‘ବ୍ରେକ୍‌ଅପ୍‌’ ଯୋଗୁ ସାନଭାଇ ଆଗରେ ୧୫ ବର୍ଷୀୟ ଲିଲିକୁ ଗୁଳି ମାରି ହତ୍ୟା କଲା ୧୬ ବର୍ଷୀୟ ବାଳକ

କଲରାଡୋ: ଜଣେ ୧୬ ବର୍ଷିୟ ଆମେରିକୀୟ ବାଳକ ତା’ର ପୂର୍ବତନ ପ୍ରେମିକାକୁ ତା’ର ସାନଭାଇ ଆଗରେ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି।

ୱେଲ୍‌ଡ୍‌ କାଉଣ୍ଟି ଡିଷ୍ଟ୍ରିକ୍ଟ୍‌ କୋର୍ଟ ଡିଭିଜନ୍‌ ୧୭ଙ୍କ କହିବା ଅନୁସାରେ, ୧୫ ବର୍ଷୀୟ ବାଳିକା ଲିଲି ସିଲ୍‌ବା-ଲୋଜେପ୍‌କୁ ହତ୍ୟା କରିଥିବାରୁ ଅଭିଯୁକ୍ତ ୧୬ ବର୍ଷିୟ ଜୋଭାନ୍ନି ସିରିଓ-କାର୍ଡୋନା ବିରୋଧରେ ପ୍ରାପ୍ତ ବୟସ୍କଙ୍କ ପ୍ରତି ଲାଗୁହେଉଥିବା ଅଭିଯୋଗ ଲାଗୁହୋଇଛି।

ପ୍ରାପ୍ତ ରିପୋର୍ଟ ଅନୁସାରେ, ଜୁନ୍‌ ୧୬ ତାରିଖ ଅପରାହ୍ଣ ୩.୪୫ରେ ଉପରୋକ୍ତ ହତ୍ୟାକାଣ୍ଡ ଘଟିଥିଲା। ଡେନ୍‌ବର୍‌ ଉପନଗରୀ ଗ୍ରିଲେ ଅନ୍ତର୍ଗତ ଲିଙ୍କ୍‌ ଟ୍ରେଲ୍‌ ପାର୍କର ବାଇକ୍ ଟ୍ରେଲ୍‌ରେ ଲାଗିଥିବା କ୍ୟାମେରାରେ ଅଭିଯୁକ୍ତ ଜୋଭାନ୍ନି ସିରିଓ-କାର୍ଡୋନା ରେକର୍ଡ ହୋଇଛି। ଘଟଣାଟି ଲିଲିର ଜନ୍ମଦିନର ୫ ଦିନ ପୂର୍ବରୁ ଘଟିଥିଲା। ସେଦିନ ଅଭିଯୁକ୍ତ ଜୋଭାନ୍ନି ଲିଲିର ଶୋଇବାଘର ଝରକା ବାଟେ ଭିତରକୁ ପଶିଥିଲା।

US teen kill parents, siblings in Texas suspecting 'They were cannibals':  Report | Mint

ଗୁଳି ଫୁଟିବା ଆଗରୁ ଆର ରୁମ୍‌ରେ ଟେଲିଭିଜନ୍‌ ଦେଖୁଥିବା ଲିଲିର ୧୩ ବର୍ଷିୟ ସାନଭାଇ ଜୀବନ ବିକଳରେ ଦୌଡ଼ି ପଳାଇଯାଇଥିଲା ବୋଲି ପୁଲିସ କହିଛି। ଘରର ହଲ୍‌ୱେରେ ଅଭିଯୁକ୍ତ ୧୫ ବର୍ଷୀୟ ଲିଲି ଉପରକୁ ବହୁବାର ଗୁଳି ଚଳାଇଥିଲା।

ପୁଲିସକୁ ଲିଲିର ସାନଭାଇ କହିଛି ଯେ, ଭଉଣୀ ତଳେ ପଡ଼ିଥିଲା ଓ ଅଭିଯୁକ୍ତ ଗୋଟାଏ କଳା ପିସ୍ତଲ୍‌ ଓ ଚାମଚ ଧରିଥିଲା। ନ ମାରିବା ପାଇଁ କାକୁତି ମିନତି କରିବାରୁ ଅଭିଯୁକ୍ତ ଲିଲିର ସାନାଭଇକୁ ଗୁଳି ମାରି ନ ଥିଲା, କେବଳ ତା’ ଆଇଫୋନ୍‌ଟିକୁ ଛଡ଼ାଇ ନେଇଯାଇଥିଲା।

ପରେ ପୁଲିସ ଲିଲିର ଗୁଳିବିଦ୍ଧ ଶବ ସେ ଘରୁ ଉଦ୍ଧାର କରିଥି‌ଲା।

ଅଦାଲତରୁ ପ୍ରାପ୍ତ ସୂଚନା ଅନୁସାରେ, ୧୫ ବର୍ଷୀୟ  ଲିଲି ଓ ୧୬ ବର୍ଷିୟ ଜୋଭାନ୍ନିଙ୍କ ମଧ୍ୟରେ ଗତ ପ୍ରାୟ ୬ ମାସ ହେବ ସମ୍ପର୍କ ଥିଲା। କିନ୍ତୁ, ଲିଲି ସମ୍ପର୍କ ତୁଟାଇବାକୁ କହିବାରୁ ପରିସ୍ଥିତି ବିଗିଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର