ଟି-୨୦ ବିଶ୍ବକପ୍‌ରୁ ୧୮୦୦୦ କୋଟି ବିଜ୍ଞାପନ ଆୟ

ନୂଆଦିଲ୍ଲୀ: ଗତକାଲି ଶେଷ ହୋଇଥିବା ଟି-୨୦ କ୍ରିକେଟ୍ ବିଶ୍ବକପ୍‌ରେ ଭାରତ ବିଜୟୀ ହୋଇଥିବା ବେ‌ଳେ ଏହା ବିଜ୍ଞାପନ ଦୃଷ୍ଟିରୁ ମଧ୍ୟ ଏକ ସଫଳ ବିଶ୍ବକପ୍ ସାବ୍ୟସ୍ତ ହୋଇଛି। ଏହାର ଅଫିସିଆଲ୍ ପ୍ରସାରଣ ଅଧିକାର ହାସଲ କରିଥିବା ଡିଜ୍‌ନି ଷ୍ଟାର୍‌ ବିଜ୍ଞାପନ ବାବଦରେ ୧୮,୦୦୦ କୋଟି ଟଙ୍କା ଆୟ କରିଥିବା ଆକଳନ କରାଯାଇଛି। ବିଶ୍ବକପ୍‌ରେ ପୂର୍ବରୁ ଖେଳା ଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ରେ ୧୦ ସେକେଣ୍ଡର ବିଜ୍ଞାପନ ଦାମ୍ ୨୦ ଲକ୍ଷ ଟଙ୍କା ଥିଲା। ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଟି-୨୦ ବିଶ୍ବକପ୍‌ରେ ଭାରତ ବିଜୟୀ ହୋଇଥିବାରୁ ପୁଣି ଥରେ କ୍ରିକେଟ୍ ମ୍ୟାଚ୍‌ଗୁଡ଼ିକରେ ଅଧିକ ବିଜ୍ଞାପନ ଦେବାକୁ କମ୍ପାନିଗୁଡ଼ିକ ଆଗ୍ରହ ପ୍ରକାଶ କରିବେ। କ୍ରିକେଟ୍ ପୁଣି ଅଧିକରୁ ଅଧିକ ବିଜ୍ଞାପନ ଆକୃଷ୍ଟ କରିବ।

ସମ୍ବନ୍ଧିତ ଖବର