ହତ୍ୟା ଅଭିଯୋଗ ଲାଗିବା ପରେ ଦର୍ଶନଙ୍କୁ ନିର୍ଦ୍ଦୋଷ କହିଲେ ନାଗା ଶୌର୍ଯ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ରେଣୁକାସ୍ୱାମୀଙ୍କ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଏବଂ ତାଙ୍କ ପ୍ରେମିକା ପବିତ୍ରା ଗୌଡା ଏବେ ପୁଲିସ ହେପାଜତରେ ଅଛନ୍ତି। ଦର୍ଶନ ଏବଂ ତାଙ୍କ ପ୍ରେମିକା ପବିତ୍ରା, ରେଣୁକାସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁହେଁ ରେଣୁକାଙ୍କୁ ସୁପାରୀ ଦେଇ ହତ୍ୟା କରିଥିଲେ ବୋଲି କୁହାଯାଉଛି । ଏମଧ୍ୟରେ ଦର୍ଶନଙ୍କୁ ସମର୍ଥନ କରିଛନ୍ତି ନାଗା ଶୌର୍ଯ୍ୟ।

‌ସେ କହିଛନ୍ତି ଯେ, “ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଏହି କଠିନ ସମୟର ସାମ୍ନା କରିବା ପାଇଁ ମୃତକଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ମୁଁ କାମନା କରୁଛି। ହେଲେ ରାୟ ନଆସୁଣୁ ଲୋକମାନେ ଦର୍ଶନଙ୍କୁ ହତ୍ୟାକାରୀ କହୁଥିବା ଦେଖି ମୁଁ ସହିପାରୁନାହିଁ। ଦର୍ଶନ ଆନ୍ନା ଏପରି ନୁହଁନ୍ତି ଯିଏ କେବେ ବି କାହାକୁ କ୍ଷତି ପହଞ୍ଚାଇ ପାରିବେ। ଯେଉଁମାନେ ତାଙ୍କୁ ଭଲ ଭାବରେ ଜାଣନ୍ତି, ସେମାନେ ତାଙ୍କର ଉଦାରତା, ଦୟାଳୁ ପ୍ରକୃତି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ବିଷୟରେ କହିପାରିବେ। ମୁଁ ଏହି ଖବରକୁ କେବେ ବି ଗ୍ରହଣ କରିପାରିବି ନାହିଁ ଯେ, ସେ କାହାର ହତ୍ୟା କରିଛନ୍ତି।”

ସେ ଆହୁରି କହିଛନ୍ତି ଯେ, “ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ବିଶ୍ୱାସ ଅଛି । ମୁଁ ବିଶ୍ୱାସ କରୁଛି ଯେ ଶୀଘ୍ର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ଆମକୁ ମଧ୍ୟ ମନେ ରଖିବାକୁ ହେବ ଯେ ଦର୍ଶନଙ୍କ ପରିବାର ମଧ୍ୟ ବହୁତ ଯନ୍ତ୍ରଣାରେ ଅଛନ୍ତି। ମୋର ବିଶ୍ବାସ ସେ ନିର୍ଦ୍ଦୋଷ ପ୍ରମାଣିତ ହେବେ ଏବଂ ପ୍ରକୃତ ଅପରାଧୀଙ୍କୁ ଦଣ୍ଡ ମିଳିବ। ”

ସମ୍ବନ୍ଧିତ ଖବର