ଜିଡିପିକୁ ଷ୍ଟାର୍ଟଅପ୍ ଅବଦାନ ୫% ଛୁଇଁବ: ଶୁଭ୍ରକାନ୍ତ

ଭୁବନେଶ୍ବର: ଆସନ୍ତା ପାଞ୍ଚ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଷ୍ଟାର୍ଟଅପ୍ ଜଗତର ଅବଦାନ ୫ ପ୍ରତିଶତରେ ପହଞ୍ଚିବ ‌ବୋଲି ଇମ୍ଫାର ଏମ୍‌ଡି ତଥା ଫିକିର ଜାତୀୟ ସଭାପତି ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି। ଏନ୍‌ଆଇଟି, ରାଉରକେଲାର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଶ୍ବ ଅର୍ଥନୀତିରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି। ଅଧିକାଂଶ ଦେଶ ବିକାଶ ଲାଗି ରପ୍ତାନି ବଜାର ଉପରେ ନିର୍ଭରଶୀଳ ଥିବା ବେଳେ ଜିଏସ୍‌ଟି ଦେଶ ଭିତରେ ଭାରତ ଏକ ଏକକ ସ୍ଥାନୀୟ ବଜାର ଉପଲବ୍ଧ କରାଉଛି। ଦେଶର ଅର୍ଥନିୀତିକୁ ସୁଦୃଢ଼ କରିବା ଲାଗି ନିରନ୍ତର ଅର୍ଥନୈତିକ ସଂସ୍କାର ଓ ଷ୍ଟାର୍ଟଅପ୍ ବ୍ୟବସ୍ଥା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।

ଏନ୍‌ଆଇଟି ରାଉରକେଲା ସହ ଇମ୍ଫାର ରହିଥିବା ସ୍ବତନ୍ତ୍ର ସମ୍ପର୍କ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ୨୦୦୨-୦୭ ପର୍ଯ୍ୟନ୍ତ ଏନ୍‌ଆଇଟି ରାଉରକେଲାର ପରିଚାଳନା ପରିଷଦର ଅଧ୍ୟକ୍ଷ ଭାବେ ଇମ୍ଫାର ପ୍ରତିଷ୍ଠାତା ଡକ୍ଟର ବଂଶୀଧର ପଣ୍ଡା କାର୍ଯ୍ୟ କରିଥିଲେ ବୋଲି ସେ କହିଛନ୍ତି। ଏହାକୁ ଜି୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଆୟୋଜନ କରାଯାଇଥିଲା। ଫିଜିର ଡିଜି ଅରୁଣ ଚାୱଲା୍ ଓ ଏନ୍‌ଆଇଟି ରାଉରକେଲାର ନିର୍ଦେଶକ ପ୍ରଫେସର ଉମାମହେଶ୍ବର ରାଓ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର