ଗଂଜେଇ ଗଛ କାଟିବା ସମୟରେ ଅଘଟଣ: କଟା ମେସିନ ଲାଗିଯିବାରୁ ଗୃହରକ୍ଷୀ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଗଂଜେଇ ଗଛ କଟା ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। କଟା ମେସିନରେ ଗୌତମ ମଲ୍ଲିକ ନାମକ ଜଣେ ଗୃହରକ୍ଷୀଙ୍କର ଗୋଡରେ ପ୍ରବଳ ଆଘାତ ଲାଗିଛି। ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏସପି ପ୍ରତୀକ ଗୀତା ସିଂ ଡାକ୍ତରଖାନାକୁ ଯାଇ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା କଥା ପଚାରି ବୁଝିଥିଲେ। ଗୌତମଙ୍କ ଅବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି। ଅସାବଧାନତା ହେତୁ ଏମିତି ହୋଇଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର