ବାରିପଦାରେ ଆଦିବାସୀ ଅଭିନୟ କର୍ମଶାଳା ୧୯ରୁ, ପଞ୍ଜୀକରଣ ପାଇଁ ଆହ୍ବାନ

ବାରିପଦା: ମୟୂରଭଞ୍ଜ ସାନ୍ତାଳୀ ଆର୍ଟ ଆଣ୍ଡ ଫିଲ୍ମ ଡେଭ୍‌ଲପ୍‌ମେଣ୍ଟ ଫାଉଣ୍ଡେସନ୍‌ (ଏସ୍‌ଏଏଫ୍‌ଡିଏଫ୍‌)ଏକ ଅଭନବ ପଦକ୍ଷେପ ନେଇଛି। ରାଜ୍ୟରେ ଚଳଚ୍ଚିତ୍ର ଶିଳ୍ପର ବିକାଶ ଲକ୍ଷ୍ୟ ନେଇ ଚଳିତ ମାସ ୧୯ ତାରିଖରୁ ୨୫ ତାରିଖ ଯାଏ ବାରିପଦାର ଇନ୍ଦିପାହିସ୍ଥିତ ପୂର୍ଣ୍ଣ ନିବାସରେ ଏକ ଅଭିନୟ କର୍ମଶାଳାର ଆୟୋଜନ କରୁଛି। ଚଳଚ୍ଚିତ୍ରରେ ଆଦିବାସୀମାନେ କିପରି ଚଳଚ୍ଚିତ୍ରରେ ଅଭିନୟ କରିବେ ଏବଂ ନିଜକୁ ତଥା ନିଜ ସଂପ୍ରଦାୟକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବେ, ସେନେଇ ଏଠାରେ ପ୍ରଶିକ୍ଷଣ ଦିଆଯିବ।

ପ୍ରଶିକ୍ଷକ ଭାବେ କରିମ ସିଟି କଲେଜର କାର୍ଯ୍ୟକାରୀ ଶିକ୍ଷକ, ଥିଏଟର ଅଭିନେତା, ନିର୍ଦ୍ଦେଶକ ତଥା ବଲିଉଡ୍‌ ଚଳଚ୍ଚିତ୍ର ‘ଏମ୍‌ଏସ୍‌ ଧୋନୀ’ର ଅଭିନେତା ଶିବଲାଲ ସାଗର, ବାଂଲାଦେଶର ମଞ୍ଚ କଳାକାର ନିଶିର ସୋରେନ ଏବଂ ପ୍ରସିଦ୍ଧ ଫଟୋଗ୍ରାଫର ବାନ୍ଧୁ ବର୍ମନଙ୍କ ସହ ଦେଶର ଅନେକ ଚଳଚ୍ଚିତ୍ର ନିର୍ମାତା ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ତେବେ ଆଗ୍ରହୀ ବ୍ୟକ୍ତିବିଶେଷ ଏହି କର୍ମଶାଳାରେ ଅଂଶଗ୍ରହଣ କରି‌ପାରିବେ। ଏଥିପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ଚାଲିଛି। ପଞ୍ଜୀକରଣ କରିବା ପାଇଁ ମୋବାଇଲ୍‌ ନମ୍ବର ୭୦୦୮୮୩୮୮୨୫ରେ ଯୋଗାଯୋଗ କରାଯାଇପାରିବ ବୋଲି ଏସ୍‌ଏଏଫ୍‌ଡିଏଫ୍‌ର ସହ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଦୀପକ କୁମାର ବେଶ୍ରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର