ରାୟଗଡା: ଆଜି ରାୟଗଡା ସ୍ଥିତ ଜିଲ୍ଲା ପରିଷଦ ସଭା ଗୃହରେ କେସିସି ବ୍ୟାଙ୍କର ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ନିର୍ଦେଶକ ଜଗନ୍ନାଥ ନୁଡ୍ରୁକା, ତ୍ରିପତୀ ବାନାଗାଡି, ବୃନ୍ଦାବନ ଶବର, ସଂପାଦକ କୃଷ୍ଣ ଚନ୍ଦ୍ର ଜାନୀ, ବରିଷ୍ଠ ମ୍ୟାନେଜର ହରିହର ତ୍ରିପାଠୀ ସମେତ ସମସ୍ତ ଲ୍ୟାମ୍ପର ଏମଡି, ଇନଚାର୍ଚ ଏମଡି, କେସିସି ବ୍ୟାଙ୍କର ବିଏମ, ଏଆରସିଏସ ଓଡିଆରସିସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକରେ ମୁଖ୍ୟତଃ ଋଣ ପ୍ରଦାନ ଏବଂ ଆଦାୟ ନେଇ ଆଲୋଚନା କରାଯାଇଥିଲା। ସମସ୍ତ ତଥ୍ୟକୁ କମ୍ପ୍ୟୁଟରକରଣ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।ଜିରୋ ପ୍ରତିଶତ ସୁଧ ଋଣ ପ୍ରଦାନ ନେଇ ବୈଠକରେ ଉପସ୍ଥିତ ଥିବା ଏମଡି ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଯାଇଥିଲା। ଏସଏଚଜିଙ୍କୁ ବିନା ସୁଧରେ ଋଣ ପ୍ରଦାନ ଏବଂ କୃଷି ଋଣ ମଧ୍ୟ ବିନା ସୁଧରେ ଦେବା ନେଇ ଆଲୋଚନା ହୋଇଥିଲା।
ସେହିପରି ବକେୟା ଥିବା ଋଣକୁ କିପରି ଆଦାୟ କରାଯିବ ଏବଂ ଏଥିପାଇଁ କି ପ୍ରକାର ପନ୍ଥା ଅବଲମ୍ବନ କରାଯିବ ସେନେଇ ବିସ୍ତୃତ ଭାବେ ବୁଝାଯାଇଥିଲା। ଆଗାମୀ ଆର୍ଥିକ ବର୍ଷର ଆକ୍ସନ ପ୍ଲାନ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ସେହିପରି ବଜେଟକୁ ନେଇ ଅଧିକାରୀ ମାନେ ବୁଝାଇଥିଲେ।ଚାଷ ପାଇଁ ସାର, ବିହନ ଇତ୍ୟାଦି କିପରି ଦିଆଯିବ ତାହାକୁ ନେଇ ଚର୍ଚ୍ଚା କରାଯାଇଥିଲା। ସମସ୍ତ ଏମଡି, ଇନଚାର୍ଜ ଏମଡି ମାନେ ସମସ୍ତ ବିଷୟ ପୁଙ୍ଖାନୁପୁଙ୍ଖ ଭାବେ ବୁଜିପାରିଥିବାରୁ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ରବି ଋଣ ପ୍ରଦାନରେ ଭଲ କାମ କରିଥିବାରୁ ଟିକିରି ବ୍ଲାଞ୍ଚ ମ୍ୟାନେଜର ସୋନାଲି ନାୟକ, ରାମନାଗୁଡା ଲ୍ୟାମ୍ପର ଏମଡି ଭିଷିକେଶ ରାଓ, ମୁନିଗୁଡା ଲ୍ୟାମ୍ପର ଇନଚାର୍ଜ ଏମଡି ସୁଧାଂଶୁ ରଥଙ୍କୁ ପୁରସ୍କୃତ କରାଯାଇଥିଲା। ରାୟଗଡା ଜିଲ୍ଲାରେ ହେବାକୁ ଥିବା ନୂତନ ୭୯ଟି ଲ୍ୟାମ୍ପ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଦୁଇଟି ପଞ୍ଚାୟତକୁ ନେଇ ଗୋଟିଏ ଲ୍ୟାମ୍ପ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।