ପାଟ୍ନା: ଅନେକ ହସ୍ପିଟାଲ୍ର ଖରାପ ଅବସ୍ଥା ଆପଣ ଦେଖିଥିବେ। କେଉଁଠି ଆବଶ୍ୟକ ସଂଖ୍ୟକ ଡାକ୍ତର ନଥାନ୍ତି ତ କେଉଁଠି ରୋଗୀଙ୍କୁ ଉଚିତ ଚିକିତ୍ସା ମିଳି ନଥାଏ। କେଉଁଠି ଡାକ୍ତରଖାନାରେ ଖଟିଆ ନଥାଏ ତ କେଉଁଠି ଅପରିଷ୍କାର ଅପରିଚ୍ଛନ ପରିବେଶ ଚର୍ଚ୍ଚାର କାରଣ ହୋଇଥାଏ।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଜଣେ ନର୍ସ ୨ ଜଣ ଯୁବକଙ୍କୁ ଏକ ବାଡ଼ିରେ ବାଡ଼ାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଜାଣିବାକୁ ମିଳିଛି ଯେ ଛାପ୍ରା ସଦର ହସ୍ପିଟାଲ୍ର ଖରାପ ଅବସ୍ଥାକୁ ୨ ଜଣ ଯୁବକ ସେମାନଙ୍କ ମୋବାଇଲ୍ରେ ରେକର୍ଡ କରୁଥିବାରୁ ସେମାନଙ୍କୁ ଏକ କୋଠରୀରେ ବନ୍ଦ କରି ଦୁଇଜଣ ନର୍ସ ଜଣକ ଧୁମ୍ ପିଟିଛନ୍ତି।
Two nurses of Sadar Hospital, Chapra, Bihar made two youth hostage fr 4 hours and assaulted them with Lathis for capturing hospital’s improper facilities on video. No FIR gt lodged against these Nurses. Civil Surgeon of the district denied that any such incident happened there. pic.twitter.com/39T96Dnx99
— NCMIndia Council For Men Affairs (@NCMIndiaa) October 17, 2022
ନର୍ସ ଜଣକ ସେ ଦୁହିଁଙ୍କୁ ପିଟୁଥିବା ବେଳେ ସେମାନେ ଛାଟିପିଟି ହୋଇ ଛାଡ଼ି ଦେବାକୁ ନେହୁରା ହେଉଛନ୍ତି। ମାତ୍ର ନର୍ସ ଜଣକ ତାଙ୍କୁ ତା’ ଉପରେ ଉପରେ ଏକ ବାଡ଼ିରେ ପିଟି ଚାଲୁଥିବାର ଦେଖିବାକୁ ମିଳିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨ ଯୁବକ ହସ୍ପିଟାଲ୍ର ଦୂରାବସ୍ଥା ରେକର୍ଡିଂ କରିବା ବେଳେ ନର୍ସ ଜଣକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେମାନେ ନ ଅଟକିଥିବାରୁ ନର୍ସ ଜଣକ ସେମାନଙ୍କୁ ବାଡ଼େଇ ବାଡ଼େଇ ଭିଡିଓକୁ ଡିଲିଟ୍ କରିବାକୁ କହୁଥିବାର ଶୁଣିବାକୁ ମିଳିଛନ୍ତି।
ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ବିହାର ସ୍ବାସ୍ଥ୍ୟ ବିଭାଗକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।