ସ୍ତନ କର୍କଟରେ ଆକ୍ରାନ୍ତ ହେବା ଖବର ଦେବା ପରେ ହିନା କ‌ଲେ ଏଭଳି ପୋଷ୍ଟ

ନୂଆଦିଲ୍ଲୀ: ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିର ହିନା ଖାନ ଏକ ଲୋକପ୍ରିୟ ନାମ । ଟେଲିଭିଜନ ତାରକା ହିନା ଖାନ ଗତଶୁକ୍ରବାର ସୋସିଆଲ୍‌ ମିଡିଆ ଏକ ପୋଷ୍ଟ୍‌ ସେୟାର କରିଥିଲେ। ଏହି ପୋଷ୍ଟ ସେ  କର୍କଟ ରୋଗରେ ଆକ୍ରାନ୍ତ ଏବଂ ଏହାର ଚିକିତ୍ସା ଚାଲିଛି ବୋଲି ସମସ୍ତଙ୍କୁ ଜଣାଇଥିଲେ। ଏହି ଖବର ଶୁଣି ହିନାଙ୍କ ସମ୍ପର୍କୀୟ ଓ ଫ୍ୟାନ୍ସମାନେ ନିରାଶ ହୋଇଯାଇଛନ୍ତି। ଅଭି‌ନେତ୍ରୀ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା ବି କରିଛନ୍ତି।

ଏହି ପୋଷ୍ଟ ପରେ ହିନା ଆଉ ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ଏହି ସମୟ ବି ବିତିଯିବ।’ ହିନାଙ୍କ ଏହି ପୋଷ୍ଟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଅଭିନେତ୍ରୀଙ୍କ ଏହି ପୋଷ୍ଟ ଖୁବ ପ୍ରେରଣା ଦାୟକ।’

ଗତ ଶୁକ୍ରବାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ହିନା ଖାନ ଏକ ଲମ୍ବା ନୋଟ୍ ସେୟାର କରି ଲେଖିଥିଲେ, “ସମସ୍ତଙ୍କୁ ନମସ୍କାର, ସାମ୍ପ୍ରତିକ ଗୁଜବକୁ ଦୂର କରିବା ପାଇଁ ମୋତେ ଭଲ ପାଉଥିବା ଏବଂ ଯତ୍ନ ନେଉଥିବା ସମସ୍ତଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ଖବର ବାଣ୍ଟିବାକୁ ଚାହେଁ। ମୁଁ ପ୍ରଥମ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ। ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ମୁଁ ଭଲ ଅଛି, ମୁଁ ଦୃଢ଼ ସଂକଳ୍ପବଦ୍ଧ ଏବଂ ଏହି ରୋଗକୁ ଦୂର କରିବା ପାଇଁ ପ୍ରକୃତରେ ପ୍ରତିବଦ୍ଧ ଅଟେ।’’

ସମ୍ବନ୍ଧିତ ଖବର