ପ୍ରଭାସଙ୍କ ସହ ଭଲପାଇବା ଥିବା ନେଇ ଇଶାରା ଦେଲେ ଅନୁଷ୍କା, ସୁଟିଂ ସେଟ୍‌ରେ ପହଞ୍ଚି କହିଲେ ଏହି କଥା

ମୁମ୍ବାଇ : କଥାରେ ଅଛି ପ୍ରେମକୁ ଯେତେ ଲୁଚାଇଲେ ମଧ୍ୟ ତାହା ଲୁଚି ରହି ନଥାଏ । ଏବେ ଏହି ଖବରଟି ଜଣା ପଡ଼ିବା ପରେ ଲୋକେ ଏହା କହିବା ଆରମ୍ଭ କରି ଦେଇଛନ୍ତି । ଖବରଟି ହେଉଛି ବାହୁବଲୀ ପ୍ରଭାସ ଏବଂ ତାଙ୍କ ଦେବ୍‌ସେନା ଅନୁଷ୍କା ସେଟ୍ଟୀଙ୍କ ବିଷୟରେ । ‘ବାହାବଲୀ-୨: ଦ କନୁକ୍ଲୁଜନ୍‌’ ୨୦୧୭ର ସବୁଠାରୁ ବଡ଼ ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହେବା ପରେ ଅନୁଷ୍କା ଏବଂ ପ୍ରଭାସଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ସହ ଦୁଇ ଜଣ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । କିଛି ଦିନ ଏହି ଚର୍ଚ୍ଚା ହେବା ପରେ ନିଜେ ଅନୁଷ୍କା ଏହି ଖବରକୁ ଗୁଜବ ବୋଲି କହି ସମସ୍ତଙ୍କ ମନକୁ ଭାଙ୍ଗି ଦେଇଥିଲେ ।

ପରଦା ଉପରେ ଦୁଇ ଜଣଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରିଥିବା ବେଳେ ଅସଲ ଜୀବନରେ ମଧ୍ୟ ଦୁଇ ଜଣ ସାଥୀରେ ରହନ୍ତୁ ବୋଲି ସେମାନଙ୍କ ପ୍ରଶଂସକମାନେ ଆଶା କରିଥିଲେ, ଯାହାକୁ ଭାଙ୍ଗି ଦେଇଥିଲେ ଅନୁଷ୍କା । ଅନୁଷ୍କାଙ୍କ ଏହି ସ୍ପଷ୍ଟୀକରଣ ପରେ ଦୁଇ ଜଣଙ୍କ ସଂପର୍କକୁ ନେଇ ହେଉଥିବା ଚର୍ଚ୍ଚା ଥମି ଯାଇଥିଲା । କିନ୍ତୁ କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଥରେ ଦୁଇ ଜଣଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର କାରଣ ହେଉଛନ୍ତି ଅନୁଷ୍କା ସେଟ୍ଟୀ । ପ୍ରକୃତ କଥା ହେଲା, ପ୍ରଭାସ ‘ଶାହୋ’ ଫିଲ୍ମର ସୁଟିଂ କରୁଥିବା ବେଳେ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ ଅନୁଷ୍କା । ସେଠାରେ ପହଞ୍ଚି ପ୍ରଭାସଙ୍କୁ ସେ କିଛି ଏପରି କଥା କହିଥିଲେ, ଯାହାକୁ ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଫଳରେ ଲିଭି ଯାଇଥିବା ନିଆଁରୁ ପୁଣି ଥରେ ଧୁଆଁ ବାହାରିବା ଆରମ୍ଭ ହୋଇଥିଲା ।

Bollywoodlife.com

‘ଶାହୋ’ରେ ଥିବା ଷ୍ଟଣ୍ଟ ସିନ୍‌କୁ କରୁଥିବା ବେଳେ ଅନୁଷ୍କା ସେଠାରେ ପହଞ୍ଚିବା ସହ ପ୍ରଭାସଙ୍କୁ ନିଜର ଧ୍ୟାନ ରଖି ଷ୍ଟଣ୍ଟ କରିବା ପାଇଁ କହିଥିଲେ । ଦରକାର ପଡ଼ିଲେ ନିଜେ ନ କରି ଷ୍ଟଣ୍ଟମ୍ୟାନ୍‌ଙ୍କୁ ଷ୍ଟଣ୍ଟ କରିବା ପାଇଁ କହିବ ବୋଲି ସେ ପ୍ରଭାସଙ୍କୁ ବୁଝାଇଥିଲେ । ପ୍ରଭାସଙ୍କ ପ୍ରତି ଏତେ ଯତ୍ନବାନ ହେବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ଦୁଇ ଜଣଙ୍କ ସଂପର୍କକୁ ନେଇ ପୁଣି ଭାବିବା ଆରମ୍ଭ କରିଥିଲେ । ତେବେ ଦୁଇ ଜଣଙ୍କ ମଧ୍ୟରେ ପ୍ରକୃତରେ କ’ଣ ରହିଛି ତା’ହା ଆଗାମୀ ଦିନରେ ହିଁ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର