ଆଜିଠୁ ନୂଆ ମୋବାଇଲ୍‌ ନମ୍ବର ପୋର୍ଟିଂ ନିୟମ: ୭ ଦିନର ଅପେକ୍ଷା କରିବାକୁ ପଡ଼ିବ

ନୂଆଦିଲ୍ଲୀ: ସିମ୍‌ କାର୍ଡ ଜରିଆରେ ହେଉଥିବା ଠକେଇ ଉପରେ ଲଗାମ କଷିବା ଲାଗି ନିୟମକୁ କଡ଼ାକଡ଼ି କରାଯାଇଛି ଯାହା ଆସନ୍ତାକାଲିଠାରୁ ‌ସାରା ଦେଶରେ ଲାଗୁ ହେବ। ମୋବାଇଲ୍ ନମ୍ବରକୁ ପୋର୍ଟ କରିବାକୁ କଡ଼ାକଡ଼ି କରାଯାଇଛି। କୌଣସି ଗ୍ରାହକ ନିଜ ନମ୍ବରକୁ ରଖି ଯଦି ଅପରେଟର ବଦଳାଇବାକୁ ଚାହାନ୍ତି ତେବେ ତାଙ୍କୁ ବାଧ୍ୟତାମୂଳକ ଭାବେ ୭ ଦିନ ଅପେକ୍ଷା କରିବାକୁ ପଡ଼ିବ। ନିୟମରେ ସଂଶୋଧନ କରି ସ୍ବତନ୍ତ୍ର ପୋର୍ଟିଂ କୋଡ୍ ପାଇଁ ଅନୁରୋଧ କରିବାର ସମୟ ସୀମାକୁ ୭ ଦିନ କରାଯାଇଛି। ଏହାର ଅର୍ଥ ହେଉଛି ସିମ୍ ବଦଳାଇବାର ୭ ଦିନ ଭିତରେ ଏହି କୋଡ୍‌ ପାଇଁ ଅନୁରୋଧ କରାଯାଇପାରିବ ନାହିଁ। ଯଦି କେହି ସେଭଳି ଅନୁରୋଧ ପଠାଇବେ ତେବେ ତାହାକୁ ଖାରଜ କରାଯାଇପାରିବ।

ପୂର୍ବରୁ ପ୍ରତୀକ୍ଷା ସମୟ ୧୦ ଦିନ ଥିଲା। ମାତ୍ର ଟେଲିଯୋଗାଯୋଗ ମୋବାଇଲ୍ ନମ୍ବର ପୋର୍ଟେବିଲିଟି (ନବମ ସଂ‌ଶୋଧନ) ନିୟମ, ୨୦୨୪ରେ ସଂଶୋଧନ କରି ସେହି ସମୟକୁ ୭ ଦିନକୁ ହ୍ରାସ କରାଯାଇଛି। ଅଂଶୀଦାରମାନଙ୍କ ସହ ବ୍ୟାପକ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କିଛି ଅଂଶୀଦାର ୧୦ ଦିନର ପ୍ରତୀକ୍ଷା ଅବଧିକୁ ସମର୍ଥନ କରୁଥିଲେ ଏବଂ ଅନ୍ୟ କିଛି ପକ୍ଷ ତାହାକୁ ୪ ଦିନକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତାହାକୁ ୭ ଦିନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର