ରବି ମଣ୍ଡି ପାଇଁ ପଞ୍ଜୀକରଣ, ବାଦ ପଡ଼ିଲେ ୧୨୬୩ ଚାଷୀ

ଜୟପୁର: କୋରାପୁଟ ଜିଲ୍ଲାର ରବି ମଣ୍ଡି ପାଇଁ ପଞ୍ଜୀକରଣ କରିଥିବା ୨୧ହଜାର ୩୬୫ଜଣ ଚାଷୀଙ୍କ ମଧ୍ୟରୁ ୧୨୬୩ ଜଣଙ୍କର ବାଦ ପଡ଼ିଥିବାବେଳେ ଚାଷ ହୋଇଛି ନା ନାହିଁ ପ୍ଲଟ ଯାଞ୍ଚରେ ୫୫୩୨ଟି ସରିଛି। ଅପରପକ୍ଷରେ ଜିଲ୍ଲାର ମିଲର୍ସ ମାନେ ଧାନ ଉଠାଇବାକୁ ରାଜି ନାହାନ୍ତି। ଆଜି ପର୍ଯ୍ୟନ୍ତ ମାତ୍ର ୨୫ଜଣ ମିଲର ହିଁ ଇଛାପତ୍ର ଦେଇଛନ୍ତି। ସୂଚନା ଅନୁଯାୟୀ, ଆସନ୍ତା ଜୁନ ୩ ତାରିଖରୁ ଆରମ୍ଭ ହେବ। ୧୫ଟି ଲ୍ୟାମ୍ପ, ୨୦ଟି ମହିଳା ସ୍ବୟଂ ସହାୟକ ଦଳ ଓ୩ଟି ପାଣି ପଞ୍ଚାୟତ ମାଧ୍ୟମରେ ୩୮ଟି କ୍ରୟକାରୀ ସଂସ୍ଥା ମାଧ୍ୟମରେ ଧାନ ବିକ୍ରି କରିବା ପାଇଁ ୨୧ହଜାର ୩୬୫ଜଣ ପଞ୍ଜୀକରଣ କରିଥିଲେ। ରାଜସ୍ବ ନିରୀକ୍ଷକ ଓ ଗୃଷି ଗ୍ରାମସେବକ ମାନେ ଯୁଗ୍ମଭାବେ ଯାଞ୍ଚ କରିବା ପରେ ଜିଲ୍ଲାରେ ୧୨୬୩ଜଣ ଚାଷୀଙ୍କ ପଞ୍ଜୀକରଣକୁ ବାଦ ଦିଆଯାଇଛି। ୨୦ହଜାର ୧୦୨ ଜଣ ଚାଷୀଙ୍କର ଡିଆରସିଏସ୍ ଓ ଏଆରସିଏସ୍ ସ୍ତରରେ ଯାଞ୍ଚ କରାଯାଉଥିବା ବେଳେ ଏଥିରେ ୨୦ହଜାର ୭୫ଜଣଙ୍କର ଠିକ୍ ରହିଥିବା ବେଳେ ବଳକା ୨୭ଜଣଙ୍କର ବୈଷୟିକ ଯାଞ୍ଚ କାମ ଜାରୀ ରହିଥିବା ଡିଆରସିଏସଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ କିଛି ଚାଷୀଙ୍କର ଆଧାରକାର୍ଡ ନମ୍ବର, ଫୋନ ନମ୍ବର, ନାଁ, ବ୍ୟାଙ୍କ ଆକାଉଣ୍ଟରେ ଥିବା ନାଁ ଆଦି ମେଳ ଖାଉନଥିବାରୁ ଯାଞ୍ଚ ଚାଳିଥିବା ସୂଚନା ମିଳିଛି।

ଅପରପକ୍ଷରେ ରାଜସ୍ବ, କୃଷି ବିଭାଗର ଯୁଗ୍ମ ସର୍ଭେ ପରେ ଡିଆରସିଏସଙ୍କ ପକ୍ଷରୁ ସଂପ୍ରତି ଚାଳିଥିବା ସାଟୋଲାଇଟ ସର୍ଭେରେ ୧୭ହଜାର ୯୨୫ଟି ପ୍ଲଟରେ ଧାନ ହୋଇଛି ନା ନାହିଁ ଯାଞ୍ଚ ପ୍ରକ୍ରିୟାରେ ୫୫୩୨ଟି ପ୍ଲଟର ଯାଞ୍ଚ ସରିଛି। ବିଭିନ୍ନ କ୍ରୟକାରୀ ସଂସ୍ଥାର ୯୫ଜଣ କର୍ମଚାରୀ ଉକ୍ତ ଚାଷ ହୋଇଥିବା ଜମିରେ ଓପିଏଲଏସ୍ (ଓଡିଶା ପ୍ୟାଡି ଲ୍ୟାଣ୍ଡ ସପ୍ଲାଇର୍ସ) ଆପରେ ଯାଞ୍ଚ କରାଯାଉଛି। ଏଥିରେ ଲଙ୍ଗିଟ୍ୟୁଡ୍ ଓ ଲାଟିଟ୍ୟୁଡ୍ ଅନୁଯାୟୀ ଏହି ଆପରେ ଚାଷ ଜମିକୁ ଯାଞ୍ଚ କରି ଯାଇ ଜମିର ଚାଷର ଫଟୋ ସହ ନିଜର ସେଲଫି ଉଠାଇ ଛାଡୁଥିବା ଡିଆରସିଏସ୍ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଚଳିତବର୍ଷ ଜିଲ୍ଲାରେ କୋରାପୁଟ ଉପଖଣ୍ଡରେ ୬ଟି ଓ ଜୟପୁର ଉପଖଣ୍ଡରେ ୬୮ଟି ଏଭଳି ୭୪ଟି ମଣ୍ଡିରେ ୧୨ଲକ୍ଷ ୪୨ହଜାର ୫୯୭ କ୍ବିଣ୍ଟାଲ ଧାନ କିଣା ଯିବା ଲକ୍ଷ୍ୟ ରହିଛି। ଧାନ ଗତବର୍ଷ ସ୍ଥାନୀୟ ୯୭ଟି ମିଲର୍ସ ଧାନ ଉଠାଇଥିଲେ। ଏଥରକ ମାତ୍ର ୨୫ଜଣ ହିଁ ଧାନ ଉଠାଇବାକୁ ଇଛା ପତ୍ର ଦେଇଥିବା ବେଳେ ଏହା ଆଉ ବଢ଼ି ପାରି ନାହିଁ। ଅପରପକ୍ଷରୁ ପ୍ରଶାସନ ଚିନ୍ତାରେ ପଡ଼ିବା ସହ ଉପଜିଲ୍ଲାପାଳ ସମସ୍ତ ମିଲର୍ସଙ୍କୁ ଆଲୋଚନା ପାଇଁ ଡାକିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରି ଲା ନାହିଁ। ଏ ନେଇ ରାଜ୍ୟସରକାରଙ୍କୁ ଜିଲ୍ଲାପ୍ରଶାସନ ଅବଗତ କରିଥିବା ବେଳେ ବାହାର ଜିଲ୍ଲାର ମିଲର୍ସ ଆସି ଧାନ କିଣିବା ପାଇଁ ସେଭଳି କିଛି ସରକାରୀ ନିର୍ଦେଶ ଏ ପର୍ଯ୍ୟନ୍ତ ଆସି ପାରିନାହିଁ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା।

ସମ୍ବନ୍ଧିତ ଖବର