ଜମିବାଡି ବିବାଦକୁ କେନ୍ଦ୍ରକରି ସାନଭାଇ ଓ ସାନଭାଇର ପତ୍ନୀକୁ ହତ୍ଯା କଲା ବଡଭାଇ

ସୁନ୍ଦରଗଡ: ହେମଗିର ଥାନା ଅନ୍ତର୍ଗତ କିରିପଶିରା ଗ୍ରାମରେ ବଡଭାଇ ଟାଙ୍ଗିଆ ଚୋଟରେ ସାନଭାଇ ଓ ସାନଭାଇର ପତ୍ନୀ ମୃତ। ମିଳିଥିବା ସୂଚନା ଅନୁସାରେ ଆଜି ଦିନ ଗୋଟାଏ ସମୟରେ ବଡଭାଇ ତ୍ରିନାଥ ମାଝୀଙ୍କ ସହ ସାନଭାଇ ଅଲେଖ ମାଝି ଓ ଅଲେଖଙ୍କ ପତ୍ନୀ କୁନ୍ତଳା ମାଝିଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ହୋଇଥିଲା। ଫଳରେ ବଡ ଭାଇ ତ୍ରିନାଥ ଟାଙ୍ଗିଆରେ ଦୁହିଁ ଜଣଙ୍କୁ ହତ୍ୟା କରିଥିଲା । ଏନେଇ ହେମଗିର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଅଭିଯୁକ୍ତ ତ୍ରିନାଥଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର