ଘୁ.ଉଦୟଗିରି ବ୍ଲକ ସ୍ତରୀୟ ବିଜ୍ଞାନ-ଗଣିତ-ପରିବେଶ ମେଳା ଅନୁଷ୍ଠିତ

ରଟିଙ୍ଗିଆ ପଞ୍ଚାୟତ ହାଇସ୍କୁଲ: ୩୫ଟି ବିଦ୍ୟାଳୟରୁ ୮୫ଟି ପ୍ରକଳ୍ପ

ଘୁ.ଉଦୟଗିରି: ସ୍ଥାନୀୟ ରଟିଙ୍ଗିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଘୁ.ଉଦୟଗିରି ବ୍ଲକ ସ୍ଥରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ସ୍ଥାନୀୟ ବିଇଓ ପ୍ରମୋଦ କୁମାର ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଏବିଇଓ ଲକ୍ଷ୍ମକାନ୍ତ ମିଶ୍ର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ବଳରାମ ସାହୁ ଯୋଗ ଦେଇଥିଲେ।

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚତୁର୍ଭୁଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବ୍ଲକର ମୋଟ ୩୫ ବିଦ୍ୟାଳର ୮୫ ଗୋଟି ପ୍ରକଳ୍ପ ଏହି ମେଳାରେ ସ୍ଥାନିତ ହୋଇଥିଲା। ବିଚାରକ ଭାବେ ଆରସି ଦେବ ଉଚ୍ଚ ବିଦ୍ୟାଳୟ କୁର୍ତମଗଡ଼ର ବିଜ୍ଞାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀ ଏବଂ ସିର୍ତ୍ତିିଗୁଡା ସ୍ୱର୍ଣ୍ଣର୍ପୁର ହାଇସ୍କୁଲର ଶିକ୍ଷକ ବାରା ଦୁର୍ଯ୍ୟୋଧନ ଯୋଗଦେଇଥିଲେ।

ଉଦଯାପନି ଉତ୍ସବରେ ସ୍ଥାନୀୟ ବିଡିଓ ଶାନ୍ତନୁ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଏସ ରାକେଶ ପାତ୍ର ଯୋଗ ଦେଇଥିଲେ। ପ୍ରକଳ୍ପରେ ଭାଗ ନେଇ କୃତକାର୍ଯ୍ୟ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଏହି ମେଳାରେ ଶିକ୍ଷକ ମନୋଜ ତ୍ରିପାଠୀ, ଦେବେନ୍ଦ୍ର ପଣ୍ଡା, ଜିତେନ୍ଦ୍ର ସାମଲ, ଦୁର୍ଗାପ୍ରସାଦ ପଣ୍ଡା, ଅରୁଣ କୁମାର ତ୍ରିପାଠୀ, ବିଦେଶୀ ନାୟକ ଏବଂ ପ୍ରଭାସ ପଣ୍ଡା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର