ଦେବଗିରି ପାହାଡ଼ରେ ନିଆଁ ଅଣାୟତ୍ତ: ନିଘୋଡ଼ ନିଦରେ ଅଧିକାରୀ

ସୋର: ଗତ ୮ଦିନ ଧରି ଔପଦା ଓ କୂଲଡିହା ରେଞ୍ଜ ସୋର ବନାଞ୍ଚଳର ଦେବଗିରି ପାହାଡ଼ରେ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବାରେ ବନବିଭାଗ ବିଫଳ ହୋଇଛି। ପାହାଡ଼ରେ ଲାଗିଥିନା ନିଆଁକୁ ଆୟତ୍ତ କରିପାରୁନି ବନ ବିଭାଗ। ପାହାଡ଼ରେ ନିଆଁ ଲାଗିଯିବା ଫଳରେ ବହୁ ଔଷଧୀୟ ଓ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିଥିବା ସ୍ଥାନରେ ବନ ବିଭାଗର କୌଣସି ଅଧିକାରୀ ବା କର୍ମଚାରୀଙ୍କର ଦେଖା ନଥିବାବେଳେ ଗାଁ ଲୋକେ ନିଆଁ ଲିଭାଉଥିବା ଦେଖିବାକୁ ମିଳିଛି।

ଆଠ ଦିନ ଧରି ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବାରେ ବନବିଭାଗ ସକ୍ଷମ ହୋଇପାରୁନାହିଁ। ନିଆଁ ଲିଭାଇବା ପାଇଁ ଅଧିକାରୀମାନେ ଅନୁପସ୍ଥିତ ଥିବା ବେଳେ ଗାଁର ଚାରି ଜଣ ଯୁବକ ଓ ଜଣେ ମହିଳା ସ୍ବେଚ୍ଛାକୃତ ଭାବେ ଗଛର ଡାଳ ଓ ବାଡ଼ି ସାହାଯ୍ୟରେ ନିଆଁ ଲିଭାଉଛନ୍ତି। ତେବେ ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବା ବେଳେ ଏହାର କାରଣ ଖୋଜି ପାଉନାହିଁ ବନ ବିଭାଗ। ବନ ବିଭାଗ ତରଫରୁ ଅଧିକାରୀମାନେ ସଠିକ ରୂପେ କାର୍ଯ୍ୟ କରୁନଥିବାରୁ ଶିକାର ପାଇଁ ଶିକାର କରିବା ପାଇଁ ଏପରି ଅମାନୁଷିକ ଭାବେ ନିଆଁ ଲଗାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର