୨୦ ଲକ୍ଷ ଟଙ୍କାର ଧଳାଜହର ଜବତ

ବାହାନଗା: ବାହାନଗା ବ୍ଲକ୍‌ ଖନ୍ତାପଡ଼ା ଥାନା ପଣପଣା ଅଞ୍ଚଳର ଜଣେ ଯୁବକଙ୍କଠାରୁ ୨ ଶହ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି। ଜିଲ୍ଲା ଅବକାରୀ ବିଭାଗ ପୂର୍ବ ସୂଚନା ପାଇ ଗତକାଲି ସଂଧ୍ୟାରେ ଚଢ଼ାଉ କରିବା ସହ ବ୍ରାଉନ୍‌ସୁଗାର ରଖିଥିବା ଅନୁଜ କୁମାର ମହାନ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୨୦ ଲକ୍ଷ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ଗାଲୁରାମ ସୋରେନଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡ଼ା ଓ ତାଙ୍କର ଟିମ୍‌ ଜାତୀୟ ରାଜପଥରେ ବାଇକ୍‌ରେ ଯାଉଥିବା ଅନୁଜଙ୍କ ପିଛା କରିଥିଲେ। ତେବେ କୁରୁଡ଼ା ଓଭର୍‌ବ୍ରିଜ୍‌ ନିକଟରେ ଅନୁଜକୁ ଗିରଫ କରାଯାଇଥିଲା। ଚଢ଼ାଉ ଟିମ୍‌ରେ କର୍ମଚାରୀ ହୃଷୀକେଶ ବାରିକ, ସେକ୍‌ କଲିମ, ନିହା ମୁର୍ମୁ ପ୍ରମୁଖ ସାମିଲେ ଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର