‘ଆସ ଦେଖିବ କେମିତି ଚାଲିଛି ମଦ ବେପାର’

ସୋର: ଅବକାରୀ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଖୋଲାଖୋଲି ମଦ ବେପାର ଚାଲିଛି। ହେଲେ ଆପଣଙ୍କ ଆଖିକୁ ଦେଖାଯାଉନି। ଥାନା ପକ୍ଷରୁ ଖାଲି ଲୋକଦେଖାଣିଆ ଚଢଉ କରାଯାଉଛି। ମଦ ମାଫିଆ ସାବାଡ୍‌ ହେବା ପରିବର୍ତ୍ତେ ଦିନକୁ ଦିନ ସେମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ଗାଁଠୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଚୋରା ପାଉଚ୍ ମଦ ଛାଇଗଲାଣି।

ଅବକାରୀ ବିଭାଗର ନିଷ୍କ୍ରିୟତା ତଥା ଲାଞ୍ଚଖୋର ମନୋବୃତ୍ତି ଯୋଗୁଁ ମଦ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏହାର ପ୍ରତିବାଦରେ ଆଜି ମହିଳାମାନେ ସୋର ପୌରପାଳିକା ମାଟିଆପଲା ଛକ ନିକଟ ଅବକାରୀ ଥାନାକୁ ଘେରାଉ କରିବା ସହ ପାଟିତୁଣ୍ଡ କରିଥିଲେ। ସୋର ଅବକାରୀ ଅଧିକାରୀ ସନ୍ତୋଷ କୁମାର ସ୍ୱାଇଁ ବୁଝାସୁଝା କରିବା ସହିତ ମହିଳା ଓ ବିଭାଗୀୟ କର୍ମଚାରୀଙ୍କ ସହିତ ଯାଇ ଗାଁ’କୁ ଯାଇ ଚଢ଼ାଉ କରିଥିଲେ। ଧରପଗଡ଼ ବେଳେ ବିମଳା ନାୟକଙ୍କ ପାଖରୁ ୪୫ ଲିଟର, ଲଷ୍ମୀ ସିଂଙ୍କଠାରୁ ୨୨ ଲିଟର, ସବିତା ନାୟକଙ୍କଠାରୁ ୫୫ ଲିଟର, ଗୁରୁବାରୀ ସିଂଙ୍କ ନିକଟରୁ ୩୫ ଲିଟର ଓ ମନୋଜ ନାୟକଙ୍କ ଘରୁ ୧୪୦ ଲିଟରକୁ ମିଶାଇ ମୋଟ୍‌ ୨୯୭ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଅଭିଯୁକ୍ତ ମନୋଜ ନାୟକ ଫେରାର ହୋଇ ଯାଇଥିବା ବେଳେ ଅନ୍ୟ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର