୧୦ ମାସ‌ରେ ବିମାନରେ ଉଡ଼ିଲେ ୧୨.୫୫ କୋଟି ଯାତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷର ୧୦ ମାସରେ ଦେଶରେ ୧୨ କୋଟି ୫୫ ଲକ୍ଷରୁ ଅଧିକ ଲୋକ ବିମାନରେ ଯାତ୍ରା କରିଛନ୍ତି। ବର୍ଷକ ପୂର୍ବରୁ ସେହି ସମାନ ସମୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ୯.୮୮ କୋଟି ଥିଲା। ୨୦୨୨ର ଜାନୁଆରିରୁ ଅକ୍ଟୋବର ପର୍ଯ୍ୟନ୍ତ ତୁନଳାରେ ୨୦୨୩ରେ ସେହି ସମୟରେ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ୨୬.୯୮ ପ୍ରତିଶତ ବୃଦ୍ଧି ଘଟିଛି। ମାସିକ ହିସାବରେ ଯାତ୍ରୀ ସଂଖ୍ୟାରେ ୧୦.୭୮ ପ୍ରତିଶତ ବୃଦ୍ଧି ଘଟିଥିବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଚଳିତ ବର୍ଷ ଅକ୍ଟୋବରରେ ବିମାନରେ ୧.୨୬ କୋଟି ଯାତ୍ରୀ ଯାତ୍ରା କରିଛନ୍ତି। ସେପ୍ଟେମ୍ବରରେ ବିମାନ ଯାତ୍ରୀ ସଂଖ୍ୟା ୧୧.୧୪ କୋଟି ଥିଲା।

ସମ୍ବନ୍ଧିତ ଖବର