ଭବାନୀପାଟଣା/ସମ୍ବଲପୁର: କନଷ୍ଟେବଲ୍‌ ଚାକିରି ପାଇଁ ଶନିବାର ଶାରୀରିକ ପରୀକ୍ଷା ଚାଲିଥିବା ବେଳେ କଳାହାଣ୍ଡି ସଦର ମହକୁମା ଭବାନୀପାଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ସେହିଭଳି ସମ୍ବଲପୁରରେ ୨ ଜଣ ଆଶାୟୀ ପ୍ରାର୍ଥୀ ଦୌଡୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଭବାନୀପାଟଣାରେ ମୃତ୍ୟୁ ହୋଇଥିବା ଆଶାୟୀ ପ୍ରାର୍ଥୀ ହେଉଛନ୍ତି ସୁଶାନ୍ତ କୁମାର ନାୟକ(୨୪)। ବିଶ୍ୱନାଥପୁର ଅଞ୍ଚଳର ଗୋଡଭଟା ଗ୍ରାମରେ ସୁଶାନ୍ତଙ୍କ ଘର।

ସମ୍ବଲପୁରରେ କନଷ୍ଟେବଲ ପଦବି ପାଇଁ ଗତ ୬ ଦିନ ହେବ ଶାରୀରିକ ପରୀକ୍ଷା ଚାଲିଛି। ଆଶାୟୀ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚି ଦୌଡ଼ ପରୀକ୍ଷାରେ ଭାଗ ନେଇଛନ୍ତି। ଶେଷ ଦିନରେ ଶନିବାର ଦୌଡ଼ ଚାଲିଥିବା ବେଳେ ପରମାଣପୁର ଗ୍ରାମର ହରିଦର୍ଶନ ଚୌଧୁରୀ ଓ ସାକ୍ଷୀଗଡ଼ାର ସଞ୍ଜୟ କୁମାର ଦୀପ ଅଚେତ ହୋଇ ପଡ଼ିଥିଲେ। ହରିଦର୍ଶନ ଓ ସଞ୍ଜୟଙ୍କୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଆରକ୍ଷୀ ଅଧୀକ୍ଷକ ସଞ୍ଜୀବ ଆରୋରା ଅସୁସ୍ଥ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଭେଟିଥିବା ଜଣାପଡ଼ିଛି।