ନୂଆଦିଲ୍ଲୀ: ଗୁରୁଗ୍ରାମରେ ଏକ ସମଲିଙ୍ଗୀ ଯୋଡ଼ି ଅଞ୍ଜୁ ଏବଂ କବିତା ନିକଟରେ ବିବାହ ଶେଷ ହୋଇଛି। ଏହି ବିବାହ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛିଲୋକ ଅଞ୍ଜୁ ଓ କବିତାଙ୍କ ସମ୍ପର୍କକୁ ସମର୍ଥନ କରୁଥିବା ବେଳେ ଆଉକିଛି ଜଣ ଦୁହିଁଙ୍କୁ ଟ୍ରୋଲ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବିବାହକୁ ନେଇ ହରିୟାଣାର ଫତେହାବାଦରେ ବସବାସ କରୁଥିବା କବିତା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ମୋତେ ମୋର ନିଷ୍ପତ୍ତିକୁ ନେଇ ଗର୍ବ ଅନୁଭବ ହେଉଛି। ଏହି ବିବାହରେ ମୁଁ ଖୁବ ଖୁସି। ଅଞ୍ଜୁ କଥା କ’ଣ କହିବି । ତାଙ୍କର ଯେତେ ପ୍ରଶଂସା କଲେ ବି କମ ପଡ଼ିଯିବ। ସେ ମୋର ଖୁବ ଯତ୍ନ ନିଅନ୍ତି। ମୋର ଛୋଟଛୋଟ କଥାକୁ ସେ ଧ୍ୟାନ ଦେଇଥାଆନ୍ତି।
ଆମର ବିବାହକୁ ଦୁଇ ମାସ ବିତିଗଲାଣି, କିନ୍ତୁ ଭବିଷ୍ୟତରେ ଆମେ ଏକ ଅନାଥ ପିଲାକୁ ଗ୍ରହଣ କରିବାକୁ ନିଷ୍ପତି ନେଇଛୁ। ଆମେ ଭାଗ୍ୟବାନ ଯେ ଆମ ପରିବାର ଆମକୁ ବୁଝିଛନ୍ତି। ମୋର ଜୀବନସାଥୀ ଅଞ୍ଜୁ ହେଉଛନ୍ତି ଟେଲିଭିଜନ ଧାରାବାହିକ ଜଣେ କଳାକାର ଏବଂ ମୁଁ ଜଣେ ମେକଅପ୍ ଆର୍ଟିଷ୍ଟ । ଏବେ ମୁଁ ଏହି କାମରୁ ବିରତି ନେଇଛି।
#WATCH | Mumbai: A same-sex couple Anju and Kavita recently got married in a traditional ceremony in Gurugram.
Anju says, “… I once invited her as my make-up artist for my shoot in Gurugram… She stayed with me for nearly 22 days. She was so well-behaved that even my mother… pic.twitter.com/8FdkjP8lVO
— ANI (@ANI) June 26, 2024
କାରଣ ବିବାହ ପରେ ମୋତେ ଅଞ୍ଜୁ କାମ କରିବାକୁ ମନା କରି ଦେଇଛନ୍ତି। ଅଞ୍ଜୁ ମୋତେ କଥା ଦେଇଛନ୍ତି ସେ ରୋଜଗାର କରିବେ ଏବଂ ମୋର ଯାହା ଆବଶ୍ୟକ ତାହା ପୁରଣ କରିବେ।