ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଇଲିଆନା ଡ଼ିକ୍ରୁଜ୍‌ !

ବଲିଉଡ଼୍‍ର ହଟ୍‌ ଆଣ୍ଡ୍‌ ବୋଲ୍‌ଡ଼ ହିରୋଇନ୍‌ ଇଲିଆନା ଡ଼ିକ୍ରୁଜ୍‌ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି । କଥା କ’ଣ କି ସେ ନିଜର ଏଭଳି ଗୋପନୀୟ କଥାଟି କହିଛନ୍ତି ଯାହା ଶୁଣିଲେ ବି ସତ ମନେ ହୁଏ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଇଲିଆନା ତାଙ୍କ ଶେଷ ଫିଲ୍ମ ‘ବାଦ୍‌ଶାହା’’ପାଇଁ ଚର୍ଚ୍ଚାରେ ରହିଥିଲେ।ଏଥିରେ ନିଜର ଉନ୍ମୁକ୍ତ ଶରୀରର ପ୍ରଦର୍ଶନ ଲାଗି ଚର୍ଚ୍ଚିତା ହୋଇଥିଲେ ଇଲିଆନା। ତାଛଡ଼ା ସେ ଏହି ସିନେମାର ଏକ ଦୃଶ୍ୟରେ ଅଭିନୟ କରିବାପରେ ଭୋଭୋ ହୋଇ କାନ୍ଦିଥିଲେ।ତେବେ ନିକଟରେ ସେ ନିଜ ସଂପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ଇଲିଆନା କହିଛନ୍ତି ଯେ, ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେବାକୁ କିଛି କମ୍‌ ସଂଘର୍ଷ କରିନାହାନ୍ତି। ଷ୍ଟ୍ରଗଲ୍‌ ସମୟରେ ସେ ବହୁ ଥର ଡ଼ିପ୍ରେସନ୍‌ର ଶିକାର ହୋଇଥିଲେ ଏବଂ ଆତ୍ମହତ୍ୟା କରିବାକୁ ମଧ୍ୟ ମନସ୍ଥ କରିଥିଲେ ବୋଲି କହିଛନ୍ତି ଇଲିଆନା।

ମେଣ୍ଟାଲ୍‌ ହେଲ୍‌ଥର ୨୧ ତମ ବିଶ୍ୱ କଂଗ୍ରେସରେ ଉଦ୍‌ବୋଧନ ଦେଇ ଇଲିଆନା ଡ଼ିକ୍ରୁଜ୍‌ କହିଥିଲେ ଯେ ସେ ଖୁବ୍‌ ସଙ୍କୋଚ ଓ ଲଜ୍ଜାଶୀଳା ସ୍ୱଭାବର ଯୁବତୀ,କିନ୍ତୁ ତାଙ୍କର ଶରୀର ଅନେକଙ୍କୁ ଆକର୍ଷିତ ଓ ପ୍ରଲୁବ୍ଧ କରିଥାଏ।ସେ ଅଧିକାଂଶ ସମୟରେ ନୀରବତା ଅବଲମ୍ବନ କରିଥା’ନ୍ତି ଓ ଉଦାସ ରହିଥା’ନ୍ତି।ବୋଧ୍‌ହୁଏ ଏହି କାରଣରୁ ସେ ସହଜରେ ଡ଼ିପ୍ରେସନ୍‌ ଆଡ଼କୁ ଚାଲିଯାଆନ୍ତି ବୋଲି ମନେ କରନ୍ତି ଇଲିଆନା।ଥରେ ତାଙ୍କର ମାନସିକ ସ୍ଥିତି ଏଭଳି ବିଗିଡ଼ି ଯାଇଥିଲା ଯେ ସେ ଆତ୍ମହତ୍ୟା କରିବା ପାଇଁ ସ୍ଥିର କରିଥିଲେ ବୋଲି କହିଛନ୍ତି ଇଲିଆନା। ସେ ଆହୁରି ମଧ୍ୟ କହିଛନ୍ତି ସେ ତାଙ୍କର ସୁନ୍ଦର ଶରୀରଲାଗି ସିନେମାରେ ସୁଯୋଗ ପାଇଥିଲେ।

photo-dc

ଏଭଳି ସମୟରେ ତାଙ୍କୁ ଏକ ଭଲ ସିନେମାର ଅଫର୍‌ ମିଳିଥିଲା।ଯେଉଁଥିପାଇଁ ସେ ଆତ୍ମହତ୍ୟାରୁ ନିବୃତ୍ତ ହୋଇଥିଲେ।ଏଠାରେ ଉଲ୍ଲେଖଯୋଗ୍ୟ ଇଲିଆନା ବଲିଉଡ଼୍‍ରେ ପାଦ ଦେବା ପୂର୍ବରୁ ଦକ୍ଷିଣ ଭାରତରେ ଜଣେ ନାମୀ ନାୟିକାଭାବେ ପ୍ରତିଷ୍ଠା ଲାଭ କରିଥିଲେ।ପ୍ରଖ୍ୟାତ ନିର୍ଦ୍ଦେଶକ ଅନୁରାଗ ବାସୁ ଇଲିଆନାଙ୍କୁ ରଣବୀର କପୁର୍‌ ଓ ପ୍ରିୟଙ୍କା ଚୋପ୍ରା ଅଭିନୀତ‘ବାର୍ଫି’ରେ ବ୍ରେକ୍‌ ଦେଇଥିଲେ। ଏହାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ସେ। ତେବେ ଅନ୍ୟମାନଙ୍କ ତୁଳନାରେ ଇଲିଆନା ଢ଼େର୍‌ କମ୍‌ ହିନ୍ଦୀ ସିନେମାରେ ଅଭିନୟ କରୁଛନ୍ତି।

ସମ୍ବନ୍ଧିତ ଖବର