ମୁହାଁମୁହିଁ ଧକ୍କା ଦେଲା କାର୍‌: ୨ ବାଇକ୍‌ ଆରୋହୀ ମୃତ

ବାହାନଗା/ଗୋପାଳପୁର: କାର୍‌ ଧକ୍କାରେ ୨ ଜଣ ବାଇକ୍‌ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ବାହାନଗା ବ୍ଲକ୍‌ ଦୋଳପୁର ଗ୍ରାମର ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ପରେଶ ଆଚାର୍ଯ୍ୟ (୪୭) ଓ ପଣ୍ଡାହରିପୁର ଗ୍ରାମର ବୁଦ୍ଧିରାମ ସାହୁଙ୍କ ପୁଅ ନରହରି ସାହୁ (୫୪)। ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ପରେଶ ଓ ନରହରି ଓଡି୧୧ଆର୍‌-୦୩୩୯ ନମ୍ବର ବାଇକ୍‌ ଯୋଗେ ଗୋପାଳପୁରରୁ ବାଲେଶ୍ୱର ଆଡ଼କୁ ଯାଉଥିଲେ।

ନିମଗୋହିରୀ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଓଡି୦୨ଏଆର୍‌-୪୩୯୮ ନମ୍ବର କାର୍‌ ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା। ସ୍ଥାନୀୟ ଲୋକମାନେ ପରେଶ ଓ ନରହରିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଗୋପାଳପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବ‌ଚ୍ଛେଦ ପାଇଁ ପଠାଇଛି। ଏ ନେଇ ଥାନାରେ ୧୨୦/୨୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର