ ଜୈବ ଇନ୍ଧନ ମେଣ୍ଟ, ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ମେଣ୍ଟ, ବାଣିଜ୍ୟ ରାଜିନାମା, ବିଭିନ୍ନ ଦ୍ବିପାକ୍ଷିକ ଏବଂ ବହୁପାକ୍ଷିକ ଗୋଷ୍ଠୀ ଗଠନ କ୍ଷେତ୍ରରେ ସୁଫଳ ମିଳିଛି। ୨୦୨୦ ଏପ୍ରିଲ ଏବଂ ମେ ମାସରେ ଭାରତ ଉତ୍ତରରେ ଏହାର ଶତ୍ରୁ ବିରୋଧରେ ଯେଉଁଭଳି ପଦକ୍ଷେପ ନେଲା ସାରା ବିଶ୍ବ ସେ ସଂପର୍କରେ ଅବଗତ ହୋଇଛି। ଏହି ଅବସରରେ ସେନାମୁଖ୍ୟ ଭାରତର ଅଗ୍ନିପଥ ଏବଂ ଆତ୍ମନିର୍ଭର ଭାରତ ଆଦି ପ୍ରସଙ୍ଗ ଉଲ୍ଲେଖ କରିଥିଲେ।