ହାଟଡିହି: ହାଟଡିହି ବ୍ଲକ୍‌ କେ. ବାଲିପାଳ ପଞ୍ଚାୟତ ରାଇଘାଟି ସରକାରୀ ଉପ୍ରା ବିଦ୍ୟାଳୟର ଜଣେ ଶିକ୍ଷକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ରାଇଘାଟି ସ୍କୁଲର ଶିକ୍ଷକ ଦୁଃଶାସନ ସଲଙ୍ଗୀ ଗତକାଲି କୌଣସି କାମରେ ବାଇକ ଯୋଗେ କାଠକଟା ତରତରା ରାସ୍ତାରେ ଆସୁଥିବାବେଳେ ବାଟରେ ବାଇକଟି ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଓ ବାଇକ ପଛରେ ବସିଥିବା ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ।   ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ‌ ଦୁଃଶାସନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରି ମୃତଦେହକୁ ଧରି ଘରକୁ ପଳାଇ ଆସିଥିଲେ। ଗ୍ରାମବାସୀ ଓ ଅନ୍ୟ ଶିକ୍ଷକଙ୍କ ପରାମର୍ଶ ପରେ ଆଜି  ମୃତଦେହକୁ ଆନନ୍ଦପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକଶିକ୍ଷୟିତ୍ରୀ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।